Masthead

୨୦୨୪ ନିର୍ବାଚନରେ ଏକା ଲଢ଼ିବ ବିଏସପି

 

ଲକ୍ଷ୍ନୌ (ବଡ଼ ଖବର ବ୍ୟୁରୋ): ୨୦୨୪ରେ ହେବ ଲୋକସଭା ନିର୍ବାଚନ । ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଜୟ ଯାତ୍ରାକୁ ଅଟକାଇବା ପାଇଁ କେଉଁ ପାର୍ଟି କାହା ସହ ରହିବ ତାହା ଜଣାପଡିନାହିଁ , କିନ୍ତୁ ଏହାରି ମଧ୍ୟରେ ୟୁପିରେ କିଛି ହଲଚଲ ଦେଖାଦେଇଛି । ବିଏସପି ସୁପ୍ରିମୋ ଏକା ନିଜ ଦମରେ ନିର୍ବାଚନ ଲଢିବାକୁ ଚାହୁଁଛନ୍ତି।  ମାୟାବତୀ ନିଜ ଜନ୍ମଦିନରେ କହିଥିଲେ ୨୦୨୪ର ଲୋକସଭା ନିର୍ବାଚନରେ ବିଏସପି କୌଣସି ପାର୍ଟି ସହିତ ମେଂଟ କରିବ ନାହିଁ, ନିଜ ଦମ୍ରେ ଲଢିବ । କିନ୍ତୁ ପାର୍ଟିର ଜଣେ ସାଂସଦ ବିପକ୍ଷ ଏକତ୍ରିତ ହେବାରେ ଅଧିକ ଲାଭ ଥିବା କହିଛନ୍ତି ।

ୟୁପି ଅମରୋହାର ବିଏସପି ସାଂସଦ କୁବର ଦାନିସ ଅଲି ମଙ୍ଗଳବାର ୨୦୧୮ରେ ହୋଇଥିବା ଜେଡିଏସ- କଂଗ୍ରେସର ଶପଥ ଗ୍ରହଣ ସମାରୋହର ଏକ ଫଟୋ ଟୁଇଟ୍ କରିଛନ୍ତି । ଯେଉଁଥିରେ କଂଗ୍ରେସ ନେତା ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମାୟାବତୀ , ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ, କୁମାରସ୍ୱାମୀ ଓ କୁଅଁର ଦାନିଶ ଅଲି ଅଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ