Masthead

‘ବିବିସି’ ନାଁରେ ‘ଏଫ୍‌ଇଏମ୍‌ଏ’ ମାମଲା ରୁଜୁ କଲା ‘ଇଡି’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଖବର ପ୍ରସାରଣକାରୀ ବିବିସି ଇଣ୍ଡିଆର ଅସୁବିଧା ବଢ଼ିବାରେ ଲାଗିଛି। ବିଦେଶୀ ପାଣ୍ଠି ମାମଲାରେ ବିବିସି ଇଣ୍ଡିଆ ବିରୋଧରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବୈଦେଶିକ ବିନିମୟ ପରିଚାଳନା ଆଇନ (ଏଫଇଏମଏ) ଅନୁଯାୟୀ ଇଡି ବିବିସି ଇଣ୍ଡିଆ ବିରୋଧରେ ମାମଲା ପଞ୍ଜୀକୃତ କରିଛି। ସୂଚନା ଅନୁସାରେ ଅନୁସନ୍ଧାନକାରୀ ସଂସ୍ଥା ଫେମାର ବ୍ୟବସ୍ଥା ଅନୁଯାୟୀ କିଛି ବିବିସି ଅଧିକାରୀଙ୍କଠାରୁ ଦଲିଲ ଏବଂ ବିବୃତ୍ତିର ରେକର୍ଡିଂ ମଧ୍ୟ ମାଗିଛି।

କମ୍ପାନୀ ଦ୍ୱାରା ବିଦେଶୀ ପ୍ରତ୍ୟକ୍ଷ ବିନିଯୋଗ (ଏଫଡିଆଇ) ଉଲ୍ଲଂଘନ ବିଷୟରେ ମଧ୍ୟ ଇଡି ଯାଞ୍ଚ କରୁଛି। କିଛି ମାସ ପୂର୍ବେ ଗୁଜୁରାଟ ଦଙ୍ଗା ଉପରେ ଡକ୍ୟୁମେଣ୍ଟାରୀକୁ ନେଇ ବିବିସି ବିବାଦ ଘେରକୁ ଆସିଥିଲା। ଏହି ଡକ୍ୟୁମେଣ୍ଟାରୀ ସ୍କ୍ରିନିଂ ଉପରେ କେନ୍ଦ୍ର ସରକାର ବାରଣ କରିଥିଲେ। ଆୟକର ବିଭାଗ ଚଳିତ ବର୍ଷ ବିବିସିର ଦିଲ୍ଲୀ ଏବଂ ମୁମ୍ବାଇ କାର୍ଯ୍ୟାଳୟରେ ମଧ୍ୟ ଚଢ଼ାଉ କରିଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ପାଠ୍ୟପୁସ୍ତକ ତ୍ରୁଟି ଉପରେ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ , ତଦନ୍ତ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ପାଠ୍ୟପୁସ୍ତକ ତ୍ରୁଟି ଉପରେ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ , ତଦନ୍ତ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି