Masthead

ନୂଆପଡ଼ା ଏସପି କାର୍ଯ୍ୟାଳୟ ଘେରିଲେ ଅସନ୍ତୁଷ୍ଟ ଜନତା

ନୂଆପଡ଼ା(ବଡ଼ ଖବର ବ୍ୟୁରୋ): ନୂଆପଡ଼ା ଏସପି କାର୍ଯ୍ୟାଳୟ ଘେରିଲେ ଅସନ୍ତୁଷ୍ଟ ଜନତା । ଦିଗେଶ୍ୱର ବିଭାର ମୃତ୍ୟୁରେ ପୋଲିସ ତଦନ୍ତକୁ ନେଇ ଅସନ୍ତୁଷ୍ଟ ହୋଇଛନ୍ତି ଲୋକେ । ବିରୋମାଲ ଗାଁର ଦିଗେଶ୍ୱର ବିଭାରଙ୍କ ମୃତ ଦେହ ଗତ ମାସ ୫ ତାରିଖରେ ଜେଞ୍ଜେରା ଗାଁ ନିକଟରେ ମିଳିଥିଲା। ସେବେଠୁ ଗାଁ ଲୋକେ ଏହା ଏକ ଯୋଜନା ବଦ୍ଧ ଓ ସୁଚିନ୍ତିତ ହତ୍ୟା ବୋଲି ଅଭିଯୋଗ କରି ଆସୁଥିଲେ। ପୋଲିସ ଠିକ ଦିଗରେ ତଦନ୍ତ କରି ନଥିବା ଅଭିଯୋଗ କରି ଆଜି ଜନତା ଦରବାର ସଂଘର୍ଷ ସମିତି ନୂଆପଡ଼ା ଏସପିଙ୍କ କାର୍ଯ୍ୟାଳୟ ଘେରାଉ କରିଛି।

ସମିତିର ସଦସ୍ୟ ମାନେ ଏକ ରାଲିରେ ବାହାରି ପୋଲିସ ବିରୋଧରେ ନାରାବାଜି କରି ଏସପି କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଅନ୍ୟପଟେ ପୀଡିତ ପରିବାରକୁ ୨୫ ଲକ୍ଷ କ୍ଷତିପୂରଣ ଦାବି କରିଛନ୍ତି । ଏଥିସହ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି ମଧ୍ୟ କରିଛି ଜନତା ଦରବାର ସଂଘର୍ଷ । ଏସପି କାର୍ୟ୍ୟାଳୟ ଘେରାଉ ସମୟରେ ପୋଲିସ ଓ ଆନ୍ଦୋଳନ କାରୀ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଥିଲା। ଦୁଇ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ନେଇ ମଧ୍ୟ ଏସପି ସୂଚନା ଦେଇଛନ୍ତି। ଏସପି କିନ୍ତୁ ପ୍ରାଥମିକ ତଦନ୍ତରୁ ଏହା ଏକ ଦୁର୍ଘଟଣା ବୋଲି କହିଥିବା ବେଳେ ତଦନ୍ତ ଜାରି ରହିଥିବା କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ