ମଙ୍ଗଳରେ ଠାବ ହେଲା ନଦୀ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ମଙ୍ଗଳ ଗ୍ରହରେ ଜୀବ ସତ୍ତା ସମ୍ଭବ କି ନୁହେଁ, ଅନୁସନ୍ଧାନ ଜାରି ରଖିଛନ୍ତି ବୈଜ୍ଞାନିକ । ଏହାରି ଭିତରେ ଆସିଛି ଏକ ଖୁସି ଖବର । ମଙ୍ଗଳରେ ଜୀବ ସତ୍ତା ନେଇ ମିଳିଛି ନୂଆ ପ୍ରମାଣ । ମଙ୍ଗଳ ଗ୍ରହରେ ନାସା ଠାବ କରିଛି ନଦୀ । ଏଥିସହ ନାସାର ପର୍ସେଭରେନ୍ସ ରୋଭର ମଙ୍ଗଳ ଗ୍ରହରୁ ସଂଗ୍ରହ କରିଛି ପଥର ।

ପଥରର କ୍ଷୁଦ୍ର ଖଣ୍ଡର ବାହ୍ୟାବରଣରୁ ଖୋଳାଯାଇଥିବା ନମୁନା ମଙ୍ଗଳ ଗ୍ରହର ଅତୀତ ବିଷୟରେ ଅନେକ ସୂଚନା ପ୍ରଦାନ କରୁଛି । ଏହି ନମୁନାକୁ ଏକ ନଦୀ ଦ୍ୱାରା ସୃଷ୍ଟି ହୋଇଥିବା ଅଞ୍ଚଳରୁ ନିଆଯାଇଥିଲା । ବିଭିନ୍ନ ସ୍ଥାନରୁ ଏହି ପଥର ଖଣ୍ଡମାନ ଆସି ଜମା ହୋଇଛି । ଏହି ସ୍ଥାନରୁ ନାସା ନମୁନା ସଂଗ୍ରହ କରିଛି । ଏକତ୍ରିତ ହୋଇଥିବା ଏହି ପଥର ଖଣ୍ଡ ଗୁଡିକ ମଙ୍ଗଳ ଗ୍ରହର କ୍ଷେତ୍ରଗୁଡିକ ବିଷୟରେ ସୂଚନା ପ୍ରଦାନ କରିଥାଏ ।

ପର୍ସଭେରନ୍ସ ପ୍ରୋଜେକ୍ଟର ବୈଜ୍ଞାନିକ କହିଛନ୍ତି ଯେ ନଦୀରୁ ମିଳିଥିବା ପଥର ଓ ବୋଲ୍ଡର ଗୁଡିକ ଦର୍ଶାଉଛି ଯେ ଯେଉଁଠାରେ କଙ୍ଗୋମେରେଟ ପଥର ରହିଛି ସେହି ସ୍ତାନର ପାଣି ପରିଷ୍କାର । ପର୍ସଭେରେନ୍ସ ରୋଭର ହେଉଛି ନାସାର ଉଚ୍ଚଭିଳାଷୀ ମାର୍ସ ସାମ୍ପଲ ରିଟର୍ନ ଅଭିଯାନର ଏକ ଅଂଶ,ୟୁରୋପୀୟ ସ୍ପେସ ଏଜେନ୍ସି ସହିତ ମିଳିତ ଉଦ୍ୟମରେ ନାସା ଏହି ପରୀକ୍ଷଣ କରୁଛି ।

ଯାହା ମଙ୍ଗଳ ନମୁନାଗୁଡିକୁ ପୃଥିବୀକୁ ଫେରାଇ ଆଣିବାକୁ ଲକ୍ଷ୍ୟ ରଖିଛି । ପୃଥିବୀ ଛଡା ଆଉ କେଉଁଠି ଜୀବଜଗତ ଅଛି କିମ୍ବା ଅନ୍ୟ ଗ୍ରହରେ ଜୀବ ସତ୍ତା ସମ୍ଭବ କି ସେନେଇ ବୈଜ୍ଞାନିକମାନେ ସର୍ବଦା ଅନୁସନ୍ଧାନ ଜାରି ରଖିଛନ୍ତି । ଏଥିପାଇଁ ଅନେକ ସମୟରେ ମହାକଶକୁ ଯାନ ପ୍ରେରଣ କରାଯାଉଛି । ନାସା ଅଗ୍ରଣୀ ସ୍ଥିତିରେ ରହି ଜୀବ ସତ୍ତା ଅନୁସନ୍ଧାନ ଜାରି ରଖିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!