Masthead

ଚର୍ଚ୍ଚାରେ ସୌମ୍ୟା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କର୍ମ ହିଁ ଭଗବାନ । ସଂସାର ଜଞ୍ଜାଳ ଭିତରେ ବୁଡ଼ିରହି ନିଜ କର୍ମକୁ ଅଧିକ ଗୁରୁତ୍ୱ ଦେଉଥିବା ବ୍ୟକ୍ତି ହିଁ ପ୍ରକୃତ ମଣିଷ । ଏଭଳି ଜଣେ ମହିଳା ହେଉଛନ୍ତି ସୌମ୍ୟା । ସେ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ ।

ଆଇଏଏସ୍ ଅଫିସର ସୌମ୍ୟା ପାଣ୍ଡେ, ଉତ୍ତର ପ୍ରଦେଶ ଗାଜିଆବାଦ ମୋଦିନାଗର ସବ-ଡିଭିଜନାଲ ମାଜିଷ୍ଟ୍ରେଟ୍ । ପ୍ରସବର ୨୧ଦିନ ପରେ ସେ କାର୍ଯ୍ୟରେ ଯୋଗଦେଇଛନ୍ତି । ଜନ୍ମ ଦେଇଥିବା ଶିଶୁକନ୍ୟାକୁ କୋଳରେ ଧରି ସେ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି । ଜୁଲାଇରେ ଗାଜିଆବାଦ ଜିଲ୍ଲା କୋଭିଡ ପାଇଁ ନୋଡାଲ ଅଫିସର ଭାବରେ ନିଯୁକ୍ତ ହୋଇଥିଲେ ସୌମ୍ୟା । ‘ମୁଁ ଜଣେ ଆଇଏଏସ ଅଧିକାରୀ ତେଣୁ ମୋର ଜନସେବା ପ୍ରତି ଦୃଷ୍ଟି ଦେବାକୁ ପଡିବ । ‘କୋଭିଡ-୧୯ ହେତୁ ସମସ୍ତଙ୍କ ଉପରେ ଦାୟିତ୍ୱ ଅଛି । ଏହା ମୋ ପାଇଁ ଆଶୀର୍ବାଦ । ମୁଁ ମୋର ତିନି ସପ୍ତାହର କନ୍ୟାଙ୍କ ସହ ମୋର ପ୍ରଶାସନିକ କାର୍ଯ୍ୟ କରିବାକୁ ସମକ୍ଷ’ ବୋଲି ସେ କହିଛନ୍ତି ।

କୋଭିଡ୍ ସମୟରେ ନିଜର ତିନି ସପ୍ତାହର ଶିଶୁକନ୍ୟାକୁ କୋଳରେ ଧରି କାର୍ଯ୍ୟ କରୁଥିବା ସୌମ୍ୟାଙ୍କ ନିକଟକୁ ଛୁଟିଛି ପ୍ରଶଂସାର ସୁଅ । ଏବେ ସେ ଦେଶରେ ଜଣେ ଚର୍ଚ୍ଚିତ ଆଇଏଏସ୍ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ