Masthead

ଭାରତ ବିିଶ୍ୱର ସବୁଠୁ ଜନବହୁଳ ଦେଶ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବିିଶ୍ୱର ସବୁଠୁ ଜନବହୁଳ ଦେଶ ଭାରତ । ଏବେ ଚୀନ ନୁହେଁ ଭାରତ ହେଉଛି ବିଶ୍ୱର ସବୁଠାରୁ ଅଧିକ ଜନବହୁଳ ଦେଶ। ଜାତିସଂଘର ସଦ୍ୟତମ ରିପୋର୍ଟ ଅନୁସାରେ ଭାରତ ଚୀନ୍ ତୁଳନାରେ ୧.୪୨୮ ବିଲିୟନ୍ ଲୋକଙ୍କ ସହିତ ବିଶ୍ୱର ସବୁଠାରୁ ଜନବହୁଳ ରାଷ୍ଟ୍ରରେ ପରିଣତ ହୋଇଛି । ୟୁନାଇଟେଡ ନେସନସ ପପୁଲେସନ ଫଣ୍ଡ (ୟୁଏନ୍ଏଫ୍ପିଏ)ର ରିପୋର୍ଟ ଅନୁସାରେ ଚୀନ୍ ଜନସଂଖ୍ୟା ୧.୪୨୫ ବିଲିୟନ୍ ଥିବା ବେଳେ ଭାରତର ଜନସଂଖ୍ୟା ୧.୪୨୮ ବିଲିୟନରେ ପହଞ୍ଚିଛି । ଭାରତରେ ଏବେ ଚାଇନା ତୁଳନାରେ୨୦ଲକ୍ଷରୁ ଅଧିକ ଲୋକ ରହିଛନ୍ତି। ଆଉ ଏହି ଦେଶର ଜନସଂଖ୍ୟାରେ ବୃଦ୍ଧି ହୋଇ ଏବେ ଏହା ୧୪୦ କୋଟିରୁ ଅଧିକ ହେଲାଣି। ଚାଇନାରେ ଶିଶୁ ଜନ୍ମ ହାର କମିଛି ।

ୟୁଏନଏଫପିଏର ‘ଦ ଷ୍ଟେଟ ଅଫ ଓ୍ବାର୍ଲଡ ପପୁଲେଶନ ରିପୋର୍ଟ ୨୦୨୩’ ଯାହା ‘୮ ବିଲିୟନ ଲାଇଭସ୍, ଇନଫିନିଟ ପସିବିଲିଟିଜ: ଦ କେସ ଫର ରାଇଟସ୍ ଆଣ୍ଡ ଚଏସ’ର ଟାଇଟେଲରେ ଜାରି କରାଯାଇଛି। ଏଥିରେ କୁହାଯାଇଛି କି ଏବେ ଭାରତର ଜନସଂଖ୍ୟା ୧,୪୨୮.୬ ମଲିୟନ ରହିଛି। ଏହି ହିସାବରେ ଚାଇନାର ଜନସଂଖ୍ୟା ୧,୪୨୫.୭ ମିଲିୟନ ରହିଛି। ଅର୍ଥାତ୍ ଦୁଇ ଦେଶର ଜନସଂଖ୍ୟାରେ ୨.୯ ମିଲିୟନର ଅନ୍ତର ହୋଇଯାଇଛି। ରିପୋର୍ଟ ଅନୁଯାୟୀ ଭାରତର ୨୫ ପ୍ରତିଶତ ଜନସଂଖ୍ୟା ୦ ରୁ ୧୪ ବର୍ଷ ମଧ୍ୟରେ । ଏହା ବ୍ୟତୀତ ୧୮ ପ୍ରତିଶତ ୧୦ ରୁ ୧୯ ବର୍ଷ ବୟସ ବର୍ଗରେ ଅଛନ୍ତି ।

୧୦ ରୁ ୨୪ ବର୍ଷ ବୟସ ବର୍ଗଙ୍କ ସଂଖ୍ୟା ହେଉଛି ୨୬ ପ୍ରତିଶତ । ସେହିପରି ୧୫ ରୁ ୬୪ ବର୍ଷ ମଧ୍ୟରେ ଲୋକଙ୍କ ସଂଖ୍ୟା ୬୮ ପ୍ରତିଶତ ଏବଂ ୭ ପ୍ରତିଶତ ଲୋକ ୬୫ ବର୍ଷରୁ ଅଧିକ ବୟସ ବର୍ଗର । ଅନ୍ୟପଟେ ଚୀନ୍ ଜନସଂଖ୍ୟାର ୧୭ ପ୍ରତିଶତ ୦ ରୁ ୧୪ ବର୍ଷ ମଧ୍ୟରେ, ୧୨ ପ୍ରତିଶତ ୧୦ ରୁ ୧୯, ୧୮ ପ୍ରତିଶତ ୧୦ ରୁ ୨୪ , ୬୯ ପ୍ରତିଶତ ୧୫ ରୁ ୬୪ ବର୍ଷ ଏବଂ ୧୪ ପ୍ରତିଶତ ୬୫ରୁ ଅଧିକ ବୟସ ବର୍ଗର ଅଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼