Masthead

ପରିବାର ସହ ପଜିଟିଭ୍ ହେଲେ ଦୀପିକା

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): କରୋନା ଭାଇରସର ଦ୍ୱିତୀୟ ଲହର ଭାରତରେ କରାଳ ରୂପ ଦେଖାଉଛି। ପ୍ରତ୍ୟେକ ଦିନ ଲକ୍ଷାଧିକ ଲୋକ ସଂକ୍ରମିତ ହେବା ସହ ହଜାର ହଜାର ଲୋକଙ୍କ ମୃତ୍ୟୁ ହେଉଛି। ଏହାର ପ୍ରଭାବ ବଲିଉଡରେ ବି ପଡ଼ିଛି। ଅନେକ ବଲିଉଡ ସେଲିବ୍ରିଟି ସଂକ୍ରମିତ ହୋଇଛନ୍ତି । ବର୍ତ୍ତମାନ ଅଭିନେତ୍ରୀ ଦୀପିକା ପାଦୁକୋନ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହ ସହ ତାଙ୍କ ବାପା, ମାଆ ଓ ଭଉଣୀ ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି। କିଛିଦିନ ପୂର୍ବରୁ ତାଙ୍କ ପିତା ପୂର୍ବତନ ବ୍ୟଡମିଣ୍ଟନ ଚାମ୍ପିୟନ ପ୍ରକାଶ ପାଦୁକୋନ ମଧ୍ୟ ପଜିଟିଭ ଚିହ୍ନ ହୋଇଥିଲେ । ନିକଟରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ବେଙ୍ଗାଲୁରୁର ଏକ ଘରୋଇ ଡାକ୍ତର ଖାନାରେ ପରିବାର ଲୋକ ଭର୍ତ୍ତି କରିଛନ୍ତି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତେବେ ୨-୩ ଦିନ ଭିତରେ ସେ ଡାକ୍ତରଖାନାରୁ ଡିସଚାର୍ଯ ହୋଇପାରନ୍ତି।

ପରିବାର ସହ ବେଙ୍ଗାଲୁରୁରେ ଅଛନ୍ତି । ଫ୍ୟାନମାନେ ଦୀପିକା ଓ ତାଙ୍କ ପରିବାରର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଦୀପିକାଙ୍କ ପୂର୍ବରୁ ଆଲିଆ ଭଟ୍ଟ, ଭୁମି ପେଡନେକର, ବିକି କୌଶଲ, କ୍ୟାଟ୍ରିନା କୈଫ, ଅକ୍ଷୟ କୁମାର ଏବଂ ସୋନୁ ସୁଦଙ୍କ ଭଳି ତାରକା କରୋନା ସଂକ୍ରମିତ ହୋଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ