Masthead

କଲେଜରୁ ପ୍ରେମ, ମୁମ୍ବାଇରେ ବାହାଘର ଆଉ ଏବେ ଶ୍ୱଶୁର ଘର ଆଗରେ ଧାରଣା

ଶେରଗଡ଼(ବଡ଼ ଖବର ବ୍ୟୁରୋ): କଲେଜରୁ ପ୍ରେମ, ମୁମ୍ବାଇରେ ବାହାଘର ଆଉ ଏବେ ଶ୍ୱଶୁର ଘର ଆଗରେ ଧାରଣା । ନ୍ୟାୟ ପାଇଁ ତିନି ଦିନ ହେଲା ଶଶୁର ଘର ବାରଣ୍ଡାରେ ଧାରଣାରେ ବସିଛନ୍ତି ମହିଳା । ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା କୋଳିଦାଶପୁର ଗାଁ ଶ୍ରୀରାମ ନଗର ସାହିର ସୋଲି ପ୍ରଧାନଙ୍କ ଘର ବାରଣ୍ଡାରେ ଧାରଣାରେ ବସିଛନ୍ତି କବିସୂର୍ୟ୍ୟନଗରର ସନ୍ଧ୍ୟାରାଣି ପ୍ରଧାନ । ସୋଲି ପ୍ରଧାନଙ୍କ ମଝିଆ ପୁଅ ନବ ପ୍ରଧାନ ବର୍ଷାରାଣୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା । ସନ୍ଧ୍ୟା କବିସୁଯ୍ୟନଗର କଲେଜରେ ପଢ଼ୁଥିବା ବେଳେ ନବ ତାଙ୍କ ସମ୍ପର୍କୀୟ ଘରକୁ ଯାଇଥିଲେ ଆଉ ସେହି ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପରେ ଉଭୟ ଘରୁ ଲୁଚି ଯାଇ କିଛି ଦିନ ସୁଦୂର ମୁମ୍ବାଇରେ ରହିବା ପରେ ସେଠାରେ କୋର୍ଟରେ ବିବାହ କରିଥିଲେ ।

କିଛି ମାସ ସେଠାରେ ଏକାଠି ରହିବା ପରେ ପ୍ରେମିକ ନିଜ ଅଜା ମରିଯିବ ଯୋଗୁ ଗାଁକୁ ଆସିଥିଲେ ସାଥିରେ ସନ୍ଧ୍ୟାକୁ ମଧ୍ୟ ଆଣି ତାଙ୍କ ବାପ ଘରେ ଛାଡ଼ି ଦେଇ ନିଜ ଗାଁ କୋଳିଦାଶପୁର ଚାଲି ଆସିଥିଲେ। ତା ପରେ ନବଙ୍କୁ ଘର ଲୋକ ବୁଝା ସୁଝା କରିଦେବାରୁ ସେ ଆଉ ସଂଧ୍ୟାଙ୍କ ସହ ଯୋଗାଯୋଗ କରି ନଥିଲେ । ଶେଷରେ ସନ୍ଧ୍ୟାରାଣୀ ପ୍ରେମିକକୁ ଖୋଜି ଖୋଜି କୋଳିଦାସପୁର ଗ୍ରାମରେ ପହଞ୍ଚିବା ପରେ ନବକୁ ନପାଇ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । କୌଣସି ସୁଫଳ ନମିଳିବାରୁ ପ୍ରେମିକର ଘର ସମ୍ମୁଖରେ ଧାରଣା ଦେବା ଆରମ୍ଭ କରିଛନ୍ତି । ଯେତେଦିନ ପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ନମିଳିଛି ସେତେ ଦିନ ପର୍ଯ୍ୟନ୍ତ ଧାରଣା ଦେବେ ବୋଲି କହିଛନ୍ତି ସନ୍ଧ୍ୟାରାଣୀ । ସମାଜସେବୀ ପ୍ରମିଳା ତ୍ରିପାଠୀ ସନ୍ଧ୍ୟାରାଣୀଙ୍କୁ ସମର୍ଥନ ଜଣାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା