Masthead

ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଫାଇଲ୍ ନିଖୋଜ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଦୁଇଟି ଫାଇଲ୍ ନିଖୋଜ ଘଟଣାକୁ ନେଇ ରାଜନୀତି ଜୋର ଧରିଛି । ବିରୋଧୀ ବିଜେପି ଓ କଂଗ୍ରେସ ସରକାରଙ୍କୁ ଘେରିଛନ୍ତି । ଆଇନ ବିଭାଗରୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଦୁଇଟି ଫାଇଲ୍ ନିଖୋଜ । ଫାଇଲ ନମ୍ବର ଜେଟିଏ/୨୦୦୬ ପିଟି ଓ ଜେଟିଏ/ ୨୦୧୪ର ପତ୍ତା ମିଳୁନି । ହାଇକୋର୍ଟ ମାମଲାରେ ଏହି ଦୁଇ ଫାଇଲର୍ ଗୁରୁତ୍ୱ ଥିବାରୁ ସରକାରଙ୍କ ନିଦ ହଜିଯାଇଛି । ତେଣେ ଏନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ଶ୍ରୀମନ୍ଦିର ପ୍ରତି ସରକାରଙ୍କ ଆନ୍ତରିକତା ନାହିଁ । ପୂର୍ବରୁ ରତ୍ନଭଣ୍ଡାର ଚାବି ହଜିଥିଲା । ଏବେ ଫାଇଲ ହଜିଛି ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି । ତେଣେ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ନେତା ବିଜୟ ପଟ୍ଟନାୟକ ଫାଇଲ ହଜିବାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ।  ଜଗନ୍ନାଥ ମନ୍ଦିର ସମ୍ପର୍କିତ ଫାଇଲ ହଜିବା ଅତ୍ୟନ୍ତ ଚିନ୍ତାଜନକ ଏବଂ ଉଦବେଗ ଜନକ ଘଟଣା । କିନ୍ତୁ ଫାଇଲ ହଜି ନାହିଁ । ଫାଇଲ ଲୁଚାଇ ରଖାଯାଇଛି । ଜଗନ୍ନାଥ ମନ୍ଦିର ସମ୍ପର୍କରେ ଏଭଳି ତଥ୍ୟ ତା ଭିତରେ ଥିବ, ଯାହାକୁ ବୋଧେ ଲୋକଲୋଚନକୁ ଆଣିବା ପାଇଁ ସେମାନେ ଚାହାନ୍ତି ନାହିଁ । ସେଥିପାଇଁ ହଜି ଯିବା ପନ୍ଥାର ଆଶ୍ରୟ ନିଆଯାଇଛି ବୋଲି ବରିଷ୍ଠ ନେତା ବିଜୟ ମହାପାତ୍ର କହିଛନ୍ତି । ଶାସନଗତ ଶୃଙ୍ଖଳା ଅଭାବରୁ ଏଭଳି ଘଟୁଛି ବୋଲି ବରିଷ୍ଠ ସାମ୍ବାଦିକ ରବି ଦାସ କହିଛନ୍ତି ।

ବିରୋଧୀଙ୍କୁ ଉତ୍ତର ଦେଇଛି ବିଜେଡି । ଆଇନମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି, ଫାଇଲ ହଜିବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ଆଇନ ବିଭାଗ ତର୍ଜମା କରୁଛି । ହଜିଥିବା ଫାଇଲ ପାଇବା ପାଇଁ ଉଦ୍ୟମ ଜାରି ରହିଛି ।  ପୂର୍ବରୁ ହଜିଥିଲା ରତ୍ନଭଣ୍ଡାର ଚାବି । ଏବେ ଫାଇଲ ହଜିଯାଇଛି । ଏହାକୁ ସାଧାରଣ ଲୋକେ ସହଜରେ ହଜମ କରିପାରୁ ନାହାନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ