Masthead

୨୦୨୩ ଏପ୍ରିଲରେ ୧ଲକ୍ଷ ୮୭ ହଜାର କୋଟି ଟଙ୍କା ଜିଏସଟି ଆଦାୟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କେନ୍ଦ୍ର ଅର୍ଥ ମନ୍ତ୍ରାଳାୟର ସୂଚନା ଅନୁଯାୟୀ ଏପ୍ରିଲ ମାସରେ ଦେଶରେ ଗୁଡ୍ସ ଓ ସର୍ଭିସ ଟ୍ୟାକ୍ସ ସର୍ବକାଳୀନ ରେକର୍ଡ ଭାଙ୍ଗିଛି । ୨୦୨୩ ଏପ୍ରିଲରେ ୧ଲକ୍ଷ ୮୭ ହଜାର କୋଟି ଟଙ୍କା ଜିଏସଟି ବାବଦରେ ଆଦାୟ ହୋଇଛି । ୨୦୨୨ ଏପ୍ରିଲଠାରୁ ୨୦୨୩ ଏପ୍ରିଲରେ ୧୨ ପ୍ରତିଶତ ବୃଦ୍ଧି ଘଟିଛି । କେନ୍ଦ୍ରୀୟ ଜିଏସଟି ୩୮,୪୪୦କୋଟି ଟଙ୍କା ଆଦାୟ ହୋଇଥିବା ବେଳେ ରାଜ୍ୟ ଜିଏସଟି ୪୭, ୪୧୨ କୋଟି ଟଙ୍କାରେ ପହଞ୍ଚିଛି । ସେହିପରି ଇଣ୍ଟିଗ୍ରେଟେଡ ଗୁଡ୍ସ ଆଣ୍ଡ ସର୍ଭିସ ଟ୍ୟାକ୍ସ ୮୯, ୧୫୮ କୋଟି ଟଙ୍କା ହୋଇଥିବା ବେଳେ ବିଭିନ୍ନ ସେସ୍ ବାବଦରେ ୧୨, ୦୨୫ କୋଟି ଟଙ୍କା ଆଦାୟ ହୋଇଛି । ଦେଶରେ ଜିଏସଟି ଲାଗୁ ହେବା ଠାରୁ ୨୦୨୩ ଏପ୍ରିଲରେ ସର୍ବାଧିକ ଜିଏସଟି ଆଦାୟ କରାଯାଇଛି ।

୨୦୨୩ ଏପ୍ରିଲରେ ୧.୭୫ ଲକ୍ଷ କୋଟି ଟଙ୍କା ଲକ୍ଷ ଧାର୍ଯ୍ୟ କରାଯାଇଥିଲା । ଘରୋଇ ଦେଣନେଣ ୨୦୨୨ ଏପ୍ରିଲ ଠାରୁ ୨୦୨୩ ଏପ୍ରିଲରେ ୧୬ ପ୍ରତିଶତ ବୃଦ୍ଧି ପାଇଛି । କେନ୍ଦ୍ର ଅର୍ଥମନ୍ତ୍ରାଳୟ ଜାରି କରିଥିବା ବୁଲେଟିନରେ କୁହାଯାଇଛି ୨୦୨୩ ଏପ୍ରିଲରେ ଗୋଟିଏ ଦିନ ୬୮. ୨୨୮କୋଟି ଟଙ୍କା ଆଦାୟ ହୋଇଛି । ଏହି ଟଙ୍କା ୯.୮ଲକ୍ଷ ଦେଣନେଣରୁ ମିଳିଛି । ୨୦୨୨ରେ ୯.୬ଲକ୍ଷ ଦେଣନେଣରୁ ଗୋଟିଏ ଦିନରେ ମିଳିଥିଲା ୫୭,୮୪୬କୋଟି ଟଙ୍କା । ୨୦୨୨-୨୩ ଆର୍ଥିକ ବର୍ଷରେ ସର୍ବମୋଟ ୧୮.୧୦କୋଟି ଟଙ୍କା ଆଦାୟ ହୋଇଛି । ୨୦୨୧-୨୨ ଆର୍ଥିକ ବର୍ଷ ଠାରୁ ଏହା ୨୨ ପ୍ରତିଶତ ଅଧିକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି କହିଛନ୍ତି ଭାରତୀୟ ଅର୍ଥନୀତି ପାଇଁ ଏହା ସବୁଠାରୁ ଭଲ ଖବର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି