Masthead

ସ୍ୱାସ୍ଥ୍ୟ ଉପକେନ୍ଦ୍ର ପାଲିଟିଛି ଗୋଦାମ ଗୃହ

ଶେରଗଡ଼, (ବଡ଼ ଖବର ବ୍ୟୁରୋ): ଗୋଦାମ ଗୃହ ପାଲଟିଛି ସ୍ୱାସ୍ଥ୍ୟ ଉପକେନ୍ଦ୍ର । ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ଚିକିତ୍ସା ପରିବର୍ତ୍ତେ ଚାଲିଛି ପଞ୍ଚାୟତର ଗୋଦାମ ଗୃହ କାର୍ଯ୍ୟ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଖୋଦ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଶେରଗଡ଼ ବ୍ଲକର ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତ ନରେନ୍ଦ୍ରପୁର ଗାଁରେ । ପଞ୍ଚାୟତ ଅଫିସ କୁ ଲାଗି ସ୍ୱାସ୍ଥ୍ୟ ଉପକେନ୍ଦ୍ର ଥିବା ବେଳେ ତାହା ଏବେ ପଞ୍ଚାୟତର ଗୋଦାମ ଗୃହ ପାଳିଟିଛି । ଲୋକଙ୍କ ସ୍ୱାର୍ଥ ପାଇଁ ଉତ୍ତମ ସ୍ୱାସ୍ଥ୍ୟ ଚିକିତ୍ସା ପାଇଁ ୦୬/୦୩/୨୦୧୩ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସ୍ୱାସ୍ଥ୍ୟ ଉପକେନ୍ଦ୍ର ଉଦଘାଟନ କରିଥିଲେ କିନ୍ତୁ ତାହା ଏବେ ଗୋଦାମ ଗୃହ,ଷ୍ଟୋର ରୁମ ପାଲଟିଛି । ଏହା ସହିତ ଏହାର ନାମ ଫଳକକୁ ମଧ୍ୟ ହଟାଇ ଦିଆଯାଇଛି ।

ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ, ଦିଦି ସବୁ ଦିନ ଉପସ୍ଥିତ ରାହୁନାହାନ୍ତି । ଛୁଆଙ୍କୁ ଟୀକା ଦିଆଯିବା ଦିନ ହିଁ ଉପସ୍ଥିତ ରହୁଛନ୍ତି । ଆମ ପ୍ରତିନିଧି ଦାୟିତ୍ୱରେ ଥିବା ଏ.ଏନ. ଏମ. ଦିଦିଙ୍କୁ ଏ ସଂପର୍କରେ ଯୋଗାଯୋଗ କରିଥିଲେ। ଏ.ଏନ.ଏମ. ତାଙ୍କ ପ୍ରତ୍ୟୁତ୍ତରରେ କହିଥିଲେ, ଘରର ପଛ ପଟ ଡୋର ନାହିଁ, ପଙ୍ଖା ନାହିଁ । ଆମ କୁ ଘର ହସ୍ତାନ୍ତର କରାଯାଇ ନାହିଁ । ଅତ୍ୟାବଶ୍ୟକ ସାମଗ୍ରୀ ସବୁ ଚୋରି ହୋଇଯାଇଛି । ପଞ୍ଚାୟତକୁ ଆସୁଥିବା ଚାଉଳ ଓ ଡାଲି ସେଠି ରହୁଛି।

ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ପ୍ରାୟ ୩ ହଜାର ପରିବାର ନିର୍ଭର କରୁଥିବା ବେଳେ ତାହା ଏବେ ଗୋଦାମ ଗୃହ ପାଲଟିଛି। ସ୍ଥାନୀୟ ସରପଞ୍ଚ ମଧ୍ୟ ଏହାର କୌଣସି ଉତ୍ତର ଦେଇନଥିଲେ। ତେବେ ସାଧାରଣରେ ପ୍ରଶ୍ନ ଉଠୁଛି ଯେ, ଖୋଦ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ସ୍ୱାସ୍ଥ୍ୟ ସେବା ଏମିତି ହୁଏ ଅନ୍ୟ ସ୍ଥାନରେ ସ୍ୱାସ୍ଥ୍ୟ ସେବା କେମିତି ତାହା ଜଳଜଳ ହୋଇ ଦେଖା ଯାଉଛି। ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ର କୁ ତୁରନ୍ତ ପୁର୍ନବାର କାର୍ୟ୍ୟକ୍ଷମ କାରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା