Masthead

ସମ୍ ULTIMATE: ଉତ୍କର୍ଷ ସ୍ବାସ୍ଥ୍ୟସେବାର ହଜାରେ ଦିନ

କ୍ୟାନସର ଚିକିତ୍ସାରେ ଉଲ୍ଲେଖନୀୟ ସଫଳତା

ଭୁବନେଶ୍ଵର (ବଡ଼ ଖବର ବ୍ୟୁରୋ): କେବଳ ରାଜ୍ୟରେ ନୁହେଁ ସାରା ଦେଶରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା SUM ULTIMATE ହସ୍ପିଟାଲ ହଜାରେ ଦିନ ପୂରଣ କରିଛି । ଆଜିକୁ ଠିକ୍ ହଜାରେ ଦିନ ତଳେ ଉନ୍ନତ ସ୍ବାସ୍ଥ୍ୟସେବାର ପ୍ରତିଶ୍ରୁତି ସହ ଭୁବନେଶ୍ଵରରେ ପ୍ରତିଷ୍ଠା ହୋଇଥିଲା SUM ULTIMATE ମେଡିକେୟାର । ଏହି ହଜାରେ ଦିନରେ ସମ୍ ଅଲ୍ଟିମେଟ୍ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସବୁଠୁ ବିଶ୍ଵସନୀୟ ନାଁ ଭାବେ ନିଜକୁ ପ୍ରମାଣିତ କରିଛି । ହଜାରେ ଦିନରେ ଦେଢ଼ଲକ୍ଷରୁ ଅଧିକ ରୋଗୀ ଏଠାରେ ଚିକିତ୍ସିତ ହେବାର ରେକର୍ଡ ସୃଷ୍ଟି ହୋଇଛି । ସବୁଠୁ ବଡ଼ କଥା ହେଉଛି କ୍ୟାନସର ଚିକିତ୍ସା କ୍ଷେତ୍ରରେ ଉନ୍ନତ, ସର୍ବୋତ୍ତମ ସୁବିଧା ପ୍ରଦାନ କରୁଛି ସମ୍ ULTIMATE । ରାଜ୍ୟର ଏକମାତ୍ର ହସ୍ପିଟାଲ ଭାବେ ଗୋଟିଏ ଛାତ ତଳେ କ୍ୟାନସର ଚିକିତ୍ସାର ସବୁ ବ୍ୟବସ୍ଥା କରିଛି ସମ୍ ULTIMATE । ଅଭିଜ୍ଞ ଡାକ୍ତର, ସ୍ବାସ୍ଥ୍ୟ କର୍ମଚାରୀ, ଆଧୁନିକ ଜ୍ଞାନକୌଶଳ ଓ ପ୍ରତିବଦ୍ଧ ସେବାର ପ୍ରତିଶ୍ରୁତି ପାଇଁ ସମସ୍ତଙ୍କ ଭରସା ପାଲଟିଛି ସମ୍ ULTIMATE । ହଜାରେ ଦିନରେ ୩୦ ହଜାରରୁ ଅଧିକ କ୍ୟାନସର ରୋଗୀଙ୍କ ସଫଳ ଚିକିତ୍ସା ହୋଇଛି ଏଠାରେ । ଏହାସହ ଅନ୍ୟ ସବୁ ବିଭାଗରେ ବି ଏହା ସ୍ବାସ୍ଥ୍ୟସେବାର ବିଶ୍ଵସ୍ତ ପରିଚୟ ପାଲଟିଛି । ସେଥିପାଇଁ ଅଳ୍ପଦିନରେ ଅନେକ ମାନ୍ୟତା ଓ ସମ୍ମାନର ଅଧିକାରୀ ହୋଇଛି ସମ୍ ULTIMATE । ଯାହାର ବିବରଣୀ ଆପଣ ନିମ୍ନରେ ଦେଖିପାରିବେ ।


ସୋଆ ବିଶ୍ଵବିଦ୍ୟାଳୟର ପ୍ରତିଷ୍ଠାତା ପ୍ରଫେସର ଡ. ମନୋଜ ରଞ୍ଜନ ନାୟକ ଓଡ଼ିଶାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ଅତ୍ୟନ୍ତ ସମ୍ମାନଜନକ ନାମ । ଓଡ଼ିଶାବାସୀଙ୍କ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇବାକୁ ପ୍ରଥମେ ସେ ଆରମ୍ଭ କରିଥିଲେ ସମ୍ ହସ୍ପିଟାଲ। ପରେ SUM ULTIMATE ପ୍ରତିଷ୍ଠା ହୋଇଛି । ରୋଗୀଙ୍କୁ ଉନ୍ନତ ଚିକିତ୍ସା ଯୋଗାଇଦେବାକୁ ସବୁବେଳେ ସମ୍ ପ୍ରୟାସ କରିଆସିଛି । ଆଗକୁ ମଧ୍ୟ ସମ୍ ULTIMATE ରୋଗୀ ସେବା ପ୍ରତି ନିଜର ସମର୍ପଣ ଜାରି ରଖିବ ଓ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇବା ଦିଗରେ ଅଧିକରୁ ଅଧିକ ଗବେଷଣା କରିବ ବୋଲି ସେ ଏହି ଅବସରରେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି