Masthead

ସ୍ୱଚ୍ଛତା ନେଇ ସରକାରଙ୍କୁ ଘେରିଲେ ବିରୋଧୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପ୍ରତିବର୍ଷ ମନ୍ତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ମାଗୁଛନ୍ତି ରିପୋର୍ଟ କାର୍ଡ । ମାତ୍ର ରିପୋର୍ଟ କାର୍ଡରେ କ’ଣ ଅଛି, ରାଜ୍ୟବାସୀ କେତେ ଭାଭବାନ ହେଉଛନ୍ତି ସାଧାରଣ ଲୋକ ଜାଣିପାରନ୍ତି ନାହିଁ । ରୁଟିନ୍ ୱାର୍କ ଭଳି ଏବେ ମଧ୍ୟ ମଗାଯାଇଛି ରିପୋର୍ଟ କାର୍ଡ । ଆସନ୍ତା ମେ’ ୨୯ରେ ନବୀନ ସରକାରର ପଞ୍ଚମ ପାଳିର ୪ବର୍ଷ ପୂର୍ଣ୍ଣ ହେବାକୁ ଯାଉଛି । ମନ୍ତ୍ରୀମାନେ କେତେ ଦକ୍ଷ ଜାଣିବା ପାଇଁ ମୁଖ୍ୟମନ୍ତ୍ରୀ ସବୁଥର ପରି ଏବେ ମାଗିଛନ୍ତି ରିପୋର୍ଟ କାର୍ଡ । ମାତ୍ର ମନ୍ତ୍ରୀମାନେ ଦାଖଲ କରୁଥିବା ରିପୋର୍ଟର ସତ୍ୟତା ଯାଞ୍ଚ ହେଉଛି କି ନାହିଁ କିଏ କହିବ? ତେଣେ ଯୋଜନା ଓ ସମନ୍ୱୟ ମନ୍ତ୍ରୀ କହିଛନ୍ତି ଆମେ ଯେଉଁ ବିଭାଗ ପାଇଁ କାମ କରୁଛୁ ସମୀକ୍ଷା କରି ମୁଖ୍ୟମନ୍ତ୍ରୀଙ୍କୁ ଜଣାଉଛୁ । ମୁଖ୍ୟମନ୍ତ୍ରୀ ଯାହା ନିଦେ୍ର୍ଦଶ ଦେଉଛନ୍ତି ପାଳନ କରାଯାଉଛି ।

ଆଶା ଅଛି ମୁଖ୍ୟମନ୍ତ୍ରୀ ରିପୋର୍ଟକୁ ନେଇ ଖୁସି ବ୍ୟକ୍ତ କରିବେ । ସେହିପରି ରାଜସ୍ୱ ମନ୍ତ୍ରୀ କହିଛନ୍ତି ଲୋକଙ୍କ ହୀତସାଧନ ପାଇଁ ରାଜସ୍ୱ ବିଭାଗ କାର୍ୟ୍ୟ କରୁଛି । ରିପୋର୍ଟ ଦେଖି ମୁଖ୍ୟମନ୍ତ୍ରୀ ନିଶ୍ଚୟ ଖୁସି ହେବେ । ମନ୍ତ୍ରୀଙ୍କ ରିପୋର୍ଟ କାର୍ଡକୁ ନେଇ ତାତ୍ସଲ୍ୟ କରିଛନ୍ତି ବିରୋଧୀ । କଂଗ୍ରେସ କହିଛି ଯେକୌଣସି ନିର୍ବାଚନ ଆସିଲେ ସ୍ୱଚ୍ଛତା କଥା ମନେ ପଡେ । ମୁଖ୍ୟମନ୍ତ୍ରୀ ମାଗନ୍ତି ରିପୋର୍ଟ କାର୍ଡ । ବିଜେପି କହିଛି ରିପୋର୍ଟ କାର୍ଡ ଏକ ବାହାନା । ସ୍ୱଚ୍ଛତା ନାଁରେ ଚାଲିଛି ପହସନ । ରିପୋର୍ଟ କାର୍ଡ ଦାଖଲ କରି ମନ୍ତ୍ରୀମାନେ ଗଣମାଧ୍ୟମକୁ ସୂଚନା ଦେଇଥାନ୍ତି । ରିପୋର୍ଟ କାର୍ଡ ମାଗିବା ଓ ଦାଖଲ କରିବା ଭିତରେ ସାଧାରଣ ଜନତାଙ୍କ ସ୍ୱାର୍ଥ କେତେ ସୁରକ୍ଷିତ ସମୀକ୍ଷା ହେଉଛି ତ?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା