Masthead

ବିଚିତ୍ର ଓଡ଼ିଆ ପ୍ରଶ୍ନ, ଇଂରାଜୀ ପ୍ରଶ୍ନକୁ ଗୁଗୁଲ ଟ୍ରାନ୍ସଲେଟରେ ଅନୁବାଦ ଅଭିଯୋଗ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆକାଉଣ୍ଟାଣ୍ଟ ପରୀକ୍ଷାର୍ଥୀ ନିରାଶ । ନିରାଶ କଲା ଓଡ଼ିଶା ଷ୍ଟାଫ ସିଲେକ୍ସନ କିମଶନ । ଏମିତି ଓଡ଼ିଆରେ ପ୍ରଶ୍ନ ଦେଲା ଯେ ଓଡ଼ିଶା ପିଲା ବୁଝି ପାରିଲେନି । ଗୁଗୁଲ ଟ୍ରାନ୍ସଲେଟର ଜରିଆରେ ଇଂରାଜୀ ପ୍ରଶ୍ନ ଗୁଡ଼ିକ ଅନୁବାଦ କରାଯାଇ ଓଡ଼ିଆରେ ପ୍ରଶ୍ନ ପ୍ରସ୍ତୁତ କରାଯାଇଥିବା ଅଭିଯୋଗ ହେଉଛି । ପ୍ରଶ୍ନପତ୍ରରେ ଉଲ୍ଲେଖ କରାଯାଇଥିବା ଓଡ଼ିଆ ଶଦ୍ଦଗୁଡ଼ିକ ପରୀକ୍ଷାର୍ଥୀଙ୍କୁ ଚକିତ କରିଥିଲା । ଓଡ଼ିଆ ଭାଷାକୁ ରାଜ୍ୟବାସୀ ଗୁରୁତ୍ୱ ଦେବେ । ଓଡ଼ିଆରେ ସମସ୍ତ ଶିଳ୍ପ, ଶିକ୍ଷା, ବୈଷୟିକ ପ୍ରତିଷ୍ଠାନର ନାମ ଲେଖାଯିବ ।

 

ଏପରିକି ଓଡ଼ିଆରେ ସମସ୍ତ ସରକାରୀ ଚିଠି ଜାରି କରିବା ପାଇଁ ସରକାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ନିକଟରେ କେନ୍ଦ୍ରୀୟ ଅନୁଷ୍ଠାନ ଗୁଡ଼ିକ ଆଞ୍ଚଳିକ ଭାଷାରେ ମେଡ଼ିକାଲ ଓ ଇଞ୍ଜିନିୟରିଂ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରାଦେଶିକ ପରୀକ୍ଷା କରାଇଲେ । କିନ୍ତୁ ବିଡ଼ମ୍ବନାର ବିଷୟ ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ଓଡ଼ିଆରେ ପ୍ରଶ୍ନପତ୍ର ତିଆରି କରିବାରେ ସମ୍ପୁର୍ଣ୍ଣ ଅସମର୍ଥ । ୬୫ ଟି ଆକାଉଣ୍ଟାଣ୍ଟ ପଦବୀର ପୂରଣ ଲାଗି ଓଡ଼ିଶା ଷ୍ଟାପ ସିଲେକ୍ସନ କମିଶନ ରବିବାର କରିଥିବା ଲିଖିତ ପରୀକ୍ଷାରୁ ପ୍ରମାଣିତ ହୋଇଛି ଓଡ଼ିଆ ଭାଷାର ସ୍ଥାନ କେଉଁଠି ?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ