Masthead

ଉତ୍ତର ଆନ୍ଧ୍ରପ୍ରଦେଶ ଉପରେ ଅତିକ୍ରମ କରିଛି ଗଭୀର ଅବପାତ

ଓଡ଼ିଶାରେ ବର୍ଷା

ଭୁବନେଶ୍ୱର, ୧୩/୧୦(ବଡ଼ ଖବର ବ୍ୟୁରୋ): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚା ଗଭୀର ଅବପାତରେ ପରିଣତ ହୋଇ ଆଜି ସକାଳେ ସ୍ଥଳଭାଗ ଛୁଇଁଛି । ଆନ୍ଧପ୍ରଦେଶର କାକିନାଡ଼ା ଅଞ୍ଚଳ ଦେଇ ଏହା ଅତିକ୍ରମ କରିଛି । ପୂର୍ବରୁ ଗଭୀର ଅବପାତ ଓଡ଼ିଶା ଛୁଇଁ ଯିବ ବୋଲି ଆକଳନ କରାଯାଇଥିଲା । ମାତ୍ର ଏହାର ଗତିପଥ ପରିବର୍ତ୍ତନ ଯୋଗୁ ଏହା ଓଡ଼ିଶା ଠାରୁ ଦୂରେଇ ଯାଇଛି ।

ତଥାପି ଓଡ଼ିଶା ଉପରେ ଏହାର ବେଶ ପ୍ରଭାବ ପଡ଼ିଛି । ଗଭୀର ଅବପାତ ପ୍ରଭାବରେ ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ଜଗତସିଂହପୁର ଜିଲ୍ଳାରେ ପ୍ରବଳ ବର୍ଷା ଲାଗି ରହିଛି । କେତେକ ସ୍ଥାନରେ ମେଘ ଢ଼ାଙ୍କି ରଖିଛି । ରାଜଧାନୀରେ ସକାଳୁ ବର୍ଷା ଲାଗି ରହିଛି । ମେଘୁଆ ପାଗ ମଧ୍ୟ ରହିଛି । ତେବେ ଗଞ୍ଜାମ, ଗଜପତିରେ ବର୍ଷା ଜାରି ରହିଛି ।

ଗଜପତିରେ ପ୍ରବଳ ବର୍ଷା ଯୋଗୁ ଭୂସ୍ଖଳନର ଭୟ ରହିଛି । ପ୍ରଶାସନ ସେଥିପାଇଁ ଆଗୁଆ ପ୍ରସ୍ତୁତି କରିଛି । ସମ୍ଭାବ୍ୟ ଭୂସ୍ଖଳନ ସ୍ଥାନରୁ ୫ଶହ ଲୋକଙ୍କୁ ସ୍ଥାନାନ୍ତର କରି ସୁରକ୍ଷିତ ସ୍ଥାନକୁ ନେଇ ଯାଇଛି । ସ୍ଥିତି ଉପରେ ପ୍ରଶାସନ ନଜର ରଖିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ