Masthead

ବିଜେପି-କଂଗ୍ରେସକୁ ବିଜେଡିର ପ୍ରଶ୍ନ, ମାଟି ଆଗେ ନା ପାର୍ଟି ଆଗେ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେପି-କଂଗ୍ରେସକୁ ବିଜେଡିର ପ୍ରଶ୍ନ ମାଟି ଆଗେ ନା ପାର୍ଟି ଆଗେ । ମହାନଦୀ ଜଳ ବିବାଦକୁ ବିଜେପି ଓ କଂଗ୍ରେସକୁ ପ୍ରଶ୍ନ କରିଛି ବିଜେଡି । ବିଜେଡି କହିଛି ୨୦୧୭ମସିହାରେ ଛତିଶଗଡ଼ ମହାନଦୀ ଉପରେ ବନ୍ଧ ବାନ୍ଧିଥିଲେ ସେହି ସମୟରେ ରାଜ୍ୟ ସରକାର ସେନେଇ ଲଢେଇ କରି ମହାନଦୀ ବଞ୍ଚାଇବା ପାଇଁ ଚାହିଁଥିଲେ। ହେଲେ ସେତେ ବେଳେ ବିଜେପି ସରକାର କର୍ଣ୍ଣପାତ କଲେ ନାହିଁ। ସେତେ ବେଳେ ମଧ୍ୟ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଅବଗତ କରି ନ୍ୟାୟ ମାଗିଥିଲୁ। କିନ୍ତୁ ନୀରବ ରହିଲେ ସରକାର। ଯାହା ପାଇଁ ଆମେ ବାଧ୍ୟ ହୋଇ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହେଲୁ। ଟ୍ରିବ୍ୟୁନାଲ ମଧ୍ୟ ଗଠନ ହେଲା କିନ୍ତୁ ଟ୍ରିବ୍ୟୁନାଲର କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠିଲାଣି।

କାହିଁକି ଚୁପ୍ ରହିଛି ରାଜ୍ୟ ବିଜେପି। କେନ୍ଦ୍ରରେ ତାଙ୍କ ସରକାର ଅଛନ୍ତି ସେଠାରେ ଦାବି କରି ଓଡ଼ିଶାକୁ ନ୍ୟାୟ ଦେବା ପାଇଁ କ’ଣ ପାଇଁ ଚେଷ୍ଟା କରୁନି ବିଜେପି ବୋଲି ପ୍ରଶ୍ନ କରିଛି ବିଜେଡି । ମାଟିକୁ ପଛରେ ପକାଇ ପାଟି କଥା ଚିନ୍ତା କରୁଛି ବିଜେପି। କଂଗ୍ରେସ ମଧ୍ୟ ତା ଅସଲ ରୂପ ଦେଖାଇଛି। ମହାନଦୀକୁ ନେଇଁ କଂଗ୍ରେସ ସେତେ ବେଳେ ଯେଇଭଳି ଚିତ୍କାର କରୁଥିଲା ଏବେ କିନ୍ତୁ ଚୁପ୍। ସେଠାରେ ତାଙ୍କ ସରକାର ଅଛି ଦଳ ଚାହିଁଲେ ହୁଏତ ଓଡ଼ିଶା ବାସୀ ତାଙ୍କ ମା ମହାନଦୀକୁ ଫେରି ପାଇବେ।କିନ୍ତୁ ତାହା ନ କରି ରାଜନୀତି କରୁଛନ୍ତି। ଆଉ ରାଜନୀତି ନ କରି ରାଜ୍ୟ ହକ୍ ପାଇଁ ଉଭୟ ଦଳ ଲଢେଇ କରନ୍ତୁ ଓ ତାଙ୍କ ପାଇଁ ମାଟି ଆଗ ନା ପାଟି ଆଗ ସ୍ପଷ୍ଟ କରନ୍ତୁ। ନଚେତ୍ ତାଙ୍କୁ କେବେ କ୍ଷମା ଦେବେ ନି ଓଡ଼ିଶାବାସୀ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି