କଂଗ୍ରେସରେ ସାମିଲ ହେଲେ ଲକ୍ଷ୍ମଣ ସାବଦୀ

ବେଙ୍ଗାଲୁରୁ (ବଡ଼ ଖବର ବ୍ୟୁରୋ): କର୍ଣ୍ଣାଟକର ପୂର୍ବ ଉପ ମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାବଦୀ ବିଜେପିରୁ ଇସ୍ତଫା ଦେଇ କଂଗ୍ରେସରେ ଯୋଗ ଦେଇଛନ୍ତି । ଏନେଇ କର୍ଣ୍ଣାଟକ କଂଗ୍ରେସ ଅଧ୍ୟକ୍ଷ ଡି.କେ ଶିବକୁମାର ସୂଚନା ଦେଇଛନ୍ତି । ୧୨ ତାରିଖ ଦିନ ଲକ୍ଷ୍ମଣ ସାବଦୀ ବିଜେପିରୁ ଇସ୍ତଫା ଦେଇଥିଲେ । ତାଙ୍କ ନିର୍ବାଚନ ମଣ୍ଡଳୀରୁ ତାଙ୍କୁ ବିଜେପି ଟିକେଟ ନଦେବାରୁ ସେ ବିଧାନପରିଷଦ ସଭ୍ୟ ସହ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ।

ସେ କହିଥିଲେ କି ମୁଁ ମୋର ନିଷ୍ପତ୍ତି ନେଇ ସାରିଛି। ମୁଁ ଭିକ୍ଷା ଥାଲି ନେଇ ବୁଲିବା ଲୋକ ନୁହେଁ, ମୁଁ ଜଣେ ସ୍ୱାଭିମାନୀ ରାଜନେତା। ମୁଁ କାହା ଚାପରେ ଆସି କାମ କରୁନାହିଁ। କର୍ଣ୍ଣାଟକ କଂଗ୍ରେସ ଅଧ୍ୟକ୍ଷ ଡିକେ ଶିବକୁମାର କହିଛନ୍ତି କି ଅନେକ ଆଲୋଚନା ପରେ ଲକ୍ଷ୍ମଣ ବିନା ସର୍ତ୍ତରେ କଂଗ୍ରେସରେ ଯୋଗ ଦେଇଛନ୍ତି । ତାଙ୍କୁ ବିଜେପିରେ ଅପମାନିତ କରାଯାଉଥିଲା ।

ଏହାସହ ଲକ୍ଷଣଙ୍କୁ ଅଥାନୀ ବିଧାନସଭା ଆସନରୁ କଂଗ୍ରେସ ଟିକେଟ ଦେବ ବୋଲି ସିଦ୍ଧରମୈୟା ସ୍ପଷ୍ଟ କରିଛନ୍ତି । ସେପଟେ ସାବଦୀ ବିଜେପି ଛାଡିବା ପରେ କର୍ଣ୍ଣାଟକ ବିଜେପିର ବରିଷ୍ଠ ନେତା ତଥା ପୂର୍ବ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ଦୁରୂପା କହିଛନ୍ତି କି ବିଜେପି ସାବଦୀଙ୍କୁ ସବୁକିଛି ଦେଇଥିଲା । ହେଲେ ସେ କାହିଁକି ଦୁଖୀ ସେକଥା ତାଙ୍କୁ ଜଣାଥିବ ବୋଲି ୟେଦ୍ଦୁରୂପା କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ