Masthead

ଶୁଣିଲେନି ସରକାର : ଗ୍ରାମବାସୀ ତିଆରି କଲେ କାଠ ପୋଲ

ରାୟଗଡ଼ା, (ବଡ଼ ଖବର ବ୍ୟୁରୋ): ଗୁହାରୀ ଶୁଣିଲେନି ସରକାର । ବର୍ଷବର୍ଷ ଧରି ଗୁହାରୀ କଲା ପରେ ମଧ୍ୟ ଅଣଦେଖା କଲେ । ଆଉ କେତେଦିନ ନଦୀ ଗର୍ଭରେ ଜୀବନକୁ ବାଜି ଲଗାଇ ଜୀବନ ଯାପନ କରିବେ । ନଇ ସେପଟେ ୮ଖଣ୍ଡ ଗ୍ରାମବାସୀଙ୍କ ଜୀବନ ଜୀବିକା । ଭରାନଇ ପାର ନହେଲେ ଜୀବିକା ଉଜୁଡିଯାଉଛି । ସରକାରଙ୍କ ଉପରୁ ସମସ୍ତ ଆସ୍ଥା ଓ ଭରଷା ତୁଟାଇ ନାଗାବଳି ନଦୀ ଉପରେ କାଠପୋଲଟିଏ ର୍ନିମାଣ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି କଲ୍ୟାଣସିଂହପୁର ବ୍ଲକ ନଦୀ ତଟବର୍ତ୍ତୀ ଗ୍ରାମବାସୀ ।

କଲ୍ୟାଣସିଂହପୁର ବ୍ଳକ ନାଗାବଳୀ ନଦୀ ଅବବାହିକାରେ ୮ଖଣ୍ଡ ଗାଁ । ସର୍ବଦା ବାହ୍ୟଜଗତରୁ ବିଚ୍ଛିନ୍ନ । ବର୍ଷବର୍ଷ ଧରି କେତେଯେ ଗୁହାରୀ କରିଛନ୍ତି ଗୋଟିଏ ସ୍ଥାୟୀ ପୋଲପାଇଁ, ହେଲେ କେହି ଶୁଣିଲେ ନାହିଁ । ପରିଶେଷରେ ସରକାରଙ୍କ ଠାରୁ ନିରାସ ହୋଇ ଗ୍ରାମବାସୀ ମିଳିତ ଭାବେ ଏକ କାଠପୋଲ ନିର୍ମାଣ କରିଛନ୍ତି । ପ୍ରଶାସନ ଉପରେ ଭରସା ଉଠିଯିବା ପରେ ନିଜସ୍ୱ ଉଦ୍ୟମରେ ସମ୍ପୂର୍ଣ୍ଣ ନିଜସ୍ୱ ଜ୍ଞାନ କୌଶଳରେ ପୋଲ ନିର୍ମାଣ କରି ଜିଳ୍ଲାପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ନାଗାବଳୀ ନଦୀ ଉପରେ ନିର୍ମାଣ ହୋଇଛି ଏହି ପୋଲ । ପୋଲ ନିର୍ମାଣ ପରେ ନିଜର ଜୀବନ ଜୀବିକା ସ୍ୱାଭାବିକ ହୋଇପାରିଛି । ପୋଲ ନିର୍ମାଣ ପରେ ବର୍ଷବର୍ଷ ଧରି ଯାତାୟତ ନିମନ୍ତେ ରହିଥିବା ସମସ୍ୟା ଦୂର ହୋଇଛି ବୋଲି ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, କଲ୍ୟାଣସିଂହପୁର ବ୍ଲକ ନାଗାବଳୀ ନଦୀ ଅପରପାଶ୍ୱର୍ରେ ଅନେକ ଗ୍ରାମ ରହିଛି । ତେବେ ସର୍ବଦା ନଦୀରେ ଗଭୀର ପାଣି ପ୍ରବାହିତ ହେଉଥିବାରୁ ଲୋକଙ୍କ ଗମନା ଗମନରେ ବାଧା ସୃଷ୍ଟି ହେଉଥିଲା । ରୋଗୀଙ୍କୁ ଗାଁରୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବା ସମୟରେ ଅବସ୍ଥା ଅତ୍ୟନ୍ତ ଶୋଚନୀୟ। ଏହି ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ବିଧାୟକ ଓ ସାଂସଦଙ୍କ ପର୍ୟ୍ୟନ୍ତ ସମସ୍ତଙ୍କୁ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ ଏହାର ଫଳ ଶୂନ୍ୟ । କୌଣସି ଉପାୟ ନପାଇ ଶେଷରେ ନଦୀର ଦୁଇପାରିରେ ଲୁହା ଦଉଡି ବାନ୍ଧି ଜୀବନକୁ ବାଜି ଲଗାଇ ଉଚ୍ଛୁଳା ନଦୀ ପାର ହେଉଥିଲେ ଗ୍ରାମବାସୀ ।

ପରିଶେଷରେ ସରକାରଙ୍କ ଠାରୁ ନିରାଶୟ ହୋଇ ଗ୍ରାମବାସୀମାନେ ଜଙ୍ଗଲରୁ କାଠ ଓ ବାଉଁଶ ସଂଗ୍ରହ କରି ଆଜି ଗୋଟିଏ ଦିନରେ କାଠପୋଲ ନିର୍ମାଣ କରି ସ୍ୱାଭିମାନ ହୋଇପାରିଛନ୍ତି ୮ଖଣ୍ଡ ଗ୍ରାମବାସୀ । ପୋଲ ନିର୍ମାଣ ପରେ ଏହାର ଉଦଘାଟନ ମଧ୍ୟ ଗ୍ରାମବାସୀମାନେ ନିଜେ କରିଥିଲେ । ଆଉ ଏହି ପୋଲ ନିର୍ମାଣ ଦ୍ୱାରା ଅନେକ ଦିନର ସମସ୍ୟା ସମାଧାନ ହୋଇଛି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । ଯଦି ସରକାର ଚାହିଁବେ ତେବେ ଗୋଟିଏ ସ୍ଥାୟୀ ପୋଲ ଏଠାରେ ନିର୍ମାଣ କରିବାକୁ ଆଗଭର ହୁଅନ୍ତୁ ବୋଲି ନିଜ ପ୍ରତିକ୍ରିୟାରେ ଗ୍ରାମବାସୀମାନେ କହିଛନ୍ତି । ଏ ସମ୍ପର୍କରେ ଅନୁସୂଚିତ ଜାତି ଜନଜାତି କଲ୍ୟାଣ ମନ୍ତ୍ରୀ କହିଛନ୍ତି ଯେ, ତଳସାଜା ଉପରସାଜାକୁ ମୁଖ୍ୟରସ୍ତା ସହ ଯୋଡିବା ପାଇଁ ପୋଲ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଛି । ବିଭାଗ ସହ ଆଲୋଚନା ଏବଂ ଯୋଜନା ମଧ୍ୟ ସରିଛି । ଯଥାଶୀଘ୍ର ଆକଳନ ପରେ କାର୍ୟ୍ୟ ଆରମ୍ଭ କରାଯିବ ବୋଲି ସେ କହିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା