Masthead

ହାଇଦ୍ରାବାଦଠୁ ୨୩ ରନରେ ହାରିଲା କୋଲକାତା

କୋଲକାତା(ବଡ଼ ଖବର ବ୍ୟୁରୋ): ଆଇପିଏଲ ୨୦୨୩ର ୧୯ ତମ ମୁକାବିଲାରେ କୋଲକାତାକୁ ୨୩ ରନରେ ହରାଇଲା ହାଇଦ୍ରାବାଦ । ଏହି ମ୍ୟାଚରେ ଚଳିତ ସଂସ୍କରଣର ପ୍ରଥମ ଶତକ ଓ ସବୁଠାରୁ ଲମ୍ବା ସ୍କୋର ଦେଖିବାକୁ ମିଳିଥିଲା । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୨୦ ଓଭରରେ ୨୨୮ ରନ ସ୍କୋର କରିଥିଲା । ତେବେ ୨୨୯ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା କୋଲକାତା ୨୦୫ ରନରେ ସୀମିତ ରହିଯାଇଥଲା । ଫଳରେ ରନରେ ଏକ ବଡ଼ ବିଜୟ ହାସଲ କରିଛି ହାଇଦ୍ରାବାଦ । ଘରୋଇ ଗ୍ରାଉଣ୍ଡରେ ପ୍ରଥମେ ଟସ ଜିତି ହାଇଦ୍ରାବାଦକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲେ କୋଲକାତା ଅଧିନାୟକ ନୀତିଶ ରାଣା । ତେବେ ପ୍ରଥମେ ବ୍ୟାଟିଂ କରିବାର ସୁଯୋଗକୁ ସଠିକ ଉପଯୋଗ କରିଥିଲେ ହାଇଦ୍ରାବାଦ ବ୍ୟାଟର ।

ଯଦିଓ ମୟଙ୍କ ଅଗ୍ରୱାଲ ଓ ରାହୁଲ ତ୍ରିପାଠୀ ଦଳକୁ ସେତେ ଭଲ ଆରମ୍ଭ ଦେଇପାରି ନଥିଲେ, କିନ୍ତୁ ଅନ୍ୟତମ ପ୍ରାରମ୍ଭିକ ବ୍ୟାଟର ହ୍ୟାରୀ ବ୍ରୁକ ତାଙ୍କ ଆଇପିଏଲ କ୍ୟାରିୟରର ଏକ ଶ୍ରେଷ୍ଠ ପାଳି ଖେଲିଥିଲେ । ସେ ଚଳିତ ସଂସ୍କରଣର ପ୍ରଥମ ବ୍ୟାଟର ଭାବେ ଶତକ ଅର୍ଜନ କରିଥିଲା । ସେ କେବଳ ୫୫ ବଲରୁ ୧୨ ଚୌକା ଓ ୩ ଛକା ବଳରେ ଅପରାଜିତ ଶତକ ହାସଲ କରିଥିଲେ । ଅନ୍ୟପଟେ ଅଧିନାୟକ ଏଡେନ ମାର୍କ୍ରମ ମଧ୍ୟ ଧୂଆଁଧାର ମ୍ୟାଚ ଖେଳିଥିଲେ । ସେ ୨୬ ବଲରୁ ୨ଟି ଚୌକା ଓ ୫ ଛକା ବଳରେ ଦୃତ ୫୦ ରନ ସଂଗ୍ରହ କରିଥିଲେ । ତେବେ ବରୁଣ ଚକ୍ରବର୍ତ୍ତୀ ମାର୍କ୍ରମଙ୍କୁ ଆଉଟ କରିବାରେ ସଫଳ ହୋଇଥିଲେ ।

ଏହାପରେ ଅଭିଷେକ ଶର୍ମାଙ୍କ ୧୭ ବଲରୁ ଦୃତ ୩୨ ଓ ହେନରିଚ କ୍ଲାସିନଙ୍କ ୬ ବଲରୁ ଅପରାଜିତ ୧୬ ରନ ବଳରେ ଦଳ ୨୨୮ ରନର ବିଶାଳ ସ୍କୋରରେ ପହଞ୍ଚିଥିଲା । ତେବେ କୋଲକାତା ପକ୍ଷରୁ ପ୍ରାୟ ସମସ୍ତ ବୋଲର ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ଦଳର ଷ୍ଟାର ବୋଲର ଲକି ଫର୍ଗୁସନ କେବଳ ୨ ଓଭର ବୋଲିଂ କରି ସର୍ବାଧିକ ୩୭ ରନ କରିଥିଲେ । ସେହିଭଳି ଉମେଶ ଯାଦବ ମଧ୍ୟ ୩ ଓଭରରେ ୪୨ ରନ କରିଥିଲେ ମଧ୍ୟ ଉଭୟ କୌଣସି ସଫଳତା ପାଇନଥିଲେ । କେବଳ ଆନ୍ଦ୍ରେ ରୁସେଲ ଦଳ ପାଇଁ ସର୍ବାଧିକ ୩ଟି ୱିକେଟ ହାସଲ କରିଥିଲେ । ବରୁଣ ଚକ୍ରବର୍ତ୍ତୀ ୪ ଓଭରରୁ ୪୧ ରନ ବଳରେ ଗୋଟିଏ ସଫଳତା ପାଇଥିଲେ । ଅନ୍ୟ କୌଣସି ବୋଲରଙ୍କୁ ଏହି ମ୍ୟାଚରେ ଆଶାନୁରୂପ ସଫଳତା ମିଳିନଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ