Masthead

ଦେଶର ପ୍ରଥମ ୱାଟର ମେଟ୍ରୋ, ଆସନ୍ତା ୨୫ରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କେରଳର କୋଚିରେ ୱାଟର ମେଟ୍ରୋ । ଆସନ୍ତା ୨୫ରେ ଏହି ପ୍ରକଳ୍ପ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ହେଉଛି ଦେଶରେ ପ୍ରଥମ ୱାଟର ମେଟ୍ରୋ। ଏହି ପ୍ରକଳ୍ପ ଦ୍ବାରା କୋଚି ଅଞ୍ଚଳର ପର୍ଯ୍ୟଟନ ସମେତ ଅର୍ଥନୀତିର ବିକାଶ ହେବ ବୋଲି ଆଶା ରଖାଯାଇଛି। କୋଚି ସହରରେ ୧୧୩୬.୮୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ୱାଟର ମେଟ୍ରୋ ପ୍ରକଳ୍ପ କୋଚି ଏବଂ ଏହାର ଆଖପାଖ ଅଞ୍ଚଳର ୧୦ଟି ଦ୍ବୀପକୁ ସଂଯୋଗ କରିବ। ଉକ୍ତ ପ୍ରକଳ୍ପ କୋଚିର ବିକାଶକୁ ତ୍ବରାନ୍ବିତ କରିବ ବୋଲି କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ କହିଛନ୍ତି।

ପାରମ୍ପରିକ ମେଟ୍ରୋ ଭଳି ଏଥିରେ ଯାତ୍ରା ସୁବିଧା ମିଳିବ। ଲୋକମାନେ ଯାତ୍ରାର ଭଲ ଅନୁଭୂତି ପାଇବେ। କେରଳ ୱାଟର ମେଟ୍ରୋରେ ୭୮ଟି ଇଲେକ୍ଟ୍ରିକ ବୋଟ୍ ଏବଂ ୩୮ଟି ଟର୍ମିନାଲ ରହିଛି। କେରଳ ସରକାର ଏବଂ ଜର୍ମାନୀର କେଏଫ୍ଡବ୍ଲ୍ୟୁ ନାମକ ସଂସ୍ଥା ମିଳିତ ଭାବେ ଉକ୍ତ ପ୍ରକଳ୍ପ ପାଇଁ ପାଣ୍ଠି ଯୋଗାଇ ଦେଇଛନ୍ତି। ଶୀତତାପ ନିୟନ୍ତ୍ରିତ ବୋଟରେ ମେଟ୍ରୋ ଯାତ୍ରା ଆରାମଦାୟକ ଏବଂ ସୁଲଭ ରହିବ। ଏଥିସହିତ ଟ୍ରାଫିକରେ ନଫସି ଲୋକମାନେ ଗନ୍ତବ୍ୟସ୍ଥଳରେ ପହଞ୍ଚି ପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ