Masthead

କ୍ରିକେଟ ଫିଲ୍ଡରେ ଚର୍ଚ୍ଚିତ ଲଢେଇ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କ୍ରିକେଟ ଫିଲ୍ଡରେ ଚର୍ଚ୍ଚିତ ଲଢେଇ । କୋହଲି-ଗମ୍ଭୀର କଥା କଟାକଟିକୁ ନେଇ ଚର୍ଚ୍ଚା ଜାରି ରହିଛି । ଏହାରି ଭିତରେ ୟୁପି ପୋଲିସର ଏକ ଟ୍ୱିଟ ସାମ୍ନାକୁ ଆସିଛି । ୧୧୨ ଏମରଜେନସି ନମ୍ବରକୁ ଏହାସହ ଯୋଡ଼ି ଏକ ମିମ୍ ତିଆରି କରିଛି ୟୁପି ପୋଲିସ । ଟ୍ୱିଟରେ ଲେଖା ଅଛି କେଉଁ ସମସ୍ୟା ଆମ ପାଇଁ ନା ‘ବିରାଟ’ ନା ‘ଗମ୍ଭୀର’ ।

ତେବେ ଏ ସବୁ ଭିତରେ ଆଜି ଆମେ ଦେଖିବା କ୍ରିକେଟ ପଡିଆରେ ଚର୍ଚ୍ଚିତ ଝଗଡା କଣ କଣ ଅଛି । ଗମ୍ଭୀର-କୋହଲି ଝଗଡା ଆମକୁ ଅନେକ ଚର୍ଚ୍ଚିତ ଝଗଡା ମନେ ପକାଇଦେଉଛି । ଚର୍ଚ୍ଚିତ ଝଗଡା ମଧ୍ୟରେ ନଂ ୧ରେ ଆସିବ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ ଖେଳାଳିଙ୍କ ମଧ୍ୟରେ ଲଢେଇ । ଏହି ଦୁଇ ଦେଶ ମଧ୍ୟରେ ଶତ୍ରୁତା ସାରା ବିଶ୍ୱ ଜାଣେ । ଏହି ଶତ୍ରୁତା କ୍ରିକେଟ ଫିଲ୍ଡରେ ବି ଦେଖିବାକୁ ମିଳେ ।


୧୯୯୨ରେ ବିଶ୍ୱ କପ ମ୍ୟାଚ ସମୟରେ ପାକିସ୍ତାନ କ୍ରିକେଟର ଜାଭେଦ ମିଆଁଦାଦ ଏବଂ ଭାରତୀୟ କ୍ରିକେଟର କିରଣ ମୋରେଙ୍କ ମଧ୍ୟରେ ହୋଇଥିଲା ବଚସା । ମିଆଁଦାଦଙ୍କ ସେ ଭିଡିଓ ଆଜି ବି ଭାଇରାଲ ହୁଏ । ସେହିଭଳି ୧୯୯୬ ବିଶ୍ୱକପ ସମୟରେ ଭାରତ-ପାକିସ୍ତାନ ମ୍ୟାଚ ସମୟରେ ଆମେର ସୋହେଲ ଏବଂ ଭେଙ୍କଟେଶ ପ୍ରସାଦଙ୍କ ମଧ୍ୟରେ ଝଗଡା ଦେଖିବାକୁ ମିଳିଥିଲା ।

୨୦୦୫ରେ ମଧ୍ୟ ପାକିସ୍ତାନ ବିପକ୍ଷ ମ୍ୟାଚରେ ସହିଦ ଆଫ୍ରିଦି ଏବଂ ଗୌତମ ଗମ୍ଭୀରଙ୍କ ମଧ୍ୟରେ କଥା କଟା ସେହିପରି ୨୦୧୦ ଏସିଆ କପ ମ୍ୟାଚରେ ଶୋଏବ ଅଖତର ଏବଂ ହରଭଜନ ସିଂଙ୍କ ମଧ୍ୟରେ ଅପ୍ରୀତିକର ଘଟଣା ଘଟିଥିଲା । ଖାଲି ପାକିସ୍ତାନ ନହେଁ, ଭାରତୀୟ କ୍ରିକେଟରଙ୍କ ସହ ଅଷ୍ଟ୍ରେଲିଆ କ୍ରିକେଟରଙ୍କ ଲଢେଇ ମଧ୍ୟ ବେଶ୍ ରୋଚକ ।


ସେଥିରୁ ଖୁବ୍ ଚର୍ଚ୍ଚିତ ମଙ୍କିଗେଟ୍ ବିବାଦ । ସିଡନୀ ଟେଷ୍ଟରେ ଆଣ୍ଡ୍ର୍ୟୁ ସାଇମଣ୍ଡସ ଏବଂ ହରଭଜନ ସିଂଙ୍କ ମଧ୍ୟରେ ଝଗଡା ହୋଇଥିଲା । ସେହି ଝଗଡାକୁ ମଙ୍କିଗେଟ ନାମରେ ସମସ୍ତେ ଜାଣନ୍ତି । ଏହା ତ ଥିଲା ପ୍ରତିଯୋଗୀଙ୍କ ମଧ୍ୟରେ ଝଗଡା । ନିଜ ଦେଶର ଖେଳାଳିଙ୍କ ଝଗଡା ମଧ୍ୟରେ ଯେମିତି ଆମେ ଗମ୍ଭୀର-କୋହଲଙ୍କୁ ଦେଖିଲେ ।

ପୂର୍ବରୁ ମଧ୍ୟ ଗମ୍ଭୀର- କୋହଲି ବିବାଦ ହୋଇସାରିଛି । ଏମାନେ ଆଇପିଏଲର ଭିନ୍ନ ଭିନ୍ନ ଟିମର ହେଲେ ମଧ୍ୟ ଭାରତୀୟ । ତଥାପି ଝଗଡା ଲାଗିବାକୁ ପଛାଇନାହାନ୍ତି । ସେହିଭଳି ହରଭଜନ ସିଂ ଓ ଶ୍ରୀସନ୍ଥ । ଏମାନେ ଭାରତୀୟ ହେଲେ ବି ଆଇପିଏଲରେ ଅଲଗା ଅଲଗା ଦଳରୁ ଖେଳୁଥିଲେ । ମ୍ୟାଚରେ ଝଗଡା ହୋଇଥିଲା । ହରଭଜନ ଶ୍ରୀସନ୍ଥଙ୍କୁ ଚାପୁଡା ମାରିବାକୁ ପଛାଇ ନ ଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ 🔴 ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା 🔴 ଆମେରିକା ପାଇଁ ‘ଭସ୍ମାସୁର’ ଟ୍ରମ୍ପ! 🔴 ଆମେରିକା ବଳରେ ବଳିଆନ୍ ପାକିସ୍ତାନ, ଭାରତକୁ ଯୁଦ୍ଧ ଧମକ 🔴 ଝିଆରୀର ସର୍ବନାଶ କଲା ପାପି ପିଉସା 🔴 ବରଗଡ଼ ଛାତ୍ରୀ ମୃତ୍ୟୁ ଘଟଣା, ୨ ଜଣଙ୍କୁ ପଚରାଉଚରା କରୁଛି ପୋଲିସ 🔴 ପ୍ରବଳ ବର୍ଷା ସମ୍ଭାବନା 🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ 🔴 ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା 🔴 ଆମେରିକା ପାଇଁ ‘ଭସ୍ମାସୁର’ ଟ୍ରମ୍ପ! 🔴 ଆମେରିକା ବଳରେ ବଳିଆନ୍ ପାକିସ୍ତାନ, ଭାରତକୁ ଯୁଦ୍ଧ ଧମକ 🔴 ଝିଆରୀର ସର୍ବନାଶ କଲା ପାପି ପିଉସା 🔴 ବରଗଡ଼ ଛାତ୍ରୀ ମୃତ୍ୟୁ ଘଟଣା, ୨ ଜଣଙ୍କୁ ପଚରାଉଚରା କରୁଛି ପୋଲିସ 🔴 ପ୍ରବଳ ବର୍ଷା ସମ୍ଭାବନା