Masthead

ମୁଖ୍ୟମନ୍ତ୍ରୀଙ୍କ ପାଇଁ ସୋସିଆଲ ମିଡିଆରେ ପ୍ରଚାର କରିବୁ: ପ୍ରମିଳା ବିଶୋୟୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେଡି ସୋସିଆଲ ମିଡିଆ ଟ୍ରେନିଂ ଆରମ୍ଭ କରିଛି। ଏଥିରେ ସାମିଲ ହୋଇଛନ୍ତି ଲୋକସଭା ଓ ରାଜ୍ୟସଭା ସାଂସଦ। ସପ୍ତାହେ ଧରି ବିଜେଡିର ସୋସିଆଲ ମିଡିଆ ଟ୍ରେନିଂ ଚାଲିଛି। ୨୦୨୪ ନିର୍ବାଚନରେ ବିଜେଡି ସୋସିଆଲ ମିଡିଆକୁ ଆୟୁଧ କରିବ ବୋଲି ଚର୍ଚ୍ଚା ହେଉଛି। ସେଥିପାଇଁ ଦଳ ପକ୍ଷରୁ ପର୍ଯ୍ୟାୟ କ୍ରମେ ଟ୍ରେନିଂ ଦିଆଯାଉଛି। ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ପ୍ରମିଳା ବିଷୋୟୀ । ସେ କହିଛନ୍ତି, ଆମେ ଭଲ କାମ କରିବୁ। ମୁଖ୍ୟମନ୍ତ୍ରୀଙ୍କ ପାଇଁ ପ୍ରଚାର ସୋସିଆଲ ମିଡିଆରେ କରିବୁ। ଆମ ଭଲ ଭଲ କାମ କରିବାକୁ ପହଂଚିବୁ। ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର କରିବାକୁ ସମସ୍ତଙ୍କୁ କହିବୁ। ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ସାହାର୍ଯ୍ୟ କରୁଛନ୍ତି। ଆମେ ତାଙ୍କୁ ସହଯୋଗ କରିବାକୁ କହିବୁ ବୋଲି କହିଛନ୍ତି ପ୍ରମିଳା । କିନ୍ତୁ ସୋସିଆଲ ମିଡିଆରେ କେଉଁ କେଉଁ ଆକାଉଣ୍ଟ ଅଛି, ସେ ପ୍ରସଙ୍ଗରେ ଚୁପ ରହିଛନ୍ତି ପ୍ରମିଳା ବିଷୋୟୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର