Masthead

ଅପରାଧର ସାମ୍ରାଜ୍ୟ ଚଲାଉଥିଲା ଅତିକ

ଉତ୍ତରପ୍ରଦେଶ (ବଡ଼ ଖବର ବ୍ୟୁରୋ):  ପ୍ରୟାଗରାଜର ଚକିଆ ସ୍ଥିତ ଅତିକର କାର୍ଯ୍ୟାଳୟରେ ରକ୍ତର ଛିଟା । ଏକଦା ସେଠି ବସି ଅପରାଧର ସାମ୍ରାଜ୍ୟ ଚଲାଉଥିଲା ଅତିକ । ଆଉ କାର୍ଯ୍ୟାଳୟର ଦୃଶ୍ୟ ଦେଖି ତାଜୁବ ହୋଇଯାଇଛି ୟୁପି ଏଟିଏସ । ଅତିକ କାର୍ଯ୍ୟାଳୟର ବହୁ ସ୍ଥାନରେ ଲାଗିଛି ରକ୍ତର ଛିଟା । ମିଳିଛି ରକ୍ତ ଜୁଡୁବୁଡୁ ଓଢଣୀ । ରକ୍ତଭିଜା ଛୁରୀ ଜବତ କରିଛି ପୁଲିସ । ହେଲେ ରକ୍ତର ଛିଟା, ରକ୍ତଭିଜା ଓଢଣୀ କାହାର ସ୍ପଷ୍ଟ ହୋଇନାହିଁ । କିନ୍ତୁ ରକ୍ତ ଭିଜା ଛୁରୀ ପ୍ରମାଣ କରୁଛି କାର୍ଯ୍ୟାଳୟରେ କାହାକୁ ହତ୍ୟା କରାଯାଇଛି । ଯଦି ହତ୍ୟା ହୋଇଛି, ମୃତଦେହ ଏବେ କେଉଁଠି? ରକ୍ତ ଭିଜା ଓଢଣୀ ମିଳିଥିବାରୁ କୌଣସି ମହିଳାଙ୍କୁ ହତ୍ୟା କରାଯାଇଥିବା ଏସଟିଏପ୍ ସନେ୍ଦହ କରୁଛି ।

କାର୍ଯ୍ୟାଳୟର ପ୍ରଥମ ମହଲାରୁ ଛାତକୁ ଯିବା ସିଡିର ସ୍ଥାନେ ସ୍ଥାନେ ରକ୍ତ ଜମାଟ ବାନ୍ଧି ଶୁଖି ଯାଇଛି । ଚକିଆ ସ୍ଥିତ ଅତିକର ଏହି କାର୍ଯ୍ୟାଳୟ ଉପରେ ୨୦୧୭ରେ ପ୍ରୟାଗରାଜ ବିକାଶ ପ୍ରାଧିକରଣ ପକ୍ଷରୁ ବୁଲଡୋଜଲ ଚଲାଯାଇଥିଲା । ସେହି ଦିନଠୁ ଅତିକର କାର୍ଯ୍ୟାଳୟ ଶୂନଶାନ ହୋଇଯାଇଥିଲା । ଏବେ ଅତିକ ଅହମ୍ମଦ ସୁଟଆଉଟରେ ନିହତ ହେବା ପରେ ତା’ କାର୍ଯ୍ୟାଳୟ ଉପରେ ଚଢାଉ କରି ଖୋଳତାଡ ଚଲାଇଛି ୟୁପି ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା