Masthead

ପୁରୀ ପୋଲିସକୁ ବଡ ସଫଳତା

ପୁରୀ (ବଡ଼ ଖବର ବ୍ୟୁରୋ):ପୁରୀ ପୋଲିସକୁ ବଡ ସଫଳତା। ଦୁର୍ଦ୍ଦାନ୍ତ ଅପରାଧୀ ମନୁଆ ମହାନ୍ତି ସହିତ ୪ ସହଯୋଗୀଙ୍କୁ ଗିରଫ କରିଛି ପୋଲିସ । ୩ଟି ବନ୍ଧୁକ ସହ ୪ ମୋବାଇଲ ଓ ଛୁରୀ ଜବତ କରାଯାଇଛି । ସ୍ପେଶାଲ ସ୍କ୍ୱାର୍ଡ ଓ ତାଳବଣିଆ ଥାନା ପୋଲିସକୁ ମିଳିଛି ଏହି ସଫଳତା। ଗିରଫ ଅଭିଯୁକ୍ତ ହେଉଛନ୍ତି ଜଗତସିଂହପୁରର ସୌମ୍ୟରଞ୍ଜନ ବିଶ୍ଵାଳ, ରଘୁପତି ନଗରର ମିଲନ ମିଶ୍ର, ସୁଆର ସାହିର ଦୀପକ ସୁଆର ଓ ମାର୍କଣ୍ଡେଶ୍ୱର ସାହିର ନିଲୁ ବାରିକ। ଭେଟେରାନ୍ ଅପରାଧି ମନୁଆ ନାଁରେ ବିଭିନ୍ନ ଥାନାରେ ୧୮ ମାମଲା ରହିଛି। ସେମାନଙ୍କ ଠାରୁ ୩ ସେମି ଅଟୋମେଟିକ ପିସ୍ତଲ ୧୦ ଜୀବନ୍ତ ଗୁଳି ଜବତ ହୋଇଛି। ମାସେ ହେଲା ଗୁଇନ୍ଦା ବିଭାଗ ତାର ଗତି ବିଧି ଉପରେ ନଜର ରଖିଥିବା ବେଳେ ମନୁଆ ତାର ଲୋକେସନ୍ ବଦଳାଇଥିଲା। ଅପରାଧୀ ମାନଙ୍କ ବିରୁଦ୍ଧରେ ଏଭଳି ଅପରେସନ ଜାରି ରହିବ ବୋଲି ପୁରୀ ଏସପି ଡଃ କନୱର ବିଶାଳ ସିଂ ସୂଚନା ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ