Masthead

ସମସ୍ୟାର ସମାଧାନ ନହେଲେ ଉଠିବୁନି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଭାରତର ଟପ ରେସଲର ବଜରଙ୍ଗ ପୁନିଆ, ଭିନେଶ ଫୋଗତ ଓ ସାକ୍ଷୀ ମଲିକଙ୍କ ସମେତ ଅନ୍ୟ ଗ୍ରାପଲର ରେସଲିଂ ଫେଡ଼ରେସନ ଅଫ ଇଣ୍ଡିଆ ମୁଖ୍ୟ ବ୍ରିଜ ଭୂଷଣ ସରନ ସିଂଙ୍କ ବିରୋଧରେ ପୁଣି ଏକାଠି ହୋଇଛନ୍ତି । ବ୍ରିଜ ଭୂଷଣ ସରନ ତଥା ଅନ୍ୟ ପ୍ରଶିକ୍ଷକମାନେ ମହିଳା ରେସଲରଙ୍କୁ ଯୌନ ନିର୍ୟାତନା ଦେଉଥିବା ଅଭିଯୋଗ କରି ବରିଷ୍ଠ ଭାରତୀୟ କୁସ୍ତିଯୋଦ୍ଧାମାନେ ପୋଲିସରେ ଏକ ଅଭିଯୋଗ ଦାଖଲ କରି ଦିଲ୍ଲୀର ଜନ୍ତରମନ୍ତରରେ ବିରୋଧ କରିଛନ୍ତି। ୭ ଜଣ ମହିଳା କୁସ୍ତିଯୋଦ୍ଧା କେନ୍ଦ୍ର ଦିଲ୍ଲୀର କନ୍ନାଟ ପ୍ଲେସ ପୋଲିସ ଷ୍ଟେସନରେ ଫେଡେରେସନ ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ଆଣିଛନ୍ତି।

ଡବ୍ଲ୍ୟୁଏଫଆର ମୁଖ୍ୟଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ଅଭିଯୋଗର ତଦନ୍ତ ଲାଗି ସରକାରଙ୍କ ପକ୍ଷରୁ ଲିଜେଣ୍ଡାରୀ ବକ୍ସର ଏମସି ମେରି କମଙ୍କ ନେତୃତ୍ୱରେ ଏକ ୬ ଜଣିଆ ଓଭରସାଇଟ ପ୍ୟାନେଲ ଗଠନ କରାଯାଇଥିଲା । ପ୍ୟାନେଲ ତାର ରିପୋର୍ଟ ଚଳିତ ମାସ ପ୍ରଥମ ସପ୍ତାହରେ କ୍ରୀଡ଼ା ମନ୍ତ୍ରଣାଳୟ ନିକଟରେ ଦାଖଲ କରିଛି । କିନ୍ତୁ ସରକାରଙ୍କ ପକ୍ଷରୁ ରିପୋର୍ଟକୁ ଏପର୍ଯ୍ୟନ୍ତ ସାର୍ବଜନୀନ କରାଯାଇ ନାହିଁ । ବାରମ୍ବାର ଚେଷ୍ଟା ସତ୍ତ୍ୱେ ସରକାରଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳୁନାହିଁ । ୩ ମାସ ଧରି କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଛୁ ।

ହେଲେ କ୍ରୀଡ଼ା ମନ୍ତ୍ରଣାଳୟ କିମ୍ବା କମିଟିର ସଦସ୍ୟମାନେ କୌଣସି ପ୍ରତିକ୍ରିୟା ଦେଉ ନାହାନ୍ତି । ଫୋନ କଲେ ମଧ୍ୟ ସେମାନେ ଉଠାଉ ନାହାନ୍ତି । ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଧାରଣାରେ ବସିବେ ବୋଲି କହିଛନ୍ତି ଭିନେଶ ଫୋଗତ । ସେହିପରି ବ୍ରିଜ ଭୂଷଣ ଗିରଫ ନ ହେବା ପର୍ଯ୍ୟନ୍ତ ଧାରଣାରୁ ହଟିବେ ନାହିଁ ବୋଲି ବଜରଙ୍ଗ ପୁନିଆ କହିଛନ୍ତି । ରିଓ ଅଲିମ୍ପିକ ବ୍ରୋଞ୍ଜ ମେଡାଲିଷ୍ଟ ସାକ୍ଷୀ ମଳିକ ମଧ୍ୟ କହିଛନ୍ତି ଯେ ଆମେ ଯନ୍ତର ମନ୍ତରରୁ ହଟିବୁ ନାହିଁ । ଆମକୁ ଅନେକ ପ୍ରତିଶୃତି ଦିଆଯାଇଛି, ଗୋଟଏ ବି ପୂରଣ ହୋଇନାହିଁ ।

ଜଣେ ନାବାଳିକା ସମେତ ୭ ମହିଳା ରେସଲର ସିପି ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଗୁରୁତର ଦେଉନାହିଁ । ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ କିଏ ଚାପ ପକାଉଛି ଜଣାନାହିଁ । ତେଣେ ବି୍ରଜ ଭୂଷଣ ଡବ୍ଲୁଏଫଆଇର ସଭାପତି ଭାବେ ୧୨ ବର୍ଷ ହେବ ରହିଛନ୍ତି । ଆସନ୍ତା ମେ ୭ରେ ହେବାକୁ ଥିା ଡବ୍ଲ୍ୟୁଏଫଆଇ ନିର୍ବାଚନରେ ବ୍ରିଜ ଭୂଷଣ ସଭାପତି ପଦ ପାଇଁ ପ୍ରତିଦ୍ୱନ୍ଦିତା କରିବେ ନାହିଁ ବୋଲି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି