ନୂଆପଡ଼ା (ବଡ଼ ଖବର ବ୍ୟୁରୋ): ନୂଆପଡ଼ାରେ ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ। ମୃତକ ହେଲେ ପଞ୍ଚାୟତ ଜୁନାନୀ ଗାଁର ବାଜେବନ ବିଭାର । ଗତ କାଲି ଦିନବେଳେ ବାଜେବନ ଜଙ୍ଗଲକୁ ଜାଲେଣି କାଠ ସଂଗ୍ରହ କରିବାକୁ ଯାଇ ଆଉ ଘରକୁ ଫେରି ନ ଥିଲେ। ପରିବାର ଲୋକେ ଖୋଜାଖୋଜି କରିଥିଲେ । ଆଜି ସକାଳେ ତାଙ୍କ ମୃତଦେହ ନଳକୂପ ପାଖରେ ପଡିରହି ଥିବା ଦେଖିବାକୁ ପାଇଥିଲେ। ପୁଅ ଭୋଳା ବିଭାର ନୂଆପଡା ଥାନରେ ଏ ନେଇ ଲିଖିତ ଅଭିଯୋଗ କରିଛନ୍ତି । ଏହା ଅଂଶୁଘାତ ଜନିତ ମୃତ୍ୟୁ ବୋଲି ଅଭିଯୋଗ କରିଛନ୍ତି।