କୋଭିଡ଼ ନିୟମ ଭାଙ୍ଗିଲା ବସ୍

ଖଇରା,(ବଡ଼ ଖବର ବ୍ୟୁରୋ): ଦିନକୁ ଦିନ ସାରା ଦେଶରେ କାୟା ବିସ୍ତାର କରିଚାଲିଛି ମହାମାରୀ କରୋନା। କରୋନାକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ବିଭିନ୍ନ ସମୟରେ ବିଭିନ୍ନ ଗଣମାଧ୍ୟମ ଏବଂ ଜନପ୍ରତିନିଧିଙ୍କ ଦ୍ୱାରା ଜନସାଧାରଣ ମାନଙ୍କୁ ସଚେତନତା କରୁଛନ୍ତି। ମୁଖ୍ୟତଃ ସାମାଜିକ ଦୂରତା ରକ୍ଷାକରିବା ଏବଂ ସର୍ବଦା ମୁହଁରେ ମାସ୍କ ପିନ୍ଧିବା ପାଇଁ ସରକାର ବାରମ୍ବାର ନିର୍ଦ୍ଦେଶ ମଧ୍ୟ ଦେଉଛନ୍ତି। ରାଜ୍ୟରେ କରୋନା ସ୍ଥିତିକୁ ଦେଖି ରାଜ୍ୟ ସରକାର କୋଭିଡ଼ ନିୟମ ପାଳନ କରି ବସ୍ ଚଳାଚଳକୁ ସ୍ୱଭାବିକ କରିଛନ୍ତି । ହେଲେ ଏହି ନିୟମକୁ ଉଲଙ୍ଘନ କରି ବସ୍ ଚଳାଚଳ ହେଉଥିବା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକରେ। ବସରେ ଯେତେସମ୍ଭବ ଅଳ୍ପ ସଂଖ୍ୟକ ଲୋକମାନଙ୍କୁ ନେଇ ସମସ୍ତ କୋଭିଡ଼ ଗାଇଡ଼ ଲାଇନକୁ ପାଳନ କରି ବସ ଚଳାଚଳ କରିବା ପାଇଁ ରାଜ୍ୟ ସରକାରଙ୍କ ଅନୁମତି ଦେଇଥିଲେ ମଧ୍ୟ ଖଇରା ଠାରେ ଏହାର ଖୁଲମଖୁଲା ଉଲଙ୍ଘନ ହୋଇଥିବା ଦେଖିବାକୁ ମିଳିଛି ।

ଏଥିପ୍ରତି ପ୍ରସାଶନ ମଧ୍ୟ ଦୃଷ୍ଟି ଦେଉନଥିବା ଦେଖିବାକୁ ମିଳିଛି। ଖଇରା ବ୍ଲକ କୁପାରୀରୁ ବାଲେଶ୍ୱରକୁ ପ୍ରତ୍ୟକଦିନ ୧୦ରୁ ଉର୍ଦ୍ଦ ବସ୍ ଚଳାଚଳ କରୁଛି। ହେଲେ ଏହି ବସ ଗୁଡିକ କୋଭିଡ୍ ନିୟମକୁ ଉଲଙ୍ଘନ କରି ବସରେ ଥିବା ସିଟରୁ ଅଧିକ ଯାତ୍ରୀ ଭିଡ଼ ନେଉଥିବା ସହିତ ଯାତ୍ରୀମାନେ ମାସ୍କ ବ୍ୟବହାର କରୁନଥିବା ଦେଖିବାକୁ ମିଳିଛି। ପୋଲିସ୍ ବଜାରରେ ଭିଡ଼ ଜମାଇଲେ କିମ୍ବା ମାସ୍କ ପିନ୍ଧିନଥିଲେ ସାଧାରଣ ଜନତାଙ୍କ ଠାରୁ ଫାଇନ୍ ଆଦାୟ କରୁଥିବାବେଳେ କୋଭିଡ୍ ନିୟମ ଭାଙ୍ଗି ବସ୍ ଚଳାଚଳ ହେଉଥିଲେ ମଧ୍ୟ ଏଥି ପ୍ରତି ଦୃଷ୍ଟି ଦେଉନଥିବା ସାଧାରଣରେ ଅଭିଯୋଗ ହୋଇଛି। ଅନ୍ୟପଟେ ଖଇରା ଅଞ୍ଚଳରେ ପ୍ରତ୍ୟକ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟ ବଢ଼ିବାରେ ଲାଗିଥିବାବେଳେ ବସରେ ଶତାଧିକ ଲୋକେ ଭିଡ଼ ଜମାଇ ଯାତ୍ରାକରୁଥିବା ସାଧାରଣରେ ଭୟର ବାତାବରଣ ସୃଷ୍ଟି ହୋଇଛି। ପ୍ରଶାସନ ଏହାକୁ ଦୃଷ୍ଟିଦେଇ କୋଭିଡ୍ ନିୟମକୁ ଉଲଙ୍ଘନ କରି ବସ୍ ଚଳାଉଥିବା ମାଲିକଙ୍କ ବିରୋଧରେ କାର୍ୟ୍ୟନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ