ଗିରଫଦାରୀ ପାଇଁ ନିର୍ଦ୍ଦେଶ ଅପେକ୍ଷା: ଡିଏସପି

ବଲାଙ୍ଗୀର(ବଡ଼ ଖବର ବ୍ୟୁରୋ): ବଲାଙ୍ଗୀର ନକଲି ସାର୍ଟିଫିକେଟ ମାମଲାର ଖୋଳତାଡ ଜାରି ରଖିଛି କ୍ରଇମବ୍ରାଞ୍ଚ। ଦୀର୍ଘ ୧୨ ଦିନ ହେଲା ବଲାଙ୍ଗୀରରେ ଡେରା ପକାଇ ଜାଲି ସାର୍ଟିଫିକେଟ ଘଟଣାର ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ। ଘଟଣାରେ ବହୁ ତଥ୍ୟ ପ୍ରମାଣ ସଂଗ୍ରହ କରାଯାଇଥିବା କହିଛନ୍ତି କ୍ରାଇମବ୍ରାଞ୍ଚ ଡିଏସପି ଦେବବ୍ରତ ଚକ୍ର। ଏବେ ସୁଦ୍ଧା ଏହି ଘଟଣାରେ ୧୯ ଜଣକୁ ଗିରଫ କରାଯାଇଛି। ହେଲେ ଉପରୁ ନିର୍ଦ୍ଦେଶ ଆସିଲେ ଗିରଫଦାରୀ ସଂଖ୍ୟା ବଢିବ ବୋଲି ସେ କହିଛନ୍ତି। ଏଥିସହ ସିବି ସ୍କାନରରେ ଥିବା ୨ ଶହ ଜଣଙ୍କୁ ମଧ୍ୟ ଜେରା କରାଯିବ।

ହେଲେ ଏଯାଏ କେତେଜଣଙ୍କୁ ଡ଼ାକି ଜେରା କରାଯାଇଛି ସେନେଇ ମୁଁହ ଖୋଲି ନାହାନ୍ତି କ୍ରାଇମବ୍ରାଞ୍ଚ ଡିଏସପି। ସେ କହିଛନ୍ତି କେବଳ ଡାକ ବିଭାଗରେ ଜାଲି ସାର୍ଟିଫିକେଟ କେଳେଙ୍କାରୀ ନେଇ ତତନ୍ତ ଚାଲିଛି। ତେବେ ଜାଲି ସାର୍ଟିଫିକେଟରେ ଶିକ୍ଷକ ନିଯୁକ୍ତି ମାମଲା ନେଇ ସ୍ଥାନୀୟ ଥାନା ତଦନ୍ତ କରିବ ବୋଲି ସେ କହିଛନ୍ତି। ପୂର୍ବରୁ ଜାଲି ସାର୍ଟିଫିକେଟ ମାମଲାରେ ମାଷ୍ଟର ମାଇଣ୍ଡ ସହ ୧୯ ଜଣ ଗିରଫ ହୋଇଛନ୍ତି। ଏଯାଏ ଗିରଫ ସଂଖ୍ୟା ବୃଦ୍ଧି ପାଇ ନାହିଁ । ହେଲେ ଜେରା ପାଇଁ ଆଣିଥିବା ୭ ଜଣକୁ ଛାଡି ଦେଇଛି କ୍ରାଇମବ୍ରାଞ୍ଚ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ