Masthead

୧୨ ହଜାର ଟଙ୍କା ପାଇଁ ଶିଶୁପୁତ୍ରକୁ ବିକ୍ରି କଲା ବାପା

ବଡ଼ଚଣା(ବଡ଼ ଖବର ବ୍ୟୁରୋ): ପେଟର ଜ୍ୱାଳା ସହି ନପାରି ଶିଶୁପୁତ୍ରକୁ ବିକି ଦେଲା ବାପା । ମାତ୍ର ୧୨ ହଜାର ଟଙ୍କା ପାଇଁ ଶିଶୁପୁତ୍ରକୁ ବିକିଦେଲା ବାପା। ଘଟଣା ଚପାଇ ଦେବାକୁ ଚାଲିଛି ଉଦ୍ୟମ । କେଉଁ ଉପାନ୍ତ ଅଞ୍ଚଳ ନୁହେଁ, ଇଏ ଯାଜପୁର ଜିଲ୍ଲାର ଚିତ୍ର । ବଡ଼ଚଣା ବ୍ଲକ ଶାସନପୁରୁଷୋତମପୁର ଚମାରଖଟି ଆଦିବାସୀ ସାହିର ଘନ ସିକୁ। ସ୍ତ୍ରୀ ସଂଙ୍ଗୀତା, ଜଣେ ପୁଅ ଓ ଦୁଇଝିଅଙ୍କୁ ନେଇ ଘନଙ୍କ ସଂସାର । ପୁଅ ବବୁଲର ବୟସ ପାଖାପାଖି ୮ବର୍ଷ । ଭୋକର ଯନ୍ତ୍ରଣା ଅସହ୍ୟ ହେବାରୁ ଗତ ମାସ ୩୦ତାରିଖରେ ଧର୍ମଶାଳା ବ୍ଲକ ଜେନାପୁର ଥାନା ଅଞ୍ଚଳର ମାଧବ ମହାନ୍ତିଙ୍କୁ ପୁଅ ବବୁଲଙ୍କୁ ୧୨ହଜାର ଟଙ୍କାରେ ବାପା ଘନ ବିକି ଦେଇଥିବା ପତ୍ନୀ ସଂଙ୍ଗୀତା ଅଭିଯୋଗ କରିଥିଲେ।

ଘଟଣା ପ୍ରଚାରିତ ହେବା ପରେ ବଡ଼ଚଣା ପୁଲିସ ପହଞ୍ଚି ଶିଶୁପୁତ୍ରକୁ ଉଦ୍ଧାର କରି ଘରେ ଛାଡିଛି ଥିବା ଜଣାପଡିଛି। ପଡୋଶୀ ଚୁମୁକି ହୋ କ୍ୟାମେରା ପଛରେ କହିଛନ୍ତି ଯେ, ବବୁଲର ବାପା ସିକୁ ୧୨ହଜାର ଟଙ୍କାରେ ମାଧବକୁ ବିକ୍ରି କରିଥିବା ପୁଲିସ ନିକଟରେ ମାନିଥିଲା। ୧୨ ହଜାର ଟଙ୍କାରୁ ୭ହଜାର ମାଧବ ଦେଇଥିବା ସିକୁ ପୁଲିସ ଆଗରେ କହିଥିଲା। ଆଉ ୫ହଜାର ଦେବ ବୋଲି ମାଧବ କହି ଆଉ ଦେଇନଥିଲା। ଟଙ୍କା ନମିଳିବାରୁ ଘଟଣା ପ୍ରଘଟ ହୋଇଥିବା ଆଶଙ୍କା କରାଯାଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି