Masthead

ଆଉ ୪୮ ଘଣ୍ଟା ଇଣ୍ଟରନେଟ ବନ୍ଦ

ସମ୍ବଲପୁର(ବଡ଼ ଖବର ବ୍ୟୁରୋ): ସମ୍ବଲପୁରରେ ଆଉ ୪୮ ଘଣ୍ଟା ଇଣ୍ଟରନେଟ ବନ୍ଦ । ୨୨ ତାରିଖ ସକାଳ ୧୦ ଟା ଯାଏ ଇଣ୍ଟରନେଟ ସେବା ବନ୍ଦ ରହିବ । ତେବେ ଆଜି ପୂରା ଜିଲ୍ଲାରେ ବ୍ରଡ଼ବ୍ୟାଣ୍ଡ ଲିଜ ଲାଇନ କାମ କରିବ । ଗତକାଲି ଜିଲ୍ଲାର କିଛି ସ୍ଥାନରେ ଲିଜଲାଇନ ଇଣ୍ଟରନେଟ୍ ଦିଆଯାଇଥିଲା । ଆଜି ସାରା ଜିଲ୍ଲାକୁ ଲିଜଲାଇନ ସହ ବ୍ରଡବ୍ୟାଣ୍ଡ ସେବା ଯୋଗାଇ ଦିଆଯିବ । ସେହିପରି ଆଜି ମଧ୍ୟ ଜିଲ୍ଲାରେ ୧୧ ଘଣ୍ଟା କର୍ଫ୍ୟୁ କୋହଳ ରହିବ । ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ କଟକଣା କୋହଳ କରାଯାଇଛି । ଗତକାଲି ୧୧ ଘଣ୍ଟା କୋହଳ ହୋଇଥିଲେ ମଧ୍ୟ ବନ୍ଦ ପାଇଁ କର୍ଫ୍ୟୁ ଭଳି ସ୍ଥିତି ରହିଥିଲା । ହେଲେ ଆଜି ଦିନ ସାରା ଦୋକାନ, ବଜାର ଖୋଲା ରହିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ