Masthead

ଶ୍ରମମନ୍ତ୍ରୀଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜ୍ୟ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ । ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ନିଜ ଦଳର ନେତ୍ରୀ । ମହିଳା ଜଣଙ୍କ ଏନେଇ ମହିଳା ଥାନାରେ ଅଭିଯୋଗ କରିଛନ୍ତି । ଏବଂ ପୋଲିସ ଉପରେ ଭରସା ଅଛି, ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରସା ମୋତେ ନ୍ୟାୟ ନିଶ୍ଚୟ ମିଳିବ ବୋଲି ମହିଳା ଜଣକ କହିଛନ୍ତି । ସୂଚନା ଅନୁସାରେ ୨ ମାସ ପୂର୍ବରୁ ମହିଳା ଜଣକ ଥାନାରେ ଅଭିଯୋଗ କରିବା ପାଇଁ ଆସିଥିଲେ । ମାତ୍ର କିଛି ପ୍ରଭାବଶାଳୀ ନେତାଙ୍କ ହସ୍ତକ୍ଷେପରେ ମାମଲା ରୁଜୁ ନକରି ଫେରିଯାଇଥିଲେ । ମହିଳାଙ୍କର ଶାସକ ଦଳରେ ଦବଦବା ରହିଛି । ମନ୍ତ୍ରୀଙ୍କ ସହ ଘନିଷ୍ଠତା ଯୋଗୁଁ ଶ୍ରମ ବିଭାଗରେ ନଧ୍ୟ ତାଙ୍କର ବେଶ ଖାତିର ରହିଛି । ମନ୍ତ୍ରୀଙ୍କ ନାଁରେ ଅଭିଯୋଗ ଶୁଣି ପୋଲିସ ଚାପ ବଢିଯାଇଥିଲା । ପୋଲିସ ୬ ଘଣ୍ଟା ଧରି ମହିଳାଙ୍କ ସହ ଆଲୋଚନା କରିଥିଲା । ଶେଷରେ ଡାକ୍ତରୀ ମାଇନା ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା । ଡାକ୍ତରୀ ମାଇନା ପରେ ମାମଲା ରୁଜୁ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ