Masthead

ରୁଷ୍‌ର ମିସାଇଲ ମାଡ, ୪ଭାରତୀୟ ମୃତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୟୁକ୍ରେନ୍‌ ଜାହାଜକୁ ରୁଷ୍‌ର ମିସାଇଲ ମାଡ଼, ୪ ଭାରତୀୟ ମୃତ । ବାଣିଜ୍ୟିକ ଜାହାଜ ଉପରେ ରୁଷ୍‌ର ମିସାଇଲ ମାଡ଼ । ଆକ୍ରମଣ ଓ ମୃତ୍ୟୁ ବାବଦରେ ସ୍ପଷ୍ଟ କଲା ବୈଦେଶିକ ମନ୍ତ୍ରାଳୟ । ୟୁକ୍ରେନର ଓଡେସା ବନ୍ଦରରୁ ବାହାରିଥିଲା ମାଲବାହୀ ଜାହାଜ MV Golden Leo । ରୁଷ୍‌ ପକ୍ଷରୁ ୩ଟି କ୍ରୁଜ୍ ମିସାଇଲ୍ ମାଡ଼ କରାଯାଇଥିବା ୟୁକ୍ରେନର ସୂଚନା । ମିସାଇଲ୍‌ ଆକ୍ରମଣକୁ କଡା ନିନ୍ଦା କଲେ ଭାରତ ସରକାର । ରୁଷ୍‌ ପକ୍ଷରୁ ୩ଟି କ୍ରୁଜ୍ ମିସାଇଲ୍ ମାଡ଼ କରାଯାଇଥିବା ୟୁକ୍ରେନ ସୂଚନା ମିଳିଛି । ମିସାଇଲ୍‌ ଆକ୍ରମଣକୁ କଡା ନିନ୍ଦା କରିଛନ୍ତି ଭାରତ ସରକାର । ଜାହାଜରେ ମୋଟ୍ ୫ ଜଣ ଭାରତୀୟ ନାବିକ ଥିଲେ ।

ମନ୍ତ୍ରଣାଳୟ କହିଛି ଯେ, ୟୁକ୍ରେନରେ ଥିବା ଭାରତୀୟ ମିଶନ ପରିସ୍ଥିତି ଉପରେ କଡ଼ା ନଜର ରଖିଛି । ପ୍ରଭାବିତ ନାବିକମାନଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେଉଛି । ମନ୍ତ୍ରଣାଳୟ ମୃତ ନାବିକଙ୍କ ପରିବାର ପ୍ରତି ସମାବେଦନା ପ୍ରକାଶ କରିଛି । ଆହତ କ୍ରୁ ସଦସ୍ୟଙ୍କ ଆଶୁ ଆରୋଗ୍ୟ କାମନା କରିଛି । ଭାରତ ଏହି ଆକ୍ରମଣକୁ ଦୃଢ ନିନ୍ଦା କରି କହିଛି ଯେ, ବାଣିଜ୍ୟିକ ଜାହାଜକୁ ଟାର୍ଗେଟ କରିବା ଏବଂ ନିରୀହ କ୍ରୁ ସଦସ୍ୟଙ୍କୁ ବିପଦରେ ପକାଇବା ନିନ୍ଦନୀୟ । ନୌଚାଳନା ଏବଂ ବାଣିଜ୍ୟିକ ପରିବହନର ସ୍ୱାଧୀନତାରେ ଯେକୌଣସି ପ୍ରକାରର ବାଧା ଗ୍ରହଣୀୟ ନୁହେଁ । ୟୁକ୍ରେନ୍ ଅଧିକାରୀଙ୍କ ଅନୁଯାୟୀ, ରୁଷ୍ ଗିନି-ବିସାଉ ପତାକାଧାରୀ ଜାହାଜ ଏମଭି ଗୋଲ୍ଡେନ୍ ଲିଓ ଉପରେ ୩ଟି କ୍ରୁଜ ମିସାଇଲ୍ ମାଡି କରିଛି ।

ଫଳରେ ଜାହାଜରେ ଭୟଙ୍କର ନିଆଁ ଲାଗି ଯାଇଥିଲା । ଜାହାଜଟି ମକ୍କା ଅଭିମୁଖେ ଯାଉଥିଲା । ଏଥିରେ ଭାରତୀୟ ଏବଂ ସିରିଆର ନାବିକମାନେ ଥିଲେ । ୟୁକ୍ରେନୀୟ ସମୁଦ୍ର ବନ୍ଦର କର୍ତ୍ତୃପକ୍ଷ କହିଛନ୍ତି ଯେ, ରାତିସାରା ଚାଲିଥିବା ସନ୍ଧାନ ଏବଂ ଉଦ୍ଧାର କାର୍ୟ୍ୟରେ ମୋଟ୍ ୯ ଜଣ ସଦସ୍ୟ ଏବଂ ଜଣେ ସାମୁଦ୍ରିକ ପାଇଲଟ୍ ପ୍ରାଣ ହରାଇଛନ୍ତି । ସେମାନଙ୍କ ମଧ୍ୟରେ ୧୭ ଜଣଙ୍କ ମଧ୍ୟରେ ୮ ଜଣଙ୍କୁ ଉଦ୍ଧାର କରାଯାଇଛି । ଏମଭି ଗୋଲ୍ଡେନ୍ ଲିଓ ମୁମ୍ବାଇସ୍ଥିତ ଓସନ୍ ଗ୍ରେସ୍ ସିପିଂ ଲିମିଟେଡ୍ ମାଲିକାନାରେ ଅଛି ।

ରୁଷ୍ ପକ୍ଷରୁ ରବିବାର ୪୧ ମିସାଇ ଏବଂ ୧୨୦ ଡ୍ରୋନ୍ ଆକ୍ରମଣ କରାଯିବାର କେଇଘଣ୍ଟା ପରେ ପୁଣି ଉଗ୍ର ହୋଇଥିଲା ୟୁକ୍ରେନ୍ । ସୋମବାର ରୁଷ୍ ରାଜଧାନୀ ମସ୍କୋର ବିଭିନ୍ନ ସ୍ଥାନକୁ ଟାର୍ଗେଟ୍ କରିଥିଲା । ୪୦୦ରୁ ଅଧିକ ଡ୍ରୋନ୍ ମାଡ କରିଥିଲା ୟୁକ୍ରେନ୍ । ଏଥିରେ ୧୦ ଜଣ ଆହତ ହୋଇଥିଲେ । ଏହାକୁ ନେଇ କ୍ରୋଧିତ ହୋଇ ରୁଷ୍ ୟୁକ୍ରେନ୍ ଉପରେ ମିସାଇଲ୍ ଏବଂ ଡ୍ରୋନ୍ ମାଡ଼ କରିଛି । ଜବାବୀ ଆକ୍ରମଣ କରି ଦକ୍ଷିଣ ୟୁକ୍ରେନସ୍ଥିତ ଓଡେସା ବନ୍ଦରରେ ଥିବା ଇନ୍ଧନ ଟ୍ୟାଙ୍କରଗୁଡିକ ଉପରେ ଆକ୍ରମଣ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦିଲ୍ଲୀରେ ଦୁଇମୁଖୀ ପ୍ରତିବାଦ, ସିଜେପି ସହ କୃଷକଙ୍କ ଆନ୍ଦୋଳନ 🔴 ସୁନା ବେଶରେ ଦର୍ଶନ ଦେଉଛନ୍ତି ମା’ 🔴 ରୁଷ୍‌ର ମିସାଇଲ ମାଡ, ୪ଭାରତୀୟ ମୃତ 🔴 ଓଏସଆରଟିସି ଜଗନ୍ନାଥ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ 🔴 ଆଜି ଶରଧାବାଲିରେ ତିନି ରଥଙ୍କ ଦକ୍ଷିଣ ମୋଡ଼ 🔴 ମଝି ନଦୀରୁ ଟାୱାର ଉପରୁ ଉଦ୍ଧାର ହେଲେ ଯୁବକ 🔴 ବାଦଲ ଫଟା ବର୍ଷା, ଗଲାଣି ୪୩ରୁ ଅଧିକ ଲୋକଙ୍କ ଜୀବନ 🔴 ଜଗତ ଦେଖିବ ଜଗାର କଳି 🔴 ୬ ଜିଲ୍ଲାରେ ପ୍ରବଳ ବର୍ଷା ଆଲର୍ଟ 🔴 ଭୟାବହ ବନ୍ୟାରେ ଥରହର ଜମ୍ମୁ-କାଶ୍ମୀର, ୧୧ ମୃତ 🔴 ଦିଲ୍ଲୀରେ ଦୁଇମୁଖୀ ପ୍ରତିବାଦ, ସିଜେପି ସହ କୃଷକଙ୍କ ଆନ୍ଦୋଳନ 🔴 ସୁନା ବେଶରେ ଦର୍ଶନ ଦେଉଛନ୍ତି ମା’ 🔴 ରୁଷ୍‌ର ମିସାଇଲ ମାଡ, ୪ଭାରତୀୟ ମୃତ 🔴 ଓଏସଆରଟିସି ଜଗନ୍ନାଥ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ 🔴 ଆଜି ଶରଧାବାଲିରେ ତିନି ରଥଙ୍କ ଦକ୍ଷିଣ ମୋଡ଼ 🔴 ମଝି ନଦୀରୁ ଟାୱାର ଉପରୁ ଉଦ୍ଧାର ହେଲେ ଯୁବକ 🔴 ବାଦଲ ଫଟା ବର୍ଷା, ଗଲାଣି ୪୩ରୁ ଅଧିକ ଲୋକଙ୍କ ଜୀବନ 🔴 ଜଗତ ଦେଖିବ ଜଗାର କଳି 🔴 ୬ ଜିଲ୍ଲାରେ ପ୍ରବଳ ବର୍ଷା ଆଲର୍ଟ 🔴 ଭୟାବହ ବନ୍ୟାରେ ଥରହର ଜମ୍ମୁ-କାଶ୍ମୀର, ୧୧ ମୃତ