Masthead

ଭାରତ ମହାସାଗରରେ ଚୀନର ଦବଦବା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଭାରତ ମହାସାଗରରେ ଚୀନ ମୁତୟନ କରିଛି ଅନେକ ଯୁଦ୍ଧତରୀ । ଏହା ଭିତରେ ଅଛି ଅନୁସନ୍ଧାନ ଏବଂ ସର୍ବେକ୍ଷଣ ଜାହାଜ । ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି ଆଗାମୀ ଦିନରେ ଚୀନ୍ ଭାରତ ମହାସାଗର ଓ ପ୍ରଶାନ୍ତ ମହାସାଗରରେ ନିଜର ବୁଡ଼ାଜାହାଜ ପାଇଁ ସ୍ୱତନ୍ତ୍ର ରାସ୍ତା ପ୍ରସ୍ତୁତ କରିବା । ୨୦୨୨ ଏପ୍ରିଲ ୧୩ରେ ଚାଇନାର ଅନୁସନ୍ଧାନ ଏବଂ ସର୍ବେକ୍ଷଣ ଜାହାଜ ୟାଙ୍ଗ ଶି ୟୁ ୭୬୦ ମାଲେକା ଷ୍ଟ୍ରାଇଟ୍ ଅତିକ୍ରମ କରିଥିଲା । ଜାହାଜଟି ପ୍ରାୟ ଚାରିମାସ ପର୍ୟ୍ୟନ୍ତ ଭାରତ ମହାସାଗରରେ ରହିଥିଲା ।


ମେରାଇନ୍ ଟ୍ରାଫିକ୍ ୱେବସାଇଟ୍ ଅନୁଯାୟୀ ଚାଇନାର ଅନୁସନ୍ଧାନ ଓ ସର୍ବେକ୍ଷଣ ଜାହାଜ ସିଙ୍ଗାପୁର ଉପକୂଳ ଛାଡି ଚାଇନାର ଝାଙ୍ଗଜିଆଙ୍ଗ ବନ୍ଦର ଆଡକୁ ଗଲା। ଅଗ୍ରସର ହୋଇଥିଲା । ପରେ ଇଣ୍ଡୋନେସିଆର ବାଲିକପପାନ ବନ୍ଦର ଉପରେ ନଜର ରଖିଥିଲା । ଗତ ଦଶନ୍ଧି ମଧ୍ୟରେ ଚୀନର ସର୍ଭେ ଏବଂ ଅନୁସନ୍ଧାନ ଜାହାଜ ସହିତ ଅନେକ ଉପଗ୍ରହ ଟ୍ରାକିଂ ଜାହାଜ ଭାରତ ମହାସାଗରରେ କାର୍ଯ୍ୟକଳାପକୁ ତୀବ୍ର କରିଛି। ଦକ୍ଷିଣ ଭାରତ ମହାସାଗର ଦେଇ ପୂର୍ବ ଆଫ୍ରିକା ଉପକୂଳରେ ପହଞ୍ଚିବା ପାଇଁ ଇଣ୍ଡୋନେସିଆର ଓମ୍ବାଇ-ଭେଟେରାନ୍ ଷ୍ଟ୍ରାଇଟ୍ ଲୋମ୍ବୋକ୍ ଠାରୁ ଏକ ବିକଳ୍ପ ମାର୍ଗ ସୃଷ୍ଟି କରିବାକୁ ଚୀନ ସେନା ଲକ୍ଷ୍ୟ ରଖିଛି। ବୁଡ଼ାଜାହାଜକୁ ଗଭୀର ପାଣିର ଆବଶ୍ୟକ ଥିବାରୁ ମାଲାକା ଏବଂ ସୁଣ୍ଡା ଷ୍ଟ୍ରାଇଟ୍ ଦେଇ ଭାରତ ମହାସାଗରରେ ପ୍ରବେଶ କରିବାକୁ ଚୀନ୍ ଯୋଜନା କରିଛି ।


ଆକାର ଏବଂ ସଂଖ୍ୟା ଦୃଷ୍ଟିରୁ ଚୀନ୍ ସେନା ବିଶ୍ୱର ସର୍ବ ବୃହତ । ବର୍ତ୍ତମାନ ଚୀନ୍ ନିଜର ଶକ୍ତି ମାଧ୍ୟମରେ ସମୁଦ୍ରକୁ ନିଜ ହାତମୁଠାରେ ରଖିବା ପାଇଁ ପ୍ରୟାସ ଜାରି ରଖିଛି । ବିଶେଷଜ୍ଞମାନେ ଚିନ୍ତା କରୁଛନ୍ତି ୨୦୨୫ ସୁଦ୍ଧା ଭାରତ-ପ୍ରଶାନ୍ତ ମହାସାଗରରେ ଚୀନ୍ ସେନା ପାଟ୍ରୋଲିଂ ଆରମ୍ଭ କରିପାରେ। ଯଦି ଏହା ଘଟେ, ତେବେ ଏହା ଚୀନ୍‌ ପାଇଁ ବିପଦର କାରଣ ହୋଇପାରେ । ଦକ୍ଷିଣ ଚୀନ ସାଗରକୁ ଚୀନ ନିଜର ଅଞ୍ଚଳ ବୋଲି ଦାବି କରି ଆସୁଛି । ଦକ୍ଷିଣ ଚୀନ ସାଗରରେ ଚଳାଚଳ କରୁଥିବା ଜହାଜଗୁିକ ଉପରେ ଚୀନ କଡା ନଜର ରଖିଛି । କିଛି ଦେଶର ଜାହାଜକୁ ଦକ୍ଷିଣ ଚୀନ ସାଗରରେ ଚଳାଚଳ ନ କରିବାକୁ ମଧ୍ୟ ଚୀନ୍ ବରଣ କରିଛି ।

ଚୀନର ଲକ୍ଷ୍ୟ ହେଉଛି ସମଗ୍ର ବିଶ୍ୱର ସମୁଦ୍ର ଦଖଲ କରିବା। ତେଣୁ ଚୀନ୍ ଆଫ୍ରିକାର ପୂର୍ବ ଉପକୂଳକୁ ଦଖଲ କରିବାକୁ ଚାହୁଁଛି। ଆଫ୍ରିକାର ପୂର୍ବ ଉପକୂଳରେ ଥିବା ଦେଶଗୁଡିକ ଦକ୍ଷିଣ ଆଫ୍ରିକା ଠାରୁ ଜିବୋଟି ପର୍ୟ୍ୟନ୍ତ ଚୀନ୍ ନଜରରେ ରହିଛି । ଏଭଳି ପରିସ୍ଥିତିରେ ଭାରତ ମହାସାଗର ଓ ପ୍ରଶାନ୍ତ ମହାସାଗରରେ ସୁରକ୍ଷା ନେଇ ବିଶ୍ୱ ସମୁଦାୟ ଚିନ୍ତା ପ୍ରକଟ କରିଛନ୍ତି । ଶ୍ରୀଲଙ୍କା, ପାକିସ୍ତାନ, ମିଆଁମାର, କାମ୍ବୋଡିଆ, ଲାଓସ୍ ଇଣ୍ଡୋନେସିଆ ଅଧିକ କ୍ଷତିଗ୍ରସ୍ତ ହେବେ । ଏହି ଦେଶଗୁଡିକ ସିଧାସଳଖ ଚୀନ ଉପରେ ନିର୍ଭର କରିବାକୁ ବାଧ୍ୟ ହେବେ । ଏଭଳି ପରିସ୍ଥିତିରେ ଭାରତ, ଅଷ୍ଟ୍ରେଲିଆ ଏବଂ ଜାପାନ ଉପକୂଳର ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ