Masthead

ପେନସନ ଅପେକ୍ଷାରେ ଆଖିବୁଜିଲେ ପ୍ରାଧ୍ୟାପିକା

କଟକ(ବଡ଼ ଖବର ବ୍ୟୁରୋ): ମିଳିଲାନି ପେନସନ । ଆଖି ବୁଜିଲେ ପ୍ରାଧ୍ୟାପିକା । ବର୍ଷକ ତଳୁ ଅବସର ନେଇଥିଲେ ବି ପେନସନ ମିଳିଲା ନାହିଁ । ପେନସନ ପାଇଁ ଉଚ୍ଚ ଶିକ୍ଷା ବିଭାଗକୁ ବହୁବାର ଚିଠି ଲେଖି ଅନୁରୋଧ ମଧ୍ୟ କରିଥିଲେ । ଏପରିକି ବାରମ୍ବାର ସରକାରୀ କାର୍ଯ୍ୟାଳୟକୁ ଦୌଡି ଦୌଡି ନୟାନ୍ତ ମଧ୍ୟ ହୋଇଥରଲେ ପ୍ରାଧ୍ୟାପିକା ଡ. ନମିତା ମହାନ୍ତି । ନମିତା ହେଉଛନ୍ତି କଟକ ନେତାଜୀ ସୁଭାଷ ସ୍ମାରକୀ ସିଟି ମହାବିଦ୍ୟାଳୟର ପ୍ରାକ୍ତନ ପ୍ରାଧ୍ୟାପିକା । ଚିକିତ୍ସାଧୀନ ଅବସ୍ଥାରେ ପ୍ରାଧ୍ୟାପିକା ନମିତା ମହାନ୍ତିଙ୍କ ଦେହାନ୍ତ ହୋଇଛି । ମାତ୍ର ଅବସରର ବର୍ଷକ ପରେ ମଧ୍ୟ ତାଙ୍କୁ ତାଙ୍କର ପ୍ରାପ୍ୟ ପେନସନ୍ ମିଳିପାରିନି । ନିଜର ପ୍ରାପ୍ୟ ପାଇଁ ମହାବିଦ୍ୟାଳୟଠାରୁ ଉଚ୍ଚଶିକ୍ଷା ନିଦେ୍ର୍ଦଶାଳୟ ଓ ଉଚ୍ଚଶିକ୍ଷା ବିଭାଗ ପର୍ଯ୍ୟନ୍ତ ସବୁଠି ପ୍ରାୟସ କରିଥିଲା ମାତ୍ର ଫଳ ଶୂନ । ପେନସନ ତ ହେଲାନି ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ପ୍ରାଧ୍ୟାପିକା । ସରକାରୀ ସ୍ମାର୍ଟ ବ୍ୟବସ୍ଥାର ଏଭଳି ଦାୟିତ୍ୱହୀନତା ଓ ଉଦାସୀନତାକୁ ନେଇ ବୁଦ୍ଧିଜୀବୀମାନେ ସମାଲୋଚନା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ