ଝାମୁନିଆଁରେ ଚାଲିଲେ ସମ୍ବିତ ପାତ୍ର, କ’ଣ ରଖିଛନ୍ତି ମାନସିକ ?

ପୁରୀ (ବଡ଼ ଖବର ବ୍ୟୁରୋ):  ମାନସିକ ପୂରଣ ପାଇଁ ନିଆଁରେ ଚାଲିଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡା. ସମ୍ବିତ ପାତ୍ର । ମଙ୍ଗଳବାର ଝାମୁନିଆଁରେ ଚାଲିଛନ୍ତି ସମ୍ବିତ । ଯାହା ଚର୍ଚ୍ଚାର ବିଷୟ ପାଲଟିଛି । ମଙ୍ଗଳବାର ଅପରାହ୍ନରେ ପୁରୀ ସଦର ସମଙ୍ଗ ପଞ୍ଚାୟତ ରେବତୀ ରମଣ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ଦୂଲଣା ଠାକୁରାଣୀଙ୍କ ନିକଟରେ ଝାମୁଯାତ୍ରାରେ ମାନସିକଧାରୀ ପାଟୁଆମାନେ ନିଆଁରେ ଚାଲିଥିଲେ । ଆଖପାଖ ଅଞ୍ଚଳର ଲୋକମାନେ ମଧ୍ୟ ଏହି ଯାତ୍ରାରେ ଯୋଗ ଦେଇଥିଲେ । ଗ୍ରାମବାସୀଙ୍କ ଅନୁରୋଧକ୍ରମେ ସମ୍ବିତ ପାତ୍ର ଏହି ଯାତ୍ରାରେ ଯୋଗ ଦେଇଥିଲେ ।

ଝାମୁନିଆଁରେ ଚାଲିଲେ ମାନସିକ ପୂରଣ ହୁଏ ବୋଲି ଦଳର କେତକ କର୍ମୀ ତାଙ୍କୁ କହିଥିଲେ । ଯାହାକୁ ନେଇ ସମ୍ବିତ ଝାମୁ ନିଆଁରେ ଚାଲିବା ପାଇଁ ଆଗ୍ରହ କରିଥିଲେ । ମନ୍ଦିରର ପୂଜକ ତାଙ୍କ ବେକରେ ଫୁଲମାଳ ପକାଇବା ପରେ ଖାଲି ପାଦରେ ଝାମୁ ନିଆଁରେ ଚାଲିଥିଲେ ସମ୍ବିତ । ତେମେ ସେ କ’ଣ ମାନସିକ ରଖି ଝାମୁ ନିଆଁରେ ଚାଲିଛନ୍ତି ତାହା ସାର୍ବଜନୀନ ଭାବେ ପ୍ରକାଶ କରିନାହାନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ