Masthead

ଅପମାନ ଅସହ୍ୟ, କୋର୍ଟଙ୍କ ଦ୍ୱାରସ୍ଥ ହେଲେ ଫିଲ୍ମ ନିର୍ମାତା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ରିପବ୍ଲିକ୍ ଟିଭି, ଟାଇମ୍ସ ନାଓ ରାସ୍ତାରେ ଚଳାଇଦେଉ ନାହାନ୍ତି। ବ୍ୟକ୍ତିଗତ ଗୋପନୀୟତା ଅଧିକାର ଛଡାଇନେଇଛନ୍ତି । ଅପମାନ ଆଉ ସହି ହେଉନାହିଁ । ଦିଲ୍ଲୀ ହାଇକୋର୍ଟରେ ଏଭଳି ଅଭିଯୋଗ କରିଛନ୍ତି ଚଳଚ୍ଚିତ୍ର ନିର୍ମାତା ଏବଂ ବଲିଉଡର କିଛି ସଂଗଠନ । ସେମାନଙ୍କ ପକ୍ଷରୁ ଦାଖଲ ହୋଇଛି ଏକ ପିଟିସନ୍ । ରିପବ୍ଲିକ୍ ଟିଭିର ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ, ସାମ୍ବାଦିକ ପ୍ରଦୀପ ଭଣ୍ଡାରୀ, ଟାଇମ୍ସ ନାଓର ସମ୍ପାଦକ ରାହୁଲ ଶିବଶଙ୍କର, ସହକାରୀ ସମ୍ପାଦକ ନବିକା କୁମାର ପ୍ରମୁଖ ବଲିଉଡ ବିରୋଧରେ ଅପମାନଜନକ ମନ୍ତବ୍ୟ ପ୍ରସାରଣ କରୁଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ମଧ୍ୟ ପଛରେ ପହିନାହିଁ । ସେମାନେ ମଧ୍ୟ ଚରିତ୍ର ସଂହାର କରୁଛନ୍ତି । ଏହା ଉପରେ ପ୍ରତିବନ୍ଧକ ଲଗାଇବାକୁ ଚଳଚ୍ଚିତ୍ର ନିର୍ମାତା ଏବଂ ବଲିଉଡର କିଛି ସଂଗଠନ ଦାବି କରିଛନ୍ତି। ଦାଖଲ ହୋଇଥିବା ମକଦ୍ଦମା ଅନୁଯାୟୀ ଏହି ଚ୍ୟାନେଲଗୁଡିକ ବଲିଉଡ ପାଇଁ ଅତ୍ୟନ୍ତ ଅପମାନଜନକ ଶବ୍ଦ ବ୍ୟବହାର କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ