Masthead

ମଙ୍ଗଳରେ ଠାବ ହେଲା ନଦୀ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ମଙ୍ଗଳ ଗ୍ରହରେ ଜୀବ ସତ୍ତା ସମ୍ଭବ କି ନୁହେଁ, ଅନୁସନ୍ଧାନ ଜାରି ରଖିଛନ୍ତି ବୈଜ୍ଞାନିକ । ଏହାରି ଭିତରେ ଆସିଛି ଏକ ଖୁସି ଖବର । ମଙ୍ଗଳରେ ଜୀବ ସତ୍ତା ନେଇ ମିଳିଛି ନୂଆ ପ୍ରମାଣ । ମଙ୍ଗଳ ଗ୍ରହରେ ନାସା ଠାବ କରିଛି ନଦୀ । ଏଥିସହ ନାସାର ପର୍ସେଭରେନ୍ସ ରୋଭର ମଙ୍ଗଳ ଗ୍ରହରୁ ସଂଗ୍ରହ କରିଛି ପଥର ।

ପଥରର କ୍ଷୁଦ୍ର ଖଣ୍ଡର ବାହ୍ୟାବରଣରୁ ଖୋଳାଯାଇଥିବା ନମୁନା ମଙ୍ଗଳ ଗ୍ରହର ଅତୀତ ବିଷୟରେ ଅନେକ ସୂଚନା ପ୍ରଦାନ କରୁଛି । ଏହି ନମୁନାକୁ ଏକ ନଦୀ ଦ୍ୱାରା ସୃଷ୍ଟି ହୋଇଥିବା ଅଞ୍ଚଳରୁ ନିଆଯାଇଥିଲା । ବିଭିନ୍ନ ସ୍ଥାନରୁ ଏହି ପଥର ଖଣ୍ଡମାନ ଆସି ଜମା ହୋଇଛି । ଏହି ସ୍ଥାନରୁ ନାସା ନମୁନା ସଂଗ୍ରହ କରିଛି । ଏକତ୍ରିତ ହୋଇଥିବା ଏହି ପଥର ଖଣ୍ଡ ଗୁଡିକ ମଙ୍ଗଳ ଗ୍ରହର କ୍ଷେତ୍ରଗୁଡିକ ବିଷୟରେ ସୂଚନା ପ୍ରଦାନ କରିଥାଏ ।

ପର୍ସଭେରନ୍ସ ପ୍ରୋଜେକ୍ଟର ବୈଜ୍ଞାନିକ କହିଛନ୍ତି ଯେ ନଦୀରୁ ମିଳିଥିବା ପଥର ଓ ବୋଲ୍ଡର ଗୁଡିକ ଦର୍ଶାଉଛି ଯେ ଯେଉଁଠାରେ କଙ୍ଗୋମେରେଟ ପଥର ରହିଛି ସେହି ସ୍ତାନର ପାଣି ପରିଷ୍କାର । ପର୍ସଭେରେନ୍ସ ରୋଭର ହେଉଛି ନାସାର ଉଚ୍ଚଭିଳାଷୀ ମାର୍ସ ସାମ୍ପଲ ରିଟର୍ନ ଅଭିଯାନର ଏକ ଅଂଶ,ୟୁରୋପୀୟ ସ୍ପେସ ଏଜେନ୍ସି ସହିତ ମିଳିତ ଉଦ୍ୟମରେ ନାସା ଏହି ପରୀକ୍ଷଣ କରୁଛି ।

ଯାହା ମଙ୍ଗଳ ନମୁନାଗୁଡିକୁ ପୃଥିବୀକୁ ଫେରାଇ ଆଣିବାକୁ ଲକ୍ଷ୍ୟ ରଖିଛି । ପୃଥିବୀ ଛଡା ଆଉ କେଉଁଠି ଜୀବଜଗତ ଅଛି କିମ୍ବା ଅନ୍ୟ ଗ୍ରହରେ ଜୀବ ସତ୍ତା ସମ୍ଭବ କି ସେନେଇ ବୈଜ୍ଞାନିକମାନେ ସର୍ବଦା ଅନୁସନ୍ଧାନ ଜାରି ରଖିଛନ୍ତି । ଏଥିପାଇଁ ଅନେକ ସମୟରେ ମହାକଶକୁ ଯାନ ପ୍ରେରଣ କରାଯାଉଛି । ନାସା ଅଗ୍ରଣୀ ସ୍ଥିତିରେ ରହି ଜୀବ ସତ୍ତା ଅନୁସନ୍ଧାନ ଜାରି ରଖିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ