Masthead

“ଅମାନିଆ” ପ୍ରତିଯୋଗିତାରେ ସାମିଲ ହେଲେ ସହକାରୀ ଯନ୍ତ୍ରୀ

କରଞ୍ଜିଆ,(ବଡ଼ ଖବର ବ୍ୟୁରୋ): ଦିନକୁ ଦିନ କରୋନାର ପ୍ରକୋପ ବଢିଚାଲିଥିବା ବେଳେ ସଂକ୍ରମଣକୁ ନେଇ ସାଲିସ କରିବା ସତେ ଯେମିତି ଏବେ ପ୍ରତିଯୋଗିତାରେ ପରିଣତ ହେଲାଣି। କାରଣ ଦୁଇଦିନ ତଳେ ଅଭ୍ୟାସଗତ ଅମାନିଆ ଭାବେ ଜଣା ସାଂସଦ ଅପରାଜିତାଙ୍କ ବାର୍ଥଡେ ପାର୍ଟି କଥା ଲୋକେ ଭୁଲିନଥିବା ବେଳେ, ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆରେ ଏବେ ଦେଖା ଦେଇଛନ୍ତି ଆଉ କିଛି ନୂଆ “ଅମାନିଆ”। ଯେଉଁମାନଙ୍କ ଭିତରେ ଅଛନ୍ତି କିଛି “ସରକାରୀ ଓ କିଛି ବେସରକାରୀ ଅମାନିଆ”। ଅର୍ଥାତ କିଛି ଯନ୍ତ୍ରୀ ଆଉ ଠିକାଦାର।

କରଞ୍ଜିଆ ଉପଖଣ୍ଡ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ଅଧିକାରୀଙ୍କ କାର୍ୟ୍ୟାଳୟରେ ଗତକାଲି(୧୧.୧୦.୨୦) ଅପରାହ୍ନରେ ଠାକୁରମୁଣ୍ଡା ବ୍ଲକର ପୂର୍ବତନ କନିଷ୍ଠ ଯନ୍ତ୍ରୀ ରାମଚନ୍ଦ୍ର ଚୌଧୁରୀଙ୍କ ଚାଲିଥିଲା ବିଦାୟକାଳୀନ ସଭା। ଯେଉଁଠି ଖୋଦ୍ ଉପଖଣ୍ଡ ଅଧିକାରୀଙ୍କ ସହ ଉପଖଣ୍ଡ ଅଧିନ ୫ଟି ବ୍ଲକର ସମସ୍ତ ଯନ୍ତ୍ରୀ ଓ କିଛି ଠିକାଦାର ଏକାଠି ହୋଇଥିଲେ। କିନ୍ତୁ ଏକତ୍ରିତ ହୋଇଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରୁ କାଁଭାଁ ଜଣେ ଦିଜଣ ମାସ୍କ ପିନ୍ଧିଥିଲା ବେଳେ, ଅନ୍ୟମାନେ ନା ମାସ୍କ ପିନ୍ଧିଥିଲେ ନା ସାମାଜିକ ଦୂରତାର ମୂଲ୍ୟ ବୁଝିଥିଲେ। ଯାହାର ଫଟୋ ଆଜି ସୋସିଆଲ ମିଡ଼ିଆରେ ଭାଇରଲ ହେବାପରେ କରଞ୍ଜିଆ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ବିଡମ୍ବନାର କଥା ହେଉଛି, ଯେଉଁ ସାମାଜିକ ଦୂରତାକୁ ଲକ୍ଷ୍ୟ କରି ଏବେବି ଅନେକ ସରକାରୀ ଅଫିସ, ଥାନା, ତହସିଲ କାର୍ୟ୍ୟାଳୟ ବାହାରେ ବାଉଁଶ, ରିବନ ବା ଅଧାକବାଟ ବନ୍ଦରହୁଛି, ସେହି ସବୁ ଅଫିସ ଭିତରେ କିନ୍ତୁ ବର୍ତ୍ତମାନ ଏଭଳି “ଅମାନିଆ” କାର୍ୟ୍ୟକ୍ରମ ଜାରିରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି