Masthead

ସୁନାବେଶରେ ଦର୍ଶନ ଦେଉଛନ୍ତି ମା’

ହରିଚନ୍ଦନପୁର(ବଡ଼ ଖବର ବ୍ୟୁରୋ): ଆଜିଠୁ ମା ତାରିଣୀଙ୍କ ୮୭ ତମ ବିଶ୍ଵପ୍ରସିଦ୍ଧ ଚଇତି ପର୍ବ ଆରମ୍ଭ । ମହାଆଡମ୍ବରରେ ପାଳିତ ହେଉଛି ଚଇତି ଯାତ୍ରା । ଆଜିଠୁ ୧୫ ତାରିଖ ପର୍ଯ୍ୟନ୍ତ ମା’ଙ୍କ ଏହି ପର୍ବ ପାଳିତ ହେବ । ଚଳିତ ବର୍ଷ ମାଆଙ୍କର ଚଇତି ଯାତ୍ରା ଅତି ଆନନ୍ଦ ଉଲ୍ଲାସର ସହ ଆଗନ୍ତୁକ ଭକ୍ତ ମାନଙ୍କର ଆଧ୍ୟାତ୍ମିକ ଭାବାବେଗ ଓ ମାଙ୍କ ମନ୍ଦିରର ସୌନ୍ଦର୍ୟ୍ୟ କରଣ ସାରା ଘଟଗାଁ ପରିସରକୁ ଅଧିକ ବିମୋହିତ କରୁଛି ।

ସାତଦିନ ଧରି ମା’ ଭକ୍ତଙ୍କୁ ଦୁର୍ଲଭ ସୁନାବେଶରେ ଦର୍ଶନ ଦେବେ । ମନ୍ଦିରକୁ ହାଜର ହାଜର ଭକ୍ତଙ୍କ ସମାଗମ ହୋଇଛି । ଉତ୍ସବ ମୁଖର ହୋଇଛି ମାଙ୍କ ପୀଠ । ଧୂପ, ଦୀପ, କର୍ପୁର ନୈବେଦ୍ୟ ସୁଗନ୍ଧିତ ବାସ୍ନାରେ ମନ୍ଦିର ମହମହ ବାସୁଥିବା ବେଳେ ଘଣ୍ଟ ସଂଖ ହୁଳହୁଳି ଯୋଡିନାଗରା ଓ ମହୁରୀ ଶବ୍ଦରେ ଉଠୁଚି ପଡ଼ୁଚି ମନ୍ଦିର ବେଢ଼ା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ