Masthead

ନିର୍ବାଚନ ଆସିଲେ ଚେଇଁ ଉଠେ ମହାନଦୀ ଜଳ ବିବାଦ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):ନିର୍ବାଚନ ଆସିଲେ ମହାନଦୀ ଜଳ ବିବାଦ ଚେଇଁ ଉଠେ । ମହାନଦୀରେ ବ୍ୟାରେଜ କରିବେ ବୋଲି ସରକାର କହିଥିଲେ । କରି ନାହାନ୍ତି । ୨୪ବର୍ଷ ଭିତରେ କରିପାରି ନାହାନ୍ତି ଗୋଟିଏ ବ୍ୟାରେଜ । ତେଣେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବିବାଦ ଲାଗିରହିଥିବା ବେଳେ ବିଜେପି ଓ କଂଗ୍ରେସ ସବୁଦୋଷ ବିଜେଡି ମୁଣ୍ଡରେ ଲଦିଛନ୍ତି । ମହାନଦୀ ଓଡ଼ିଶାର ଜୀବନରେଖା । ୨୦୧୭ରେ ଛତିଶଗଡ଼ ମହାନଦୀରେ ବନ୍ଧ ବାନ୍ଧିଥିଲେ । ପ୍ରତିବାଦ କରିଥିଲେ ରାଜ୍ୟ ସରକାର । ତକ୍ରାଳୀନ ଛତିଶଗଡ଼ର ବିଜେପି ସରକାର କର୍ଣ୍ଣପାତ କଲେ ନାହିଁ। କେନ୍ଦ୍ର ସରକାରଙ୍କୁ ଅବଗତ କରି ନ୍ୟାୟ ମାଗିଥିଲୁ। କିନ୍ତୁ ନୀରବ ରହିଲା କେନ୍ଦ୍ର । ବାଧ୍ୟ ହୋଇ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହେଲୁ। ଟ୍ରିବୁନାଲ ମଧ୍ୟ ଗଠନ ହେଲା । କିନ୍ତୁ ତା’ କାର୍ୟ୍ୟକୁ ନେଇ ପ୍ରଶ୍ନ ଉଠିଲାଣି । ରାଜନୀତି ନ କରି ରାଜ୍ୟ ହକ୍ ପାଇଁ ବିରୋଧୀଦଳ ଲଢେଇ କରନ୍ତୁ । ମାଟି ଆଗ ନା ପାଟି ଆଗ ସ୍ପଷ୍ଟ କରନ୍ତୁ ବୋଲି ବିଜେଡି କହିଛି ।

ବିଜେଡିକୁ ଜବାବ ଦେଇଛି ବିଜେପି ଓ କଂଗ୍ରେସ । ବିଜେପି ପ୍ରଶ୍ନ କରିଛି ବିଜେଡି ୨୩ ବର୍ଷ ଧରି କେଉଁ ମାଟି ପ୍ରେମ ଦେଖାଉଛି? କାହିଁକି ଆଜି ମହାନଦୀ ଅସୁରକ୍ଷିତ ହେଲା ? ଗୋଟିଏ ଦଳ ଦାୟୀ ନା ଗୋଟେ ସରକାର ଦାୟୀ ? ତା’ର ଉତ୍ତର ବିଜେଡି ଦେଉ । .କେନ୍ଦ୍ର ସରକାର କ’ଣ କରିବ ତାହା ଭିନ୍ନ କଥା । ଆଗ କୁହନ୍ତୁ ରାଜ୍ୟ ସରକାର କ’ଣ ପଦକ୍ଷେପ ନେଇଛନ୍ତି? ମହାନଦୀ ପ୍ରସଙ୍ଗରେ କଂଗ୍ରେସ ଓ ବିଜେପି ଡ୍ରାମା କରୁଛନ୍ତି। ବିଧାନସଭାରେ କଂଗ୍ରେସ ଏ ପ୍ରସଙ୍ଗ କୁ ବହୁବାର ଉଠାଇଛି। ତତ୍କାଳୀନ ଜଳସମ୍ପଦ ସଚିବ କହିଲେ ଶହେ ଡ଼୍ୟାମ ବାନ୍ଧିଲେ ଆମର କୈାଣସି ଅସୁବିଧା ହେବ ନାହିଁ। ତତ୍କାଳୀନ ଜଳ ସମ୍ପଦ ମନ୍ତ୍ରୀ କହିଥିଲେ ମହାନଦୀରେ ଖୁବଶୀଘ୍ର ଆଡ଼ିବନ୍ଧ ବାନ୍ଧିବୁ। ୨୩ବର୍ଷ ଭିତରେ କେତୋଟି ଆଡ଼ିବନ୍ଧ ବାନ୍ଧିଛନ୍ତି ବିଜେଡି ଉତ୍ତର ଦେବା ଦରକାର ବୋଲି କଂଗ୍ରେସ କହିଛି । ବୟାନ ବାଜିରେ ସୀମିତ ମହାନଦୀ ଜଳ ବିବାଦ । ତେଣେ ଅଣମୌସୁମୀରେ ନଦୀର ତଳମୁଣ୍ଡରେ ଥିବା ଲୋକମାନେ ପାଣି ମୁନ୍ଦାଏ ପାଇଁ ହେଉଛନ୍ତି ଡହଳବିକଳ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼