Masthead

ଆଇପିଏଲ ଦେଖି ଜିତିଲେ କାର

କରଞ୍ଜିଆ (ବଡ଼ ଖବର ବ୍ୟୁରୋ):  ମୟୁରଭଞ୍ଜ ଜିଲ୍ଲା ପୋଲିସ କନେଷ୍ଟବଳ ଆଇପିଏଲ୍ ମ୍ୟାଚ୍ ଦେଖି କାର୍ ଜିତିଲେ । ଜିଓ ସିନେମାର ମୋବାଇଲ୍ ଆପ୍ ଅନଲାଇନ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପ୍ରଶ୍ନର ଉତ୍ତର ଦେଇ କାର ଜିତିଛନ୍ତି। ସେ ହେଉଛନ୍ତି ଜିଲ୍ଲାର ରରୁଆଁ ଥାନାର କନଷ୍ଟେବଲ ଭୀମସେନ ମହାନ୍ତ। ଖେଳ ଦେଖୁ ଦେଖୁ ପ୍ରତିଯୋଗିତାର କିଛି ପ୍ରଶ୍ନର ଉତ୍ତର ଦେଇ ପୁରସ୍କାରରେ ପାଇଛନ୍ତି ବୋଲେନୋ କାର୍। ପୁରସ୍କାର ପାଇବା ପରେ ଏବେ ସେ ବେଶ୍ ଖୁସିବ୍ୟକ୍ତ କରିଛନ୍ତି।

ସୂଚନା ଅନୁଯାୟୀ, ଚଳିତବର୍ଷ ଆଇପିଏଲ୍ ମାନିଆ ଆରମ୍ଭ ହୋଇଥିଲା। ଏହାକୁ ନେଇ ଜିଓ ସିନେମା ଆପ୍ ପକ୍ଷରୁ ଜିଓ ଧନ ଧନା ଧନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଭାଗ୍ୟଶାଳୀ ବିଜେତାଙ୍କ ପାଇଁ ପୁରସ୍କାର ସ୍ବରୂପ ଗୋଟିଏ ଗୋଟିଏ ବୋଲେନୋ କାର୍ ରହିଛି। ତେବେ ଗତ ୮ ତାରିଖ ଦିନ ଦିଲ୍ଲୀ-ରାଜସ୍ଥାନ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଆଇପିଏଲ ମ୍ୟାଚ ସମୟରେ ଅନୁଷ୍ଠିତ ହୋଇଥିବା କୁଇଜ ପ୍ରତିଯୋଗିତାରେ ଦେଶର କୋଟି କୋଟି ଲୋକ ଅଂଶଗ୍ରହଣ କରିଥିଲେ।

କିନ୍ତୁ ସୌଭାଗ୍ୟ ବଶତଃ ସଠିକ୍ ଉତ୍ତର ଦେଇ ମୟୁରଭଞ୍ଜ ଜିଲ୍ଲାର ଭୀମସେନ ଲଟେରି ମାଧ୍ୟମରେ ଏକ କାର୍ ପାଇବାକୁ ଯୋଗ୍ୟ ହୋଇଛନ୍ତି।ତେବେ ଫଳାଫଳକୁ ନେଇ ଭୀମସେନ୍ ବିଶ୍ୱାସ କରି ପାରିନଥିଲେ। ପରଦିନ ସକାଳୁ ଜିଓ କମ୍ପାନିରୁ ଫୋନ୍ ଆସିବା ପରେ ତାଙ୍କର ଖୁସିର ଠିକଣା ରହି ନଥିଲା। କମ୍ପାନି ପକ୍ଷରୁ ଭୀମସେନଙ୍କୁ ବାଲେଶ୍ବର ନିଆଯାଇଥିଲା ଏବଂ ସ୍ଥାନୀୟ ଏକ ସୋ’ରୁମ୍ରେ ଉକ୍ତ କାର୍ ପ୍ରଦାନ କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ