Masthead

ବିମାନରେ ଯାତ୍ରୀଙ୍କ ହଙ୍ଗାମା, ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆର ବିମାନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଏୟାର ଇଣ୍ଡିଆର ବିମାନରେ ଦେଖିବାକୁ ମିଳିଛି ବିଚିତ୍ର ଘଟଣା । ମଝି ଆକାଶରେ ଯାତ୍ରୀଙ୍କ ହଙ୍ଗାମା କାରଣରୁ ଲଣ୍ଡନ ଯାଉଥିବା ବିମାନଟି ଫେରିଆସିଛି । ବିମାନ କର୍ମଚାରୀ ଓ ଯାତ୍ରୀଙ୍କ ମଧ୍ୟରେ ଝଗଡା ହେବାରୁ ଏୟାର ଇଣ୍ଡିଆର ଏକ ବିମାନଟି ଲଣ୍ଡନ ଯିବା ବଦଳରେ ବିମାନଟି ପୁଣି ଦିଲ୍ଲୀ ଫେରି ଆସିଥିଲା । ସୂଚନାଅନୁଯାୟୀ ଦିଲ୍ଲୀରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ବିମାନ ଉଡାଣ ଭରିସାରିବା ପରେ ପୁଣି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛି ।

ଏନେଇ ଏୟାର ଇଣ୍ଡିଆ ତରଫରୁ କୁହାଯାଇଛି କି, ମଝି ଆକାଶରେ ଜଣେ ଯାତ୍ରୀ ବିମାନ କର୍ମଚାରୀଙ୍କ ସହ ଝଗଡା କରିବାରୁ ବାଧ୍ୟ ହୋଇ ଏଭଳି ପଦକ୍ଷେପ ନିଆଯାଇଛି । ଏନେଇ ଦିଲ୍ଲୀ ବିମାନବନ୍ଦର ପୋଲିସ ନିକଟରେ ଅଭିଯୋଗ ମଧ୍ୟ ହୋଇଛି । ଝଗଡା କରିଥିବା ଯାତ୍ରୀ ଜଣଙ୍କୁ ବିମାନବନ୍ଦର ପୋଲିସ ଅଟକ ରଖି ପଚରା ଉଚରା କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା