Masthead

ଜାଣନ୍ତୁ କିଏ ଏହି ତିନି ଅଭିଯୁକ୍ତ?

ଉତ୍ତରପ୍ରଦେଶ (ବଡ଼ ଖବର ବ୍ୟୁରୋ): ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦକୁ ଗୁଳି କରି ହତ୍ୟା । ଅତିକ ଓ ଅଶ୍ରଫ୍ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାବେଳେ ହୋଇଥିଲା ଗୁଳିମାଡ଼ । ଉଭୟଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ହସ୍ପିଟାଲ ନିଆଯାଉଥିବା ସମୟରେ ଘଟିଥିଲା ଘଟଣା । ଏହି ଡନ ବ୍ରଦର୍ସଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଚମକାଇ ଦେଇଛି । କିନ୍ତୁ ଅତିକ୍ ଏବଂ ଅଶରଫ ହତ୍ୟା ମାମଲାରେ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ଉଭୟଙ୍କ ହତ୍ୟାରେ ଜଡିତ ତିନି ହତ୍ୟାକାରୀଙ୍କ ପ୍ରଫେସନ ଏବେ ସାମ୍ନାକୁ ଆସିଛି । ଅତିକ୍ ଅହମ୍ମଦଙ୍କୁ ଗୁଳି କରିଥିବା ଲଭଲେଶ ତିୱାରୀ ବାନ୍ଦାର ବାସିନ୍ଦା ହୋଇଥିବାବେଳେ ସନ୍ନି ସିଂ ହମିରପୁର ଏବଂ ଅରୁଣ କସଗଞ୍ଜ ଜିଲ୍ଲାରେ ରୁହନ୍ତି ।

ମିଡିଆ ରିପୋର୍ଟରେ ଅନୁଯାୟୀ ଅତିକ୍ ଅହମ୍ମଦ ଉପରକୁ ଗୁଳି ଚଳାଇଥିବା ସନ୍ନି ସିଂ, ଲାଭଲେଶ ତିୱାରୀ ଏବଂ ଅରୁଣର ପରିଚୟ ପୂର୍ବରୁ ଜଣାପଡ଼ିଥିଲା । ସନ୍ନି ସିଂ ଜଣେ ହିଷ୍ଟ୍ରିସିଟର । ତା’ ବିରୋଧରେ ୧୮ ମାମଲା ରୁଜୁ ହୋଇଛି। ଜଣେ ଯୁବତୀଙ୍କୁ ଚାପୁଡ଼ା ମାରିବା କାରଣରୁ ଲଭଲେଶ ତିୱାରୀ ମଧ୍ୟ ଜେଲ ଯାଇଥିଲା। ହମିରପୁର ଜେଲରେ ସନ୍ନି ସିଂ ଏବଂ ଲଭଲେଶ ତିୱାରର ସାକ୍ଷାତ ହୋଇଥିଲା । ଅରୁଣ ସନ୍ନି ସିଂ ସହ ପୂର୍ବରୁ ସମ୍ପର୍କ ଥିଲା । ଦୁହେଁ ସାଙ୍ଗ ଥିଲେ । ଏହି ୩ ଜଣଙ୍କୁ ହତ୍ୟା ପାଇଁ ସୁପାରି ଦିଆଯାଇଥିଲା । କେବଳ ଏତିକି ନୁହେଁ ଏମାନଙ୍କୁ ଅସ୍ତ୍ର ମଧ୍ୟ ଯୋଗାଇ ଦିଆଯାଇଛି । ତିନିଜଣ କେବଳ ହତ୍ୟା କରିବା ପାଇଁ ପ୍ରୟାଗରାଜ ଆସିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି