Masthead

ଆଜିଠାରୁ ଓବିସି ସର୍ଭେ ଆରମ୍ଭ

ଭୁବନେଶ୍ୱର  (ବଡ଼ ଖବର ବ୍ୟୁରୋ): ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଛି ଓବିସି ସର୍ଭେ । ଏହା ୨୭ ତାରିଖ ପର୍ୟ୍ୟନ୍ତ ଚାଲିବ ।୨୩୦ ଜାତିକୁ ନେଇ ଏହି ସର୍ଭେ ହେବ । ମେ ୨୦ତାରିଖ ପର୍ଯ୍ୟନ୍ତ ପ୍ରକୃତ ସର୍ଭେ ହେବ । ଯେଉଁ ମାନେ ଏହିଁ ସର୍ଭେରୁ ବାଦ ପଡି ଯାଇଥିବେ, ସେମାନେ ୨୦ରୁ ୨୭ ସାମିଲ ହୋଇପାରିବେ ।  ଓବିସି ସର୍ଭେକୁ ନେଇ ଗାଁ ଠୁ ସହର ଚଳଚଞ୍ଚଳ । କର୍ମଚାରୀମାନେ ଘରକୁ ଘର ଯାଇ କରୁଛନ୍ତି ସର୍ଭେ । ସହଯୋଗ କରୁଛନ୍ତି ପ୍ରତିଟି ଘରର ମୁରବୀ । ଓବିସିଙ୍କ ସାମାଜିକ, ଆର୍ଥିକ ଏବଂ ଶିକ୍ଷାକୁ ନେଇ ଚାଲିଛି ସର୍ଭେ । ଓବିସି ବର୍ଗର ଲୋକମାନେ ନିଜ ନିଜ ଅଞ୍ଚଳର ଅଙ୍ଗନୱାଡି କର୍ମୀଙ୍କ ଦ୍ଵାରା ଅଫ୍ ଲାଇନ୍ରେ ଓ ମୋ ସେବାକେନ୍ଦ୍ରରେ ଅନ ଲାଇନରେ ସର୍ଭେରେ ନିଜକୁ ସାମିଲ କରିପାରିବେ । ସର୍ଭେ ରିପୋର୍ଟ ୫ ମାସ ଭିତରେ ପ୍ରକାଶ ପାଇବ ବୋଲ କହିଛନ୍ତି ପଛୁଆବର୍ଗ କମିଶନର ।  ମୟୂରଭଞ୍ଜରୁ ମାଲକାନଗିରି, ଯୁଜୁମରାରୁ ଜଗତସିଂହପୁର ରାଜ୍ୟର ସବୁଠି ଚାଲିଛି ଓବିସି ସର୍ଭେ । ବାଲେଶ୍ବର ପୌରାଞ୍ଚଳରେ ମୋଟ ୧୮ଟି ସେଣ୍ଟରରେ ଏହି ସର୍ଭେ ଚାଲିଛି । ଲୋକମାନେ ନିଜ ନିଜ ଆଧାରକାର୍ଡ କିମ୍ବା ରସନକାର୍ଡ ଧରି ଏହି ସର୍ଭେରେ ସାମିଲ ହେଉଛନ୍ତି । ସେପଟେ ସରକାରଙ୍କ ପକ୍ଷରୁ ଲୋକଙ୍କୁ ସଚେତନତା କିମ୍ବା ଆଗୁଆ ସୂଚନା ଦିଆଯାଇନଥିବାରୁ ସର୍ଭେ ସେଣ୍ଟର ଗୁଡ଼ିକ ପ୍ରଥମ ଦିନରେ ଫାଙ୍କା ପଡିଛି ।

ଓବିସି ସର୍ଭେ କରିବାରେ ଦେଶରେ ବିହାର ପରେ ଓଡ଼ିଶା ଦ୍ୱିତୀୟ ରାଜ୍ୟ । ତେବେ ଏହି ସର୍ଭେକୁ ନେଇ ଆରମ୍ଭ ହୋଇଛି ରାଜନୀତି । ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ସର୍ଭେ କରୁଥିବା ବିରୋଧୀ ଅଭିଯୋଗ କରିଛନ୍ତି  ।  ଓବିସିକୁ ନେଇ ରାଜନୀତି କରୁଛନ୍ତି ସରକାର । ନିର୍ବାଚନକୁ ଦୃଷ୍ଟି ରଖି ଏ ସର୍ଭେ କରାଯାଉଛି। ଆମେ ଓବିସିଙ୍କ ପାଇଁ ଚିନ୍ତିତ । କିନ୍ତୁ ତା’ର ବିପରୀତ ଦିଗରେ ରାଜ୍ୟ ସରକାର। ଏ ସରକାର ଓବିସି ବିରୋଧୀ ବୋଲି ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ଅଭିଯୋଗ କରିଛନ୍ତି । ତେଣେ ବିଜେପିର ଅଭିଯୋଗ ରାଜ୍ୟ ସରକାରଙ୍କ ପଛୁଆ ବର୍ଗ ସର୍ଭେ ପ୍ରହସନ ପାଲଟିଛି । ୫୪ ପ୍ରତିଶତ ଲୋକଙ୍କୁ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ କରିଛନ୍ତି ରାଜ୍ୟ ସରକାର । ପଛୁଆ ବର୍ଗଙ୍କ ଅକ୍ରୋଶରୁ ଦୃଷ୍ଟି ହଟାଇବା ପାଇଁ ସରକାର ଏହି ସର୍ଭେ କରୁଛନ୍ତି ବୋଲି ବିଜେପି କହିଛି । ନିର୍ବାଚନ ପାଖେଇ ଆସୁଥିବାରୁ ଓବିସିଙ୍କ କଥା ସରକାରଙ୍କ ମନେ ପଡିଲା । ପଞ୍ଚାୟତ ନିର୍ବାଚନରେ ଓବିସିଙ୍କୁ ତାଙ୍କ ହକ୍ କାହିଁକି ବଞ୍ଚିତ କଲେ ବୋଲି କଂଗ୍ରେସ ପ୍ରଶ୍ନ କରିଛି ।  ଓବିସି ସର୍ଭେକୁ ନେଇ ବିରୋଧୀ ସରକାରଙ୍କୁ ଘେରିଥିବା ବେଳେ ସର୍ଭେରେ ସାମିଲ ହେବା ଲାଗି ସମସ୍ତ ପଛୁଆ ବର୍ଗର ଲୋକଙ୍କୁ ଅପିଲ କରିଛନ୍ତି ବିଭାଗୀୟ ମନ୍ତ୍ରୀ । କିଏ କ’ଣ ଅଭିଯୋଗ କଲେ ସେଥିରେ କିଛି ନାହିଁ । ପଛୁଆ ବର୍ଗଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ଜାଣିବା ପାଇଁ ଆମେ ଏହି ସର୍ଭେ କରୁଛୁ ବୋଲି ମନ୍ତ୍ରୀ କହିଛନ୍ତି ।  ରାଜ୍ୟରେ କେମିତି ଅଛି ପଛୁଆ ବର୍ଗଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି । ଏହା ଜାଣିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ତ୍ତବ୍ୟ । ମାତ୍ର କେନ୍ଦ୍ର ସରକାର ଓହରି ଯାଇଥିବାରୁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ସର୍ଭେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରେ ଶୁଭାଂଶୁ ଶୁକ୍ଲା 🔴 ପାକିସ୍ତାନ ପାଇଁ ଗୁଇନ୍ଦାଗିରୀ କରି ଗିରଫ ହେଲେ ଆଉ ଜଣେ ଭାରତୀୟ 🔴 ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ନବଯୌବନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ 🔴 ଲଞ୍ଚ ହେବ ଆକ୍ସିଅମ-୪ ମିଶନ, କାଉଣ୍ଟଡାଉନ୍ ଷ୍ଟାଟ୍ 🔴 ଆଜିଠୁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା 🔴 ଇସ୍ରାଏଲ-ଇରାନ ଯୁଦ୍ଧବିରତି ଘୋଷଣା କଲେ ଟ୍ରମ୍ପ 🔴 ୫ ଦିନ ପ୍ରବଳ ବର୍ଷା 🔴 ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ, ଚୋରି ହେଲା ଦଶମୂଳ ମୋଦକ 🔴 ଚଳନ୍ତା ଟ୍ରେନ୍ ରେ ଯାତ୍ରୀଙ୍କୁ ପିଟିପିଟି ହତ୍ୟା 🔴 ଆନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରେ ଶୁଭାଂଶୁ ଶୁକ୍ଲା 🔴 ପାକିସ୍ତାନ ପାଇଁ ଗୁଇନ୍ଦାଗିରୀ କରି ଗିରଫ ହେଲେ ଆଉ ଜଣେ ଭାରତୀୟ 🔴 ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ନବଯୌବନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ 🔴 ଲଞ୍ଚ ହେବ ଆକ୍ସିଅମ-୪ ମିଶନ, କାଉଣ୍ଟଡାଉନ୍ ଷ୍ଟାଟ୍ 🔴 ଆଜିଠୁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା 🔴 ଇସ୍ରାଏଲ-ଇରାନ ଯୁଦ୍ଧବିରତି ଘୋଷଣା କଲେ ଟ୍ରମ୍ପ 🔴 ୫ ଦିନ ପ୍ରବଳ ବର୍ଷା 🔴 ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ, ଚୋରି ହେଲା ଦଶମୂଳ ମୋଦକ 🔴 ଚଳନ୍ତା ଟ୍ରେନ୍ ରେ ଯାତ୍ରୀଙ୍କୁ ପିଟିପିଟି ହତ୍ୟା