Masthead

‘ନିଜେ ନିଜକୁ ପଚାର ତୁମ ପରିଚୟ କ’ଣ’

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଡିଏମ୍ଏଫ୍ ବୈଠକରେ ସାଂସଦ ଓ ଜିଲ୍ଲାପାଳ ମୁହାଁମୁହିଁ । ଢେଙ୍କାନାଳ ଜିଲ୍ଲା ଖଣିଜ ପାଣ୍ଠି ବିନିଯୋଗ ସମୀକ୍ଷା ବୈଠକରେ ବୁଧବାର ଢେଙ୍କାନାଳ ଜିଲ୍ଲାପାଳ ଓ ସାଂସଦଙ୍କ ମଧ୍ୟରେ ବିବାଦ ଦେଖାଦେଇଛି । ଯେଉଁମାନେ ଡିଏମ୍ଏଫ୍ କମିଟିର ସଦସ୍ୟ ନୁହଁନ୍ତି ସେମାନଙ୍କୁ ବୈଠକକୁ ଡାକିବା ଏବଂ ପାଣ୍ଠିର ସୁବିନିଯୋଗ ହେବାକୁ ନେଇ ସାଂସଦ ମହେଶ ସାହୁ ବିରକ୍ତି ପ୍ରକାଶ କରିଥିଲେ । ଯାହାର ଉତ୍ତରରେ ‘ସେ କଣ ରବର ଷ୍ଟାମ୍ପ’ କି ବୋଲି ପ୍ରଶ୍ନ କରିଥିଲେ ଜିଲ୍ଲାପାଳ । ଏହାର ପ୍ରତିଉତ୍ତରରେ ସେ କଣ ନିଜ ମନକୁ ପଚାରନ୍ତୁ ବୋଲି ସାଂସଦ କହିଥିଲେ । ଏହିପରି ସାଂସଦ ଓ ଜିଲ୍ଲାପାଳଙ୍କ ମଧ୍ୟରେ କଥା କଟାକଟି ସହ ମୁହାଁମୁହିଁ ପରିସ୍ଥିତି ଉପଜୁଥିବା ଦେଖିବାକୁ ମିଳିଥିଲା ।

ସୂଚନାଅନୁସାରେ ବୁଧବାର ଜିଲ୍ଲା ଖଣିଜ ପାଣ୍ଡି ବିନିଯୋଗ ବୈଠକ ବସିଥିଲା । ଏହି କମିଟିରେ ସାଂସଦ ମହେଶ ସାହୁ, ଖଣି ମନ୍ତ୍ରୀ ତଥା କାମାକ୍ଷାନଗର ବିଧାୟକ ପ୍ରଫୁଲ୍ଲ ମଲ୍ଲିକ ଓ ପର୍ଜଙ୍ଗ ବିଧାୟକ ନୃସିଂହ ଚରଣ ସାହୁ ଉପସ୍ଥିତ ଥିଲେ । ମାତ୍ର କମିଟିର ସଦସ୍ୟ ନଥିବା ସଦର ବିଧାୟକ ସୁଧୀର ସାମଲ ଓ ହିନ୍ଦୋଳ ବିଧାୟକ ସୀମାରାଣୀ ନାୟକ ମଧ୍ୟ ଉପସ୍ଥିତ ଥିଲେ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା । ଡିଏମ୍ଏଫ୍ ପାଣ୍ଠିରେ ଉନ୍ନୟନମୂଳକ କାମ ଠିକ୍ ଭାବରେ ହେଉନଥିବାରୁ ସାଂସଦ ବିରକ୍ତି ପ୍ରକାଶ କରିଥିଲେ । ବୈଠକରେ କେବଳ ସମୀକ୍ଷା କରାଯାଉଛି ମାତ୍ର ଏହାକୁ କାର୍ୟ୍ୟକାରୀ କରାଯାଉନାହିଁ ବୋଲି କହିଥିଲେ । ଯାହାକୁ ନେଇ ଜିଲ୍ଲାପାଳ ପ୍ରତିକ୍ରିୟା ପ୍ରକାଶ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା