Masthead

ଏଫଆଇଆର ନରଖିବାରୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ରେସଲର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ରେସଲିଂ ଫେଡ଼ରେସନ ଅଫ ଇଣ୍ଡିଆ ମୁଖ୍ୟ ବ୍ରିଜ ଭୂଷଣ ସରନ ସିଂଙ୍କ ଅଡୁଆ ବଢିଲା । ଭାରତର ଟପ ରେସଲର ବଜରଙ୍ଗ ପୁନିଆ, ଭିନେଶ ଫୋଗତ ଓ ସାକ୍ଷୀ ମଲିକଙ୍କ ସମେତ ଅନ୍ୟ ଗ୍ରାପଲର ମୁଖ୍ୟ ବ୍ରିଜ ଭୂଷଣ ସରନ ସିଂଙ୍କ ବିରୋଧରେ ପୁଣି ଏକାଠି ହୋଇଛନ୍ତି । ବ୍ରିଜ ଭୂଷଣ ସରନ ତଥା ଅନ୍ୟ ପ୍ରଶିକ୍ଷକମାନେ ମହିଳା ରେସଲରଙ୍କୁ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ କରି ବରିଷ୍ଠ କୁସ୍ତି ଯୋଦ୍ଧାମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ପୂର୍ବରୁ ୭ ଜଣ ମହିଳା କୁସ୍ତିଯୋଦ୍ଧା ଦିଲ୍ଲୀର କନ୍ନଟ ପ୍ଲେସ ପୋଲିସ ଷ୍ଟେସନରେ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ଆଣିଥିଲେ । ମାତ୍ର ପୋଲିସ ଏଫଆଇଆର ପଞ୍ଜୀକରଣ ନ କରିବାରୁ ରବିବାରଠାରୁ ସେମାନେ ଦିଲ୍ଲୀର ଜନ୍ତରମନ୍ତରରେ ଧାରଣା ଦେଇଥିଲେ ।

ଡବ୍ଲ୍ୟଏଫଆର ମୁଖ୍ୟଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ଅଭିଯୋଗର ତଦନ୍ତ ଲାଗି ସରକାରଙ୍କ ପକ୍ଷରୁ ଲିଜେଣ୍ଡାରୀ ବକ୍ସର ଏମସି ମେରି କମଙ୍କ ନେତୃତ୍ୱରେ ଏକ ୬ ଜଣିଆ ଓଭରସାଇଟ ପ୍ୟାନେଲ ଗଠନ କରାଯାଇଥିଲା । ପ୍ୟାନେଲ ତା’ର ରିପୋର୍ଟ ଚଳିତ ମାସ ପ୍ରଥମ ସପ୍ତାହରେ କ୍ରୀଡ଼ା ମନ୍ତ୍ରଣାଳୟ ନିକଟରେ ଦାଖଲ କରିଛି । କିନ୍ତୁ ସରକାରଙ୍କ ପକ୍ଷରୁ ରିପୋର୍ଟକୁ ଏପର୍ଯ୍ୟନ୍ତ ସାର୍ବଜନୀନ କରାଯାଇ ନାହିଁ । ବାରମ୍ବାର ଚେଷ୍ଟା ସତ୍ତ୍ୱେ ସରକାରଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳୁନାହିଁ । ୩ ମାସ ଧରି କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲା । ହେଲେ କ୍ରୀଡ଼ା ମନ୍ତ୍ରଣାଳୟ କିମ୍ବା କମିଟିର ସଦସ୍ୟମାନେ କୌଣସି ପ୍ରତିକ୍ରିୟା ଦେଉ ନାହାନ୍ତି । ଫୋନ କଲେ ମଧ୍ୟ ସେମାନେ ଉଠାଉ ନାହାନ୍ତି ବୋଲି ମହଳି ରେସଲରମାନେ ଅଭିଯୋଗ କରିଛନ୍ତି ।

ଭିନେଶ ଫୋଗତ, ବଜରଙ୍ଗ ପୁନିଆ, ରିଓ ଅଲିମ୍ପିକ ବ୍ରୋଞ୍ଜ ମେଡାଲିଷ୍ଟ ସାକ୍ଷୀ ମଳିକ କହିଛନ୍ତି ଆମକୁ ଅନେକ ପ୍ରତିଶ୍ରୁତି ଦିଆଯାଇଛି, ଗୋଟଏ ବି ପୂରଣ ହୋଇନାହିଁ । ଜଣେ ନାବାଳିକା ସମେତ ୭ ମହିଳା ରେସଲର ସିପି ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଗୁରୁତ୍ୱ ଦେଉନାହିଁ । ଅଭିଯୁକ୍ତ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ କିଏ ଚାପ ପକାଉଛି ଜଣାନାହିଁ । ସୁପ୍ରିମକୋର୍ଟକୁ ମାମଲା ଯାଇଥିବାରୁ ବ୍ରିଜ ସର୍ବୋଚ୍ଚ ଅଦାଲତଙ୍କ ରାୟକୁ ସମସ୍ତଙ୍କ ଅପେକ୍ଷା । ତେଣେ ୧୨ ବର୍ଷ ହେବ ବ୍ରିଜ ଭୂଷଣ ଡବ୍ଲୁଏଫଆଇର ସଭାପତି ଭାବେ ରହିଛନ୍ତି । ଆସନ୍ତା ମେ ୭ରେ ହେବାକୁ ଥିବା ଡବ୍ଲୁଏଫଆଇ ନିର୍ବାଚନରେ ବ୍ରିଜ ଭୂଷଣ ସଭାପତି ପଦ ପାଇଁ ପ୍ରତିଦ୍ୱନ୍ଦିତା କରିବେ ନାହିଁ ବୋଲି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ