ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଏଡିଆର ରିପୋର୍ଟ ନେଇ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ରଙ୍କ ପ୍ରତିକ୍ରିୟା । କହିଲେ ଓଡ଼ିଶା ସବୁଥିରେ ନମ୍ବର ୱାନ। ମୁଖ୍ୟମନ୍ତ୍ରୀ ଧନୀ। କିନ୍ତୁ ଓଡ଼ିଶା ଲୋକ ଗରିବ । ଏକଥା ସ୍ପଷ୍ଟ ଜଣାପଡ଼ୁଛି। ଖାଦ୍ୟ ସୁରକ୍ଷା ଆଇନରେ ୪କୋଟି ୨୬ ଲକ୍ଷ ଲୋକଙ୍କୁ ସାମିଲ କରିଥିଲେ। ପୁଣି କହିଲେ ଆହୁରି ୨୫ଲକ୍ଷ ଲୋକ ସାମିଲ ହେବା ଦରକାର। ତେଣୁ ଗରିବ ସଂଖ୍ୟା ବଢୁଛି। ଘର ବି ଅଧିକ ମାଗୁଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଧନୀ ଓଡ଼ିଶା ଗରିବ ଏକଥା ରିପୋର୍ଟ ସ୍ପଷ୍ଟ ଭାବରେ ଜଣାଉଛି।