Masthead

ରାଜ୍ୟସରକାର ପଦକ୍ଷେପ ନନେଲେ ଅବସ୍ଥା ଭୟାବହ ହେବ: ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆବାସ ତାଲିକାରେ ୫୦ ହଜାର ଅଯୋଗ୍ୟ ସାମିଲ ହେବା ପ୍ରସଙ୍ଗକୁ ନେଇ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା । ସରକାର ଦୁଇ ଦୁଇ ଥର ଲୋକଙ୍କ ଠାରୁ ଅଭିଯୋଗ ମାଗିଲେ । ଗୋଟିଏ ଥର ୨୦୨୦ ମସିହା ଫେବୃଆରୀ ମାସରେ ଏବଂ ଆଉ ଥରେ ୩ ମାସ ତଳେ ଜାନୁଆରୀ ମାସରେ ଅଭିଯୋଗ ମାଗିଥିଲେ ସରକାର । ଅଭିଯୋଗ ଗୁଡ଼ିକ ଯେତେବେଳେ ଆସିଲା, ସରକାରଙ୍କର ଦାୟୀତ୍ୱ ଥିଲା ଅଭିଯୋଗ ଗୁଡିକୁ ତଦାରଖ କରିବା ସହ ସ୍କୃଟିନି କରି ଅଯୋଗ୍ୟ ହିତାଧିକାରୀମାନଙ୍କ ନାଁ ତାଲିକାରୁ କାଟିବା ପାଇଁ ପଦକ୍ଷେପ ନେବେ । କିନ୍ତୁ ସରକାରଙ୍କ ତୃତୀୟ ମହଲା ଠାରୁ ଆରମ୍ଭ କରି ତଳ ପର୍ଯ୍ୟନ୍ତ ସମସ୍ତଙ୍କର ଗୋଟିଏ ଲକ୍ଷ୍ୟ ରହିଲା ଯେ ଯଦି ଅଭିଯୋଗରେ ନାଁ ଗୁଡ଼ିକ କଟି ଯାଉଛି ତେବେ ସେଥିରେ ତାଙ୍କର ରାଜନୈତିକ କ୍ଷତି ହେବ ।

ଅଯୋଗ୍ୟଙ୍କ ନାଁ ଯୋଡିବା ପାଇଁ ଯେଉଁ ଚାନ୍ଦା ଆଦାୟ କରିଛନ୍ତି, ତାହା ଫେରାଇବା କଷ୍ଟ ହେବ । ଏହାସହ ଅଭିଯୋଗରେ ନାଁ ଗୁଡ଼ିକ କଟି ଗଲେ କେନ୍ଦ୍ର ସରକାର ଦେଇଥିବା ଟାର୍ଗେଟ ଭରଣା କରି ପାରିବେ ନାହିଁ । ଏକଥା ନେଇ ତୃତୀୟ ମହଲା, ସଚିବଙ୍କ ଠୁ ଆରମ୍ଭ କରି ବ୍ଲକ ଅଧିକାରୀଙ୍କ ମାନସିକତା ରହିଲା । ତେଣୁ ଜାଣିଶୁଣି ତାଲିକାକୁ ଯାହା ଥିଲା ସେୟା ରଖିବା ଏବଂ କୌଣସି ନାଁ କାଟିବା ନାହିଁ । ଏଭଳି ଏକ ମାନସିକତାରେ ସେମାନେ କାମ ଆରମ୍ଭ କଲେ । ଯାହା ଫଳରେ ଓଡ଼ିଶାର ବାସ୍ତବ ତଥା ଗରିବ ହିତାଧିକାରୀ ଘର ପାଇବାରୁ ବଞ୍ଚିତ ହେଲେ । ଏହାକୁ ନେଇ ବିଜେପି ବାରମ୍ବାର କହିବା ପରେ ବି ରାଜ୍ୟ ସରକାର କର୍ଣ୍ଣପାତ କରୁନାହାନ୍ତି । ଏହାବାଦ ଫନି କ୍ଷତିଗ୍ରସ୍ତଙ୍କୁ ଅଗ୍ରାଧିକାର ଭିତ୍ତିରେ ଘର ଦେବା ପାଇଁ ଯୋଜନା ହୋଇଥିଲା ଏବଂ କେନ୍ଦ୍ର ସରକାର ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ।

କିନ୍ତୁ ରାଜ୍ୟ ସରକାର ସେମାନଙ୍କ ନାଁକୁ ଏବେ ଯାଏଁ ତାଲିକାରେ ସାମିଲ କରିନାହାନ୍ତି । ତହସିଲ ପାଖରେ ଥିବା ଫନିରେ ଘର ଭଙ୍ଗିଥିବା ଲୋକଙ୍କ ତାଲିକା ଏବଂ ପଞ୍ଚାୟତରାଜ ବିଭାଗ ପାଖରେ ଥିବା ତାଲିକା ମେଳ ଖାଉନାହିଁ । ଏହି ସବୁ କାରଣ ଯୋଗୁଁ ରାଜ୍ୟରେ ସଂଖ୍ୟାଧିକ ଲୋକ ଘର ପାଇବାରୁ ବଞ୍ଚିତ ହେଉଛନ୍ତି । ବିଜେପି ପୂର୍ବରୁ ମଧ୍ୟ ଚେତାବନୀ ଦେଇଥିଲା, ଏବେ ପୁଣି ଚେତାବନୀ ଦେଉଛି, ଯେମିତି ଜଣେ ହେଲେ ଯୋଗ୍ୟ ହିତାଧିକାରୀ ବାଦ ନପଡନ୍ତୁ । ଏବଂ ଜଣେ ହେଲେ ଅଯୋଗ୍ୟ ଘର ନପାଇବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନନେଲେ ଅବସ୍ଥା ଭୟାବହ ହେବ ବୋଲି ଚେତାବନୀ ଦେଇଛି ବିଜେପି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା