Masthead

ଆବାସିକ ସ୍କୁଲର ବିଜୁଳି ସଂଯୋଗ ବିଚ୍ଛିନ୍ନ

କୋରାପୁଟ (ବଡ଼ ଖବର ବ୍ୟୁରୋ): କୋରାପୁଟ  ଜିଲ୍ଲାର ପଟାଙ୍ଗୀ ବ୍ଲକ କୋଟିଆ ଗ୍ରାମପୁଞ୍ଜ ନେଇ ପଡ଼ୋଶୀ ଆନ୍ଧ୍ର ସହ ବିବାଦ ଚରମ ସୀମାରେ ପହଞ୍ଚିଛି । କୋଟିଆ ପଞ୍ଚାୟତର ଆନ୍ଧ୍ର ସୀମାକୁ ଲାଗିଥିବା ତାଡିବାଲାସାରେ ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରତିଷ୍ଠା ହୋଇଛି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସ୍କୁଲ । କିନ୍ତୁ ୨୦୧୮ ମସିହାରେ ଏହାକୁ ଆବାସିକ ସ୍କୁଲ ଭାବେ ସରକାର ଘୋଷଣା କରିଛନ୍ତି ।ଏଠାରେ ନିର୍ମାଣ ହୋଇଥିବା ଛାତ୍ରାବାସ ଓ ସ୍କୁଲକୁ ଆନ୍ଧ୍ର ସରକାରଙ୍କ ପକ୍ଷରୁ ବିଦ୍ୟୁତ ସଂଯୋଗ ଦିଆଯାଇଥିଲା । ସ୍ଥାନୀୟ ଅଞ୍ଚଳର ଲୋକ ପ୍ରତିନିଧି ଓ ସଚେତନ ନାଗରିକ ମାନଙ୍କର ବାରମ୍ବାର ଦାବି ସତ୍ତ୍ୱେ ଓଡ଼ିଶା ସରକାର କେବଳ ବିଦ୍ୟୁତ ଖୁଣ୍ଟ ପୋତି ହାତ ଯୋଡି ବସି ଯାଇଥିଲେ ।

ଛାତ୍ରାବାସର ପିଲାଙ୍କ ସୁବିଧା ପାଇଁ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରାମଚନ୍ଦ୍ର ମାଝୀ ସମସ୍ତ ଉଦ୍ୟମ କରି ଫେଲ ମାରିଥିଲେ । ବାଧ୍ୟ ହୋଇ ସେ ନିଜ ଘର ପାଇଁ ବିଜୁଳୀ ସଂଯୋଗ ଆଣିଥିଲେ । ପରେ ସେ ସ୍କୁଲକୁ ସଂଯୋଗ ଦେଇଥିଲେ । ଆନ୍ଧ୍ର ଅଧିକାରୀମାନେ ଏହା ଜାଣିବା ପରେ ପ୍ରତିକ୍ରିୟାଶୀଳ ହୋଇ ଉଠିଥିଲେ । ସ୍କୁଲରବିଜୁଳି ସଂଯୋଗ ବିଚ୍ଛିନ୍ନ କରିବା ସହ ରାମଚନ୍ଦ୍ରଙ୍କୁ ୧୦ହଜାର ଟଙ୍କା ଜରିମାନା କରିଛନ୍ତି । ସ୍କୁଲ ଓ ଛାତ୍ରାବାସକୁ ଓଡ଼ିଶା ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ସୋଲାର ଲାଇଟ ଆଉ କାମ କରୁନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜନ୍ମ ବେଦୀକୁ ବିଜେ କରିବେ ମଣିମା 🔴 ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପୁରୀରେ ଅଘଟଣ, ଶରଧାବାଲିରେ ଚାଲିଗଲା ୩ ଭକ୍ତଙ୍କ ଜୀବନ 🔴 ଏକାଠି ଜଳିଲା ତିନି ଭାଇଙ୍କ ଜୁଇ 🔴 ଆଉ ନାହାନ୍ତି କାଣ୍ଟା ଲଗା ଫେମ୍ ସେଫାଳୀ 🔴 ନବୀନଙ୍କୁ ପାଣ୍ଡିଆନଙ୍କ ହାଇଜାକ୍!…ହସ୍ପିଟାଲ ସାକ୍ଷୀ 🔴 ଶରଧାବାଲିରେ ୩ ରଥ 🔴 ଆଜି ପୁଣି ଗଡ଼ିବ ରଥ 🔴 ବ୍ଲକବଷ୍ଟର ‘ବୋଉ ବୁଟୁ ଭୂତ’ 🔴 ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ 🔴 ଜନ୍ମ ବେଦୀକୁ ବିଜେ କରିବେ ମଣିମା 🔴 ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପୁରୀରେ ଅଘଟଣ, ଶରଧାବାଲିରେ ଚାଲିଗଲା ୩ ଭକ୍ତଙ୍କ ଜୀବନ 🔴 ଏକାଠି ଜଳିଲା ତିନି ଭାଇଙ୍କ ଜୁଇ 🔴 ଆଉ ନାହାନ୍ତି କାଣ୍ଟା ଲଗା ଫେମ୍ ସେଫାଳୀ 🔴 ନବୀନଙ୍କୁ ପାଣ୍ଡିଆନଙ୍କ ହାଇଜାକ୍!…ହସ୍ପିଟାଲ ସାକ୍ଷୀ 🔴 ଶରଧାବାଲିରେ ୩ ରଥ 🔴 ଆଜି ପୁଣି ଗଡ଼ିବ ରଥ 🔴 ବ୍ଲକବଷ୍ଟର ‘ବୋଉ ବୁଟୁ ଭୂତ’ 🔴 ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ