Masthead

ଦିବ୍ୟାଙ୍ଗଙ୍କ ମୁଣ୍ଡରେ ସିନ୍ଦୂର ଦେଲେ ଆଉ ଜଣେ ଦିବ୍ୟାଙ୍ଗ

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ):  ନିଆର ବାହାଘର । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ କଲେଜ ଛକ ନିକଟ ରାଧାକୃଷ୍ଣ ମନ୍ଦିରରେ ଆୟୋଜିତ ହୋଇଛି ନିଆରା ବାହାଘର । ସାହାନାଇ, ଶଙ୍ଖ ଧ୍ୱନି, ହୁଳହୁଳି, ସାଙ୍ଗକୁ ପୁରହିତଙ୍କ ମନ୍ତ୍ରପାଠ ମଧ୍ୟରେ ଶେଷ ହୋଇଛି ବାହାଘର । ରୁଣ୍ଡ ହୋଇଥିଲେ ବନ୍ଧୁବାନ୍ଧବ ,ସାଇପଡ଼ିଶା ଓ ଗ୍ରାମବାସୀ । ସମସ୍ତଙ୍କ ଉପସ୍ଥିତିରେ ପ୍ରଦୀପ ଗାୟତ୍ରୀଙ୍କ ମଥାରେ ସିନ୍ଦୂର ଦେଇଥିଲେ । ଅଗ୍ନିକୁ ସାକ୍ଷୀରଖି ଦୁହେଁ ଦୁହିଁଙ୍କୁ ଜୀବନସାଥୀ ଭାବେ ଗ୍ରହଣ କରଛନ୍ତି । ଅଧାରାସ୍ତାରେ କେହି କାହାର ହାତ ଛାଡିବେ ନାହିଁ ବୋଲି ଶପଥ ମଧ୍ୟ ନେଇଛନ୍ତି ।

ତେବେ ଏହି ବାହାଘର ବିଶେଷତ୍ୱ ହେଉଛି ବର ପ୍ରଦୀପ ଓ କନିଅାଁ ଗାୟତୀ ଶୁଣିପାରନ୍ତି ନାହିଁ । କଥା ମଧ୍ୟ କହିପାରନ୍ତି ନାହିଁ । ସବୁଠାରୁ କୌତୁହଳ ବିଷୟ ହେଲା ଏଇ ବାହାଘରର ମଧ୍ୟସ୍ତି ଥିଲେ ଜଣେ ଦିବ୍ୟାଙ୍ଗ । ଧାନଖଣିଅ ଗାଁର ପ୍ରଦୀପ ନାଥ । ଜନ୍ତୁଆଳି ଗାଁର ଗାୟତ୍ରୀ ନାଥ । ଉଭୟଙ୍କୁ ଦେଖିଲେ କେହି କହିପାରିବେ ନାହିଁ ଏମାନେ ଦିବ୍ୟାଙ୍ଗ । ସେମାନେ ଦିବ୍ୟାଙ୍ଗ ମିଳିତ ମଞ୍ଚରେ ସଦସ୍ୟ । ଜଣେ ଦିବ୍ୟଙ୍ଗ ମଧ୍ୟସ୍ତିରେ ଉଭୟ ପରିବାର ଦେଖାଚାହାଁ ହେଲା । ଆଉ ଉଭୟ ପରିବାରର ସହମତିରେ ମନ୍ଦିରରେ ପ୍ରଦୀପ ଗାୟତ୍ରୀଙ୍କୁ ଜୀବନସାଥୀ ଭାବେ ଗ୍ରହଣ କରିଛନ୍ତି । ଏହି ବିବାହରେ ଉଭୟ ପରିବାର ଆଉ ଗ୍ରାମବାସୀ ବେଶ ଖୁସି । ଏମିତି ଏକ ନିଆରା ବାହାଘର ଦେଖିବାକୁ ମନ୍ଦିର ପାଖରେ ଭିଡ ଜମିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ