Masthead

ସ୍ୱାସ୍ଥ୍ୟ ଉପକେନ୍ଦ୍ର ପାଲିଟିଛି ଗୋଦାମ ଗୃହ

ଶେରଗଡ଼, (ବଡ଼ ଖବର ବ୍ୟୁରୋ): ଗୋଦାମ ଗୃହ ପାଲଟିଛି ସ୍ୱାସ୍ଥ୍ୟ ଉପକେନ୍ଦ୍ର । ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ଚିକିତ୍ସା ପରିବର୍ତ୍ତେ ଚାଲିଛି ପଞ୍ଚାୟତର ଗୋଦାମ ଗୃହ କାର୍ଯ୍ୟ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଖୋଦ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଶେରଗଡ଼ ବ୍ଲକର ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତ ନରେନ୍ଦ୍ରପୁର ଗାଁରେ । ପଞ୍ଚାୟତ ଅଫିସ କୁ ଲାଗି ସ୍ୱାସ୍ଥ୍ୟ ଉପକେନ୍ଦ୍ର ଥିବା ବେଳେ ତାହା ଏବେ ପଞ୍ଚାୟତର ଗୋଦାମ ଗୃହ ପାଳିଟିଛି । ଲୋକଙ୍କ ସ୍ୱାର୍ଥ ପାଇଁ ଉତ୍ତମ ସ୍ୱାସ୍ଥ୍ୟ ଚିକିତ୍ସା ପାଇଁ ୦୬/୦୩/୨୦୧୩ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସ୍ୱାସ୍ଥ୍ୟ ଉପକେନ୍ଦ୍ର ଉଦଘାଟନ କରିଥିଲେ କିନ୍ତୁ ତାହା ଏବେ ଗୋଦାମ ଗୃହ,ଷ୍ଟୋର ରୁମ ପାଲଟିଛି । ଏହା ସହିତ ଏହାର ନାମ ଫଳକକୁ ମଧ୍ୟ ହଟାଇ ଦିଆଯାଇଛି ।

ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ, ଦିଦି ସବୁ ଦିନ ଉପସ୍ଥିତ ରାହୁନାହାନ୍ତି । ଛୁଆଙ୍କୁ ଟୀକା ଦିଆଯିବା ଦିନ ହିଁ ଉପସ୍ଥିତ ରହୁଛନ୍ତି । ଆମ ପ୍ରତିନିଧି ଦାୟିତ୍ୱରେ ଥିବା ଏ.ଏନ. ଏମ. ଦିଦିଙ୍କୁ ଏ ସଂପର୍କରେ ଯୋଗାଯୋଗ କରିଥିଲେ। ଏ.ଏନ.ଏମ. ତାଙ୍କ ପ୍ରତ୍ୟୁତ୍ତରରେ କହିଥିଲେ, ଘରର ପଛ ପଟ ଡୋର ନାହିଁ, ପଙ୍ଖା ନାହିଁ । ଆମ କୁ ଘର ହସ୍ତାନ୍ତର କରାଯାଇ ନାହିଁ । ଅତ୍ୟାବଶ୍ୟକ ସାମଗ୍ରୀ ସବୁ ଚୋରି ହୋଇଯାଇଛି । ପଞ୍ଚାୟତକୁ ଆସୁଥିବା ଚାଉଳ ଓ ଡାଲି ସେଠି ରହୁଛି।

ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ପ୍ରାୟ ୩ ହଜାର ପରିବାର ନିର୍ଭର କରୁଥିବା ବେଳେ ତାହା ଏବେ ଗୋଦାମ ଗୃହ ପାଲଟିଛି। ସ୍ଥାନୀୟ ସରପଞ୍ଚ ମଧ୍ୟ ଏହାର କୌଣସି ଉତ୍ତର ଦେଇନଥିଲେ। ତେବେ ସାଧାରଣରେ ପ୍ରଶ୍ନ ଉଠୁଛି ଯେ, ଖୋଦ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ସ୍ୱାସ୍ଥ୍ୟ ସେବା ଏମିତି ହୁଏ ଅନ୍ୟ ସ୍ଥାନରେ ସ୍ୱାସ୍ଥ୍ୟ ସେବା କେମିତି ତାହା ଜଳଜଳ ହୋଇ ଦେଖା ଯାଉଛି। ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ର କୁ ତୁରନ୍ତ ପୁର୍ନବାର କାର୍ୟ୍ୟକ୍ଷମ କାରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ