Masthead

ପ୍ରଶଂସା ସାଉଁଟୁଛି ପୋଲିସ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ବଢିଚାଲିଛି ଚୋରା ଗଞ୍ଜେଇ କାରବାର । ସେହି ତୁଳନାରେ ନିଶାସେବନକାରୀଙ୍କ ସଂଖ୍ୟା ମଧ୍ୟ ବଢୁଛି । ଓଡ଼ିଶା ପୋଲିସର ଢିଲାପଣ ପାଇଁ ଆଜି ଓଡ଼ିଶା ପାଲଟିଛି ନିଶା ବେପାରୀଙ୍କ କେନ୍ଦ୍ରସ୍ଥଳ । ଏଥିରୁ ରାଜଧାନୀ ଭୁବନେଶ୍ୱର ମଧ୍ୟ ବାଦ୍ ପଡ଼ିନାହିଁ । ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନରୁ ଗଞ୍ଜେଇ ଓ ଅନ୍ୟା ନିଶାଦ୍ରବ୍ୟ ଜବତ ହେଉଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଉଛି । ତେବେ ଜନସାଧାରଣଙ୍କ ମନରେ ପ୍ରଶ୍ନ ଉଠୁଛି ଏତେ ପରିମାଣର ଗଞ୍ଜେଇ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ ଆସୁଛି କେଉଁଠୁ, ଜବତ ଗଞ୍ଜେଇ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ ଯାଉଛି କୁଆଡ଼େ । ଗଞ୍ଜେଇ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ ଜବତ ବେଳେ ପୋଲିସ ସାମ୍ବାଦିକ ସମ୍ମିଳନୀ କରି ଗଣମାଧ୍ୟମକୁ ସୂଚନା ଦେଉଛି । ସାଇଁଟୁଛି ପ୍ରଶଂସା । କିନ୍ତୁ ନଷ୍ଟ କରିବା ସମୟରେ ଗଣମାଧ୍ୟମଠାରୁ ପୋଲିସ ଦୂରେଇ ଯାଉଛି । ନଷ୍ଟ କରାଯାଉଥିବା ଗଞ୍ଜେଇ ସମ୍ପର୍କରେ ସାମାନ୍ୟ ସୂଚନା ଦେବାକୁ ପୋଲିସ କାହିଁକି ଉଚିତ୍ ମଣୁନାହିଁ ବୋଲି କିଛି ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିଛନ୍ତି ।

ଏବେ ଆମେ ଆସିବା ଡିଜି ଅଭୟଙ୍କ ସାମ୍ବାଦିକ ସମ୍ମିଳନୀକୁ । ସେ ଆଜି ସୂଚନା ଦେଇଛନ୍ତି, ବର୍ଷକୁ ପ୍ରାୟ ୩୧୨ କ୍ୟୁଣ୍ଟାଲ ଲେଖାଏଁ ଗତ ୧୦ ବର୍ଷ ଧରି ଗଞ୍ଜେଇ ଜବତ ହୋଇଛି । ସେହିପରି ଗତ ୫ ବର୍ଷରେ ପ୍ରତିବର୍ଷ ପ୍ରାୟ ୪୧୪ କ୍ୟୁଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ଗଞ୍ଜେଇ ଜବତରେ ରାଜ୍ୟ ପୋଲିସକୁ ମିଳିଛି ସଫଳତା । ଡିଜି କହିଛନ୍ତି ଚଳିତ ବର୍ଷ ସେପ୍ଟେମ୍ବର ୩୦ ସୁଦ୍ଧା ୧୦୫୪ କ୍ୟୁଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ଗଞ୍ଜେଇ ଚୋରା ଚାଲାଣ ରୋକିବାରେ କୋରାପୁଟ, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲା ପୋଲିସର ସଫଳତାର କାହାଣୀ ଡିଜି ମଧ୍ୟ ଗଣମାଧ୍ୟମ ଆଗରେ ବଖାଣିଥିଲେ । ପରେ ସେ ଏହି ୩ ଜିଲ୍ଲାର ଏସପିକୁ ଦେଇଥିଲେ ସାବାସୀ । କିନ୍ତୁ ଡିଜି ନଷ୍ଟ କରାଯାଇଥିବା ଗଞ୍ଜେଇ ଓ ନିଶାଦ୍ରବ୍ୟ ସମ୍ପର୍କରେ ସେ ମୁହଁ ଖୋଲିନଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼